Security Guard Injection To Patient Angul
ଅନୁଗୁଳ: ଡାକ୍ତର ନୁହଁନ୍ତି, ରୋଗୀଙ୍କୁ ଇଞ୍ଜେକ୍ସନ ଦେଲେ ସିକ୍ୟୁରିଟି ଗାର୍ଡ। ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ଏହି ଭିଡ଼ିଓଟି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବୋଲି କୁହାଯାଉଛି। କୁହାଯାଉଛି, ଭିଡ଼ିଓଟି ଗତ ଦୁଇ ଦିନ ପୂର୍ବର।
ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଅଛନ୍ତି, ପାରାମେଡ଼ିକାଲ ଷ୍ଟାଫ ମଧ୍ୟ ଅଛନ୍ତି। କିନ୍ତୁ ଜଣେ ସିକ୍ୟୁରିଟି ଗାର୍ଡ କାହିଁକି ଓ କେଉଁ ପରିସ୍ଥିତିରେ ରୋଗୀଙ୍କୁ ଇଞ୍ଜେକ୍ସନ ଦେଇଥିଲେ ତାକୁ ନେଇ ବର୍ତ୍ତମାନ ପ୍ରଶ୍ନ ଉଠିଛି।ସିକ୍ୟୁରିଟି ଗାର୍ଡ ଜଣକ ଜଣେ ରୋଗୀଙ୍କୁ ଇଞ୍ଜେକ୍ସନ ଦେଉଥିବା ଦୃଶ୍ୟ ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି।
ପୂର୍ବରୁ ଜିଲ୍ଲାରେ ଏକାଧିକ ରୋଗୀଙ୍କୁ ଇଞ୍ଜେକ୍ସନ ଦେବା ସମୟରେ ଛୁଞ୍ଚି ଭାଙ୍ଗିବାର ଘଟଣା ସାମ୍ନାକୁ ଆସିଥିଲା।ଏଭଳି ସ୍ଥିତିରେ ସିକ୍ୟୁରିଟି ଗାର୍ଡ ଜଣେ ରୋଗୀଙ୍କୁ ଇଞ୍ଜେକ୍ସନ ଦେବାର ଭିଡିଓ ଭାଇରାଲ ହେବା ପରେ ମେଡ଼ିକାଲର ଅବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି।
Also Read
ଜଣେ ସିକ୍ୟୁରିଟି ଗାର୍ଡ କାହିଁକି ରୋଗୀଙ୍କୁ ଇଞ୍ଜେକ୍ସନ ଦେଲେ ? ସେହି ସମୟରେ ଆଉଟଡୋର ଦାୟିତ୍ୱରେ ଥିବା କର୍ମଚାରୀ କାହିଁକି ନିଜ ଡ୍ୟୁଟି କରି ନଥିଲେ ? ଏଭଳି ଅନେକ ପ୍ରଶ୍ନ ଉଠିଛି। ଏସମ୍ପର୍କରେ ମେଡ଼ିକାଲ୍ର ଏଡିଏମଓ ଡାକ୍ତର ମାନସ ରଞ୍ଜନ ବିଶ୍ୱାଳଙ୍କୁ ଫୋନ୍ରେ ଯୋଗାଯୋଗ କରାଯାଇ ଥିବାବେଳେ ତଦନ୍ତ ପରେ ପ୍ରତିକ୍ରିୟା ରଖିବେ ବୋଲି କହିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us
