ରସୁଲଗଡ଼ ଓଭରବ୍ରିଜରେ ସିରିଜ ଦୁର୍ଘଟଣା

ଭୁବନେଶ୍ୱର ସ୍ଥିତ ରସୁଲଗଡ଼ ଓଭରବ୍ରିଜରେ ଗତକାଲି ବିଳମ୍ବିତ ରାତିରେ ସିରିଜ ଦୁର୍ଘଟଣା ଘଟିଛି।

Accident

ରସୁଲଗଡ଼ ଓଭରବ୍ରିଜରେ ସିରିଜ ଦୁର୍ଘଟଣା । ଅଜଣାଗାଡ଼ି ଧକ୍କାରେ ପଛକୁ ପଛ ଧକ୍କା ହେଲେ ୩ଟି କାର । ତେବେ ସୌଭାଗ୍ୟବଶତଃ ଦୁର୍ଘଟଣାରେ କାରରେ ଥିବା କୌଣସି ଯାତ୍ରୀ ମୃତାହତ ହୋଇନାହାନ୍ତି । ସେପଟେ ଦୁର୍ଘଟଣା ଘଟାଇବା ପରେ ଗାଡ଼ି ଡ୍ରାଇଭର ଫେରାର ହୋଇଯାଇଛି । ଘଟଣାସ୍ଥଳରେ ମଞ୍ଚେଶ୍ୱର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୌଭାଗ୍ୟବଶତଃ ଏତେ ବଡ଼ ଦୁର୍ଘଟଣାରେ କାହାର କିଛି ହୋଇନାହିଁ।  ମଞ୍ଚେଶ୍ୱର ପୁଲିସ ପହଞ୍ଚି  ଯାତ୍ରୀମାନଙ୍କ ଗାଡ଼ିରୁ ଉଦ୍ଧାର କରିଥିଲା। ଦୁର୍ଘଟଣାରେ କାର୍‌ ଗୁଡ଼ିକର ଆଗ ଓ ପଛ ଅଂଶ ଭାଙ୍ଗିରୁଜି ଯାଇଛି। ଦୁର୍ଘଟଣା ଘଟିବା ପରେ ଟ୍ରକ୍‌ ଡ୍ରାଇଭର ଗାଡ଼ି ନେଇ  ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ପାହାଳ ନିକଟରୁ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ପୁଲିସ ଜବତ କରିଥିଲା। ପୁଲିସ ଟ୍ରକ୍ ଡ୍ରାଇଭର ଓ ଗାଡ଼ି ଜବତ କରି ଘଟଣାର ତଦନ୍ତ କରୁଛି। ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ହଠାତ୍‌ ଏକ ଟ୍ରକ୍ ଆସି  ଏକ କାର୍‌କୁ ଧକ୍କା ଦେଇଥିଲା। ପରେ ଗାଡ଼ି ଗୁଡ଼ିକ ପିଟି ହୋଇ ଯାଇଥିଲା।