Advertisment

ତପସ୍ୱିନୀଙ୍କ ଶ୍ୱଶୂର ଘର ସାମ୍ନାରେ ୧୪୪ ଧାରା ଜାରି କଲା ପୋଲିସ୍‌

ସୁମିତ୍‌ଙ୍କ ଘର ସାମ୍ନାରେ ୧୪୪ ଧାରା ଲାଗୁ ହେଲା। ବ୍ରହ୍ମାନଗର ଅଂଚଳରେ ଥିବା ସୁମିତଙ୍କ ଘର ଆଗରେ ପୋଲିସ ୧୪୪ ଧାରା ଲାଗୁ କରିଛି। ସୂଚନା ଅନୁସାରେ, ଅନିର୍ଦ୍ଦିଷ୍ଟକାଳ ପାଇଁ ୧୪୪ ଧାରା ଲାଗିଛି।

ଅଦ୍ୟତନ ହୋଇଛି
Tapaswini-Sumit Marital Dispute

Tapaswini-Sumit Marital Dispute

Advertisment

ବ୍ରହ୍ମପୁର: ସୁମିତ୍‌ଙ୍କ ଘର ସାମ୍ନାରେ ୧୪୪ ଧାରା ଲାଗୁ ହେଲା। ବ୍ରହ୍ମାନଗର ଅଂଚଳରେ ଥିବା ସୁମିତଙ୍କ ଘର ଆଗରେ ପୋଲିସ ୧୪୪ ଧାରା ଲାଗୁ କରିଛି। ସୂଚନା ଅନୁସାରେ, ଅନିର୍ଦ୍ଦିଷ୍ଟକାଳ ପାଇଁ ୧୪୪ ଲାଗିଛି। ଘଟଣାସ୍ଥଳରେ ଗହଳି ହେଉଥିବା କାରଣରୁ ପୋଲିସ ଏପରି ପଦକ୍ଷେପ ନେଇଛି। କେବଳ ଏତିକି ନୁହେଁ ବରଂ ତପସ୍ୱିନୀଙ୍କ ଶ୍ୱଶୂର ଘର ସାମ୍ନାରେ ୨ ସେକ୍ସନ ଫୋର୍ସ ମୁତୟନ ହୋଇଛନ୍ତି।

Advertisment

ତେବେ ଦମ୍ପତି ତପସ୍ୱିନୀ-ଡାକ୍ତର ସୁମିତ ବିବାହ ବିବାଦ ମାମଲା ନିଜ ପୂର୍ବ ରାୟକୁ ଗତକାଲି ପୁଣି ଦୋହରାଇଥିଲେ ଏସଡିଜେଏମ୍ କୋର୍ଟ। ଭଡ଼ା ଘର ନେଇ ତପସ୍ୱିନୀଙ୍କୁ ରଖିବାକୁ ଡାକ୍ତର ସୁମିତଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଉପଯୁକ୍ତ ଲାଇଟ୍, ପାଣି, ପରିମଳ ବ୍ୟବସ୍ଥା ଥିବା ଘର ନେଇ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ। ତେବେ କୋର୍ଟଙ୍କ ନିର୍ଦ୍ଦେଶରେ ସନ୍ତୁଷ୍ଟ ନଥିବା ଜଣାଇଛଥିଲେ ତପସ୍ୱିନୀଙ୍କ ଓକିଲ। ସୁମିତ ନିଖୋଜ ଥିବା ସେ କୋର୍ଟଙ୍କୁ ମଧ୍ୟ ଜଣାଇଥିଲେ। ସୁମିତ କେଉଁଠି ଅଛନ୍ତି ନା ପୋଲିସ ଜାଣିଛି ନା କେହି ଜାଣିଛନ୍ତି। ଏହା ସତ୍ତ୍ୱେ ସୁମିତଙ୍କୁ ଭଡ଼ାଘର ନେଇ ତପସ୍ୱିନୀଙ୍କୁ ରଖିବାକୁ କୁହାଯାଇଛି।

ଭଡ଼ା ଘର ନେବା ପର୍ଯ୍ୟନ୍ତ ତପସ୍ୱିନୀ କେଉଁଠି ରହିବେ, କୋର୍ଟ କହିନାହାନ୍ତି କୋର୍ଟ କିଛି ସ୍ପଷ୍ଟ କରିନଥିବାରୁ, ତପସ୍ୱିନୀ କେଉଁଠି ରହିବେ ନିଜେ ନିଷ୍ପତ୍ତି ନେବେ ବୋଲି ତପସ୍ବିନୀଙ୍କ ଓକିଲ କହିଥିଲେ। ଅନ୍ୟପଟେ ସୁମିତଙ୍କ ପକ୍ଷରୁ ଦାଏର ପିଟିସନ୍ ଖାରଜ କରିଦେଇଥିଲେ କୋର୍ଟ। କାଗଜପତ୍ର ସଂଗ୍ରହ ପାଇଁ ୧୫ ଦିନ ସମୟ ମାଗି ପିଟିସନ କରିଥିଲେ ସୁମିତ। ତେବେ ଗତକାଲି ଉତ୍ୟକ୍ତ ମହିଳାମାନେ ସୁମିତଙ୍କ ଘର ଗେଟ୍‌ ଭାଙ୍ଗିଥିଲେ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ତେବେ ପରିସ୍ଥିତିକୁ ନଜରରେ ରଖି ଆଜି ୧୪୪ ଧାରା ଜାରି କରିଛି ପୋଲିସ।

Advertisment
Berhampur Marital Discord
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ