Sevayat Of Sri Lingaraj Temple Allegedly Stabbed
Advertisment
ସେବାୟତଙ୍କୁ ଛୁରାମାଡ଼। ଶ୍ରୀ ଲିଙ୍ଗରାଜ ମନ୍ଦିର ସେବାୟତ ନବକୁମାର ନାୟକଙ୍କୁ ଛୁରାମାଡ ହୋଇଥିବା ଅଭିଯୋଗ ହୋଇଛି। ଶୌଚ ପାଇଁ ଯାଇଥିବା ସମୟରେ ତାଙ୍କ ଉପରକୁ ଆକ୍ରମଣ ହୋଇଛି।
Advertisment
ଭାଇ ସୋମନାଥ ନାୟକ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଭୁବନେଶ୍ୱର ଉପକଣ୍ଠ ଗୁଡ଼ିଆପୋଖରୀ ନିକଟ ବିଲିପଡା ଗାଁରେ ଏହି ଘଟଣା ଘଟିଛି। ଗୁରୁତର ଅବସ୍ଥାରେ ନବକୁମାରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଛୁରା ମାଡ଼ର କାରଣ ଜଣାପଡ଼ିନାହିଁ। ପୋଲିସ ଘଟଣାର ଛାନ୍ଭିନ୍ ଚଳାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1668919732.jpg)