Separated conjoined twin Jaga admitted to SCB hospital in Cuttack
କଟକ SCB ମେଡିକାଲ୍ରେ କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା। ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଜଗାକୁ କଟକ ଏସ୍ସିବି ମେଡିକାଲକୁ ଅଣାଯାଇଛି। ଏସ୍ସିବି ମେଡିକାଲର କାଜୁଆଲିଟି ଟ୍ରମା କେୟାର ୟୁନିଟର ସ୍ୱତନ୍ତ୍ର ପ୍ରକୋଷ୍ଠରେ ଜଗାକୁ ରଖାଯାଇଛି।
ଜଗାର ସିଟି ସ୍କାନ ଓ MRI କରାଯାଇଥିବା ବେଳେ ଆଜି ଦିଲ୍ଲୀ ଏମ୍ସର ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଜଗାର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆସିବେ। ୨୦୧୭ ମସିହାରେ ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ଦିଲ୍ଲୀ ଏମ୍ସରେ ଅପରେସନ କରାଯାଇ ଅଲଗା କରାଯାଇଥିଲା।
ଗତ ଦେଢ଼ ବର୍ଷ ପୂର୍ବେ ଏସସିବିରେ ଚିକିତ୍ସିତ ଅବସ୍ଥାରେ ବଳିଆର ମୃତ୍ୟ ହୋଇଥିଲା। ଏହାପରେ ଜଗାକୁ କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ସୂଚନାଥାଉ କି, କିଛିଦିନ ପୂର୍ବେ ଜଗା ପାର୍କରେ ବୁଲିବା ସହ ସାଙ୍ଗସାଥୀଙ୍କ ସହ ମସ୍ତି କରୁଥିବା ଦେଖିବାକୁ ମିଳିଥିଲା।
ପାର୍କରେ ବୁଲିବା ସହିତ ଖସଡ଼ା ଏବଂ ଦୋଳିରେ ଦୀର୍ଘ ସମୟ ଧରି ଖେଳିଥିଲା । ପାର୍କରେ ବସି ବିଭିନ୍ନ ଲୋକଙ୍କୁ ଦେଖିବା ସହ ବେଲୁନ ସହ ଖେଳିଥିଲା । ତାପରେ ପୁଣି ମେଡିକାଲକୁ ଫେରିଥିଲା । ଏହା ପୂର୍ବରୁ ଜଗା ଫୁଲବାଣୀ ବଜାର ମଧ୍ୟ ବୁଲିବାର ଭିଡ଼ିଓ ଭାଇରାଲ ହୋଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1655529127.jpg)