Advertisment

ମାଓବାଦୀଙ୍କ ଗୁଳିରେ ୨ ଯବାନ ଆହତ, ଗସ୍ତ ବାତିଲ୍‌ କରି ନିଜ ହେଲିକପ୍ଟରରେ ଏୟାରଲିଫ୍ଟ କଲେ ଡିଜିପି

ବୌଦ୍ଧ-କନ୍ଧମାଳ ସୀମାରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଉମା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ୍‌ ବେଳେ ଏହି ଗୁଳି ବିନିମୟ ହୋଇଥିବା ଜଣାପଡ଼ିଛି।

ଅଦ୍ୟତନ ହୋଇଛି
ମାଓବାଦୀଙ୍କ ଗୁଳିରେ ୨ ଯବାନ ଆହତ, ଗସ୍ତ ବାତିଲ୍‌ କରି ନିଜ ହେଲିକପ୍ଟରରେ ଏୟାରଲିଫ୍ଟ କଲେ ଡିଜିପି

Security Personnel-Maoists Exchange Fire

Advertisment

ଭୁବନେଶ୍ୱର: ବୌଦ୍ଧ-କନ୍ଧମାଳ ସୀମାରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଉମା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ୍‌ ବେଳେ ଏହି ଗୁଳି ବିନିମୟ ହୋଇଥିବା ଜଣାପଡ଼ିଛି। ମାଓବାଦୀଙ୍କ ଗୁଳିରେ ୨ ଜଣ ଏସ୍ଓଜି ଯବାନ ଆହତ ହୋଇଛନ୍ତି। ଆହତ ୨ ଯବାନଙ୍କୁ ହେଲିକପ୍ଟର ଯୋଗେ ଭୁବନେଶ୍ୱର ଅଣାଯାଇଥିଲା। ଏହାପରେ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଏୟାରପୋର୍ଟରୁ ଏମ୍ସ ଅଣାଯାଇଥିଲା। ଆହତ ଯବାନଙ୍କୁ ସ୍ୱତନ୍ତ୍ର ଡାକ୍ତରୀ ଦଳ ଚିକିତ୍ସା କରୁଛନ୍ତି। 

Advertisment

ଗୁଇନ୍ଦା ସୂଚନାକୁ ଆଧାର କରି ସୁରକ୍ଷାକର୍ମୀଙ୍କ ପକ୍ଷରୁ କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅନ୍ତର୍ଗତ ଉମା ଜଙ୍ଗଲରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ତେବେ ସୁରକ୍ଷାକର୍ମୀଙ୍କ ଆଭାସ ପାଇ ମାଓବାଦୀମାନେ ଆଖିବୁଜା ଗୁଳି ଚଳାଇବାରୁ ଯବାନମାନେ ଏହାର ଜବାବ ଦେଇଥିଲେ। ଏଥିରେ ୨ ଜଣ ଏସ୍ଓଜି କମାଣ୍ଡୋଙ୍କ ଦେହରେ ଗୁଳି ବାଜିଥିଲା। ସିଆରପିଏଫ୍ ଯବାନମାନେ ସେମାନଙ୍କୁ ଉଦ୍ଧାର କରିଥିଲେ। 

Advertisment

କୋରାପୁଟ-ମାଲକାନଗିରି ଗସ୍ତରେ ଯାଉଥିବା ଡିଜିପି ଅଭୟ ଖବରପାଇ ଗସ୍ତ ବାତିଲ କରି ବୌଦ୍ଧର ପାଦେଲପଡ଼ାରେ ପହଞ୍ଚିଥିଲେ। ତା’ ପରେ ୨ ଯବାନଙ୍କୁ ନିଜ ହେଲିକପ୍ଟରରେ ଏୟାର ଲିଫ୍ଟ କରି ଭୁବନେଶ୍ୱର ଆଣିଥିଲେ। 

ଆହତ ଯବାନଙ୍କୁ ଧରି ଭୁବନେଶ୍ୱରରେ ପହଞ୍ଚିବା ପରେ 
ସୁରକ୍ଷାକର୍ମୀଙ୍କୁ ଏୟାରଲିଫ୍ଟ କାର୍ଯ୍ୟରେ ୩ ଜଣଙ୍କୁ DGP ପ୍ରଶଂସା କରିଛନ୍ତି। ବିଶେଷଭାବରେ BSFର ପାଇଲଟ ପଣ୍ଡିତଙ୍କୁ ଡିଜିପି ପ୍ରଶଂସା କରିଛନ୍ତି। ପାଦେଲପଡ଼ା ଭଳି ଛୋଟ ସ୍ଥାନରେ ପାଇଲଟ୍‌ ହେଲିକପ୍ଟର ଲ୍ୟାଣ୍ଡ କରାଇଥିଲେ। ଏହାସହ CRPFର ଯବାନ ଓ କଣ୍ଟାମାଳର ଡାକ୍ତରଙ୍କୁ ମଧ୍ୟ ଡିଜିପି  ପ୍ରଶଂସା କରିଛନ୍ତି। 

Advertisment
Odisha Maoists Security Personnel Maoists Exchange Fire
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ