Advertisment

ଗରମରୁ ମୁକ୍ତି: ଗଛ ଉପରେ ଶୋଇଛନ୍ତି ସିଂହ ଖାନ୍‌ଦାନ୍‌, ଦେଖନ୍ତୁ ଭାଇରାଲ୍‌ ଭିଡିଓ...

ଅସହ୍ୟ ଗ୍ରୀଷ୍ଣ ପ୍ରଭାବରୁ ମୁକ୍ତି ପାଇବା ପାଇଁ ଗଛ ଉପରେ ବିଶ୍ରାମ ନେଉଛନ୍ତି ସିଂହର ପୁରା ଖାନ୍‌ଦାନ୍‌ । ଦେଖନ୍ତୁ ଭାଇରାଲ୍‌ ହେଉଥିବା ଏହି ଭିଡିଓ...

ଅଦ୍ୟତନ ହୋଇଛି
Seeing the sleeping lions in the forest silence spread the whole family was seen resting on the tree

Seeing the sleeping lions in the forest silence spread the whole family was seen resting on the tree

Advertisment

ଦୁନିଆରେ ପ୍ରକୃତି ସୁରକ୍ଷିତ ଥିବା ପର୍ଯ୍ୟନ୍ତ ପୃଥିବୀରେ ରହୁଥିବା ଜୀବମାନେ ମଧ୍ୟ ସୁରକ୍ଷିତ ରହିଥାନ୍ତି । କେବଳ ଗଛର ଛାଇ ପାଇଁ ନୁହେଁ ପ୍ରକୃତିର ଏମିତି ଅନେକ ଜିନିଷ ରହିଛି ଯାହା ଉପରେ ଜୀବଜନ୍ତୁମାନେ ନିର୍ଭର କରି ବଞ୍ଚିଥାନ୍ତି ।

Advertisment

ଆଇ.ଏଫ.ଏସ ସୁଶାନ୍ତ ନନ୍ଦା ତାଙ୍କ ଟ୍ୱିଟର ଆକାଉଣ୍ଟରେ ସେରେଙ୍ଗେଟି ନ୍ୟାସନାଲ ପାର୍କ, ତାଞ୍ଜାନିଆ (Serengeti National Park, Tanzania)ର ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଠାରେ ଗୋଟିଏ ବିରାଟ ଗଛ ଉପରେ ସିଂହମାନେ ଶୋଇଛନ୍ତି । ଗଛର ଡାଳରେ ଗୋଟେ କିମ୍ୱା ଦୁଇଟି ନୁହେଁ ବରଂ ପୁରା ସିଂହର ଖାନ୍‌ଦାନ୍‌ ଶୋଇଥିବାର ଦେଖିବାକୁ ମିଳିଛି ।

Advertisment

ଗୋଟିଏ ପକ୍ଷେ, ସିଂହ ତାର ସପରିବାର ସହ ଗଛ ଡାଳରେରେ ଗଭୀର ନିଦ୍ରାରେ ବିଶ୍ରାମ ନେଉଥିବାବେଳେ ଅନ୍ୟପକ୍ଷେ ଦୂରରୁ ଏକ ହାତୀଟି ବୁଲୁଥିବାର ଦେଖିବାକୁ ମିଳିଛି । ଏତେ ସଂଖ୍ୟକ ସିଂହ ଏକାଠି ଶୋଇଥିବାର ଏହି ଭିଡିଓଟି ପ୍ରକୃତରେ ରୋମାଞ୍ଚକ ଦୃଶ୍ୟ ଅଟେ ।

ସାଧାରଣତଃ ଏହି ମାଂସାସୀ ପ୍ରାଣୀମାନେ ଶିକାର ଏବଂ ନିଜ ଗର୍ଜନରେ ଜଙ୍ଗଲକୁ ଥରାଇ ଦିଅନ୍ତି । ହେଲେ ଏଠାରେ କିଛି ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି । ଯେଉଁଠି ସମଗ୍ର ଜଙ୍ଗଲ ଏକ ନିର୍ଜନ ତଥା ଶାନ୍ତ ପରିବେଶ ପରି ଦେଖାଯାଉଛି ।

Advertisment

ଟ୍ୱିଟରରେ ସେୟାର ହୋଇଥିବା ଏହି ଭିଡ଼ିଓକୁ ପ୍ରାୟ ୪ ହଜାରରୁ ଉର୍ଦ୍ଧ୍ୱ ଲୋକ ଦେଖିସାରିଥିବାବେଳେ ଅନେକ ଲୋକ ପସନ୍ଦ କରିଛନ୍ତି ।

ପ୍ରକୃତି ସୁରକ୍ଷା, ଜୀବନ ରକ୍ଷା

ଉକ୍ତ ଭିଡ଼ିଓଟି ସ୍ପଷ୍ଟ ଭାବରେ ସୂଚାଉଛି ଯେ, ପ୍ରକୃତିକୁ ସୁରକ୍ଷିତ ରଖିଲେ ଜୀବଜନ୍ତୁ ମଧ୍ୟ ସୁରକ୍ଷିତ ରହିବେ । ଏହାସହ ଭିଡିଓରେ ସବୁଠାରୁ ଉଲ୍ଲେଖନୀୟ ତଥା ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଏକ ବିରାଟ ଶକ୍ତିଶାଳୀ ବୃକ୍ଷର ଶାଖା ଉପରେ ଜଙ୍ଗଲର ଭୟଙ୍କର ପଶୁମାନେ ମଧ୍ୟ ଶାନ୍ତିରେ ଶୋଇପାରୁଛନ୍ତି । ତେବେ ଏହି ଭିଡିଓଟି ହୁଏତ ସାମାନ୍ୟ ହୋଇଥାଇପାରେ ହେଲେ ଏହା ସମାଜକୁ ଏକ ନିଆରା ବାର୍ତ୍ତା ଦେଉଛି ।

Amazing Wildlife Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ