Advertisment

ଖୋଲିଲା ହୀରାକୁଦ ଡ୍ୟାମ୍‌ ଗେଟ୍

ଆଜି ହୀରାକୁଦ ଡ୍ୟାମ୍‌ ଗେଟ୍ ଖୋଲିବା ସହ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ଛଡ଼ା ଯାଇଛି।

ଅଦ୍ୟତନ ହୋଇଛି
Season first floodwater released from Hirakud dam

Season first floodwater released from Hirakud dam

Advertisment

ଆଜି ହୀରାକୁଦ ଡ୍ୟାମ୍‌ ଗେଟ୍ ଖୋଲିବା ସହ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ଛଡ଼ା ଯାଇଛି। ପୂଜାର୍ଚ୍ଚନା ପରେ ସକାଳ ୯ଟାରେ ଜଳଭଣ୍ଡାରର ଗେଟ୍ ଖୋଲା ଯାଇଥିଲା। ଏବେ ୫ଟି ସ୍ଲୁଇସ୍ ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ବାମ ପାର୍ଶ୍ୱ ସ୍ପିଲୱେ ପଟୁ ୩ଟି ଏବଂ ଦକ୍ଷିଣ ପାର୍ଶ୍ୱ ପଟୁ ୨ଟି, ଏଭଳି ମୋଟ୍ 
୫ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଛି।

Advertisment

ବନ୍ୟାଜଳ ନିଷ୍କାସନ ସମୟରେ ମହାନଦୀ ଭିତରକୁ କେହି ନଯିବାକୁ ଓ କୌଣସି ଗୃହପାଳିତ ପଶୁଙ୍କୁ ନଛାଡିବାକୁ ସଚେତନ କରାଯାଇଛି। ହୀରାକୁଦର ୫ଟି ଗେଟ୍ ଦେଇ ପ୍ରାୟ ୭୫ ହଜାର କ୍ୟୁସେକ୍ ଜଳ ତଳ ମୁଣ୍ଡକୁ ନିଷ୍କାସିତ ହେବ। ହୀରାକୁଦର ଚିଫ୍ ଇଞ୍ଜିନିୟର ଆନନ୍ଦ ଚନ୍ଦ୍ର ସାହୁ କହିଛନ୍ତି, ମହାନଦୀ ଜଳ ପରିଚାଳନା ନେଇ କୌଣସି ସହଯୋଗ କରୁନି ଛତିଶଗଡ଼। ୨୦୧୯ ପରଠୁ ସେମାନେ ଆମର କୌଣସି ବୈଠକକୁ ଆସୁ ନାହାନ୍ତି କିମ୍ବା ଆମକୁ ମଧ୍ୟ ତାଙ୍କ ବୈଠକକୁ ଡାକୁ ନାହାନ୍ତି।

କେତେ ପାଣି ଅଛି, କେତେ ପାଣି ଛାଡୁଛନ୍ତି, ତା’ର ତଥ୍ୟ ଦେଉ ନାହିଁ ଛତିଶଗଡ଼ । ତେଣୁ ଦୁଇ ରାଜ୍ୟ ମଧ୍ୟରେ ତଥ୍ୟର ଆଦାନ ପ୍ରଦାନ ହୋଇପାରୁନି। ଜୁଲାଇ ୩୧ ସୁଦ୍ଧା ଜଳଭଣ୍ଡାରର ପାଣି ୬୦୫ ଫୁଟ ରଖାଯିବ ବୋଲି ହୀରାକୁଦର ଚିଫ୍ ଇଞ୍ଜିନିୟରକହିଛନ୍ତି। 

Advertisment

Hirakud Dam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ