Advertisment

କାର୍ତ୍ତିକ ମାସର ପ୍ରଥମ ସୋମବାର, ସନ୍ଧ୍ୟାରେ ଆୟୋଜନ ହେବ ଭଜନ କୀର୍ତ୍ତନ

ଆଜି ପବିତ୍ର ମାସ କାର୍ତ୍ତିକର ପ୍ରଥମ ସୋମବାର ରାଜ୍ୟର ବିଭିନ୍ନ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି ।ମହାଦେବଙ୍କ ଦର୍ଶନ କରି ଆଶିଷ ଲାଭ କରୁଛନ୍ତି ଶ୍ରଦ୍ଧାଳୁ। ସେହିପରି ଶ୍ରୀକ୍ଷେତ୍ର ପୁରୀରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି।

ଅଦ୍ୟତନ ହୋଇଛି
Dhabaleswar Temple

Dhabaleswar Temple

Advertisment

ଭୁବନେଶ୍ୱର: ଆଜି ପବିତ୍ର ମାସ କାର୍ତ୍ତିକର ପ୍ରଥମ ସୋମବାର ରାଜ୍ୟର ବିଭିନ୍ନ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି ।ମହାଦେବଙ୍କ ଦର୍ଶନ କରି ଆଶିଷ ଲାଭ କରୁଛନ୍ତି ଶ୍ରଦ୍ଧାଳୁ। ସେହିପରି ଶ୍ରୀକ୍ଷେତ୍ର ପୁରୀରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଭୋରରୁ ସ୍ନାନ ସାରି ତୁଳସୀ ଚଉରା ନିକଟରେ ପୂଜାର୍ଚ୍ଚନା କରି ବ୍ରତ ପାଳନ କରୁଛନ୍ତି ହବିଷ୍ୟାଳି। ଚଳିତ ବର୍ଷ କରୋନା କଟକଣା ଥିବାରୁ ହବିଷ୍ୟାଳିଙ୍କ ଭିଡ ଏତେଟା ନାହିଁ । ଲଜ୍ ଓ ହୋଟେଲରେ ହବିଷ୍ୟାଳିଙ୍କୁ ନ ରଖିବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି ଏ ବର୍ଷ ପୁରୀ ନ ଆସିବାକୁ ହବିଷ୍ୟାଳିଙ୍କୁ ଅନୁରୋଧ କରିଥିଲା ପୁରୀ ଜିଲ୍ଲା ପ୍ରଶାସନ। ତେବେ ପ୍ରଥମ ସୋମବାର ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ସନ୍ଧ୍ୟାରେ ଭଜନ କୀର୍ତ୍ତନର ମଧ୍ୟ ଆୟୋଜନ କରାଯାଇଛି। 

Advertisment

ସେପଟେ କରୋନା କଟକଣା ପାଇଁ ଧବଳେଶ୍ୱରଙ୍କୁ ଦର୍ଶନ କରିପାରୁନାହାନ୍ତି ଶ୍ରଦ୍ଧାଳୁ। ପ୍ରତି ଥର ପରି ଏଥର ମନ୍ଦିରରେ ଭକ୍ତଙ୍କ ନାହିଁ ଭିଡ଼। ପ୍ରଶାସନ ପକ୍ଷରୁ ମନ୍ଦିରରେ ୧୪୪ ଧାରା ଲାଗୁ କରାଯାଇଛି। ଭୋର ୪ଟାରୁ ରାତି ୧୦ ପର୍ଯ୍ୟନ୍ତ ନିୟମ ବଳବତ୍ତର ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

Advertisment
Kartik Month Sec 144 Clamped At Dhabaleswar Puri Cuttack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ