Advertisment

ସାର୍ ଗଲେ ଆମେ ପାଠ ପଢିବୁ କେମିତି ? ଏମିତି କହି ସ୍କୁଲ୍‌ ଗେଟ୍‌ରେ ତାଲା ଠୁଙ୍କିଲେ ପିଲା

ବିଦ୍ୟାଳୟର ଶୈକ୍ଷିକ ବାତାବରଣ ଧୀରେ ଧୀରେ ସୁଧୁରି ଆସିଥିଲା। କିନ୍ତୁ ହଠାତ ବିଦ୍ୟାଳୟ ଛୁଟି ଥିବା ବେଳେ ପ୍ରଧାନଶିକ୍ଷକଙ୍କ ହଠାତ ବଦଳିକୁ କେହି ସହଜରେ ଗ୍ରହଣ କରିପାରୁନାହାଁନ୍ତି ।

ଅଦ୍ୟତନ ହୋଇଛି
School Student Protest In Bhadrak

School Student

Advertisment

ଭଦ୍ରକ ସହର ଚରମ୍ପା ରେଲୱେ କଲୋନୀରେ ଅଛି ଗୋପଵନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ । ଏହାକୁ ୧୯୬୪ ମସିହାରେ ସ୍ଥାପନା କରାଯାଇଥିଲା । ଏଥିରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ୧୬୦ରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରନ୍ତି । ଏହି ବିଦ୍ୟାଳୟରେ ସୁରେନ୍ଦ୍ର ସେଠୀ ଗତ ୬ ମାସ ତଳେ ଏଠାରେ ପ୍ରଧାନ ଶିକ୍ଷକ ଭାବରେ ଯୋଗ ଦେଇଥିଲେ । ଏହି ଅଳ୍ପ ସମୟ ଭିତରେ ଦୀର୍ଘ ୪୦ବର୍ଷ ତଳର ଅନେକ ସମସ୍ୟାର ସମାଧାନ କରାଯାଇଥିଲା । ଏପରିକି ବିଦ୍ୟାଳୟର ଶୈକ୍ଷିକ ବାତାବରଣ ଧୀରେ ଧୀରେ ସୁଧୁରି ଆସିଥିଲା। କିନ୍ତୁ ହଠାତ ବିଦ୍ୟାଳୟ ଛୁଟି ଥିବା ବେଳେ ପ୍ରଧାନଶିକ୍ଷକଙ୍କ ହଠାତ ବଦଳିକୁ କେହି ସହଜରେ ଗ୍ରହଣ କରିପାରୁନାହାଁନ୍ତି ।

Advertisment

ଏପରିକି ତାଙ୍କ ବଦଳରେ ଜଣେ ନୂତନ ପ୍ରଧାନଶିକ୍ଷକ ଯୋଗଦେବାକୁ ଆସିଥିଲେ । ଯାହାକୁ ଅଭିଭାବକ ମାନେ ବିରୋଧ କରିବା ସହ ଵିଦ୍ୟାଳୟରେ ତାଲା ପକାଇ ଦେଇଥିଲେ। ଏପରିକି ଅନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ମଧ୍ୟ ଛାଡି ନଥିଲେ। ବିଦ୍ୟାଳୟ ଛୁଟିଥିବା ସତ୍ତ୍ବେ ମଧ୍ୟ ବାପା ଓ ମାଆଙ୍କ ସହ ଛାତ୍ରଛାତ୍ରୀ ମାନେ ଆନ୍ଦୋଳନରେ ଯୋଗଦେଇଥିଲେ।

ଅଭିଭାବକ ମାନେ ପୂର୍ବରୁ ଏନେଇ ଭଦ୍ରକ ବ୍ଲକ ଶିକ୍ଷାଧିକାରୀଙ୍କୁ ଭେଟିଥିଲେ । ଏବଂ ଵଦଳିକୁ ବାତିଲ କରିବାକୁ ଅନୁରୋଧ କରିଥିଲେ। କିନ୍ତୁ କିଛି ଫଳ ମିଳିନଥିଲା । ତେଣୁ ଵାଧ୍ୟ ହୋଇ ବିଦ୍ୟାଳୟ ଫାଟକରେ ତାଲା ପକାଇଵା ସହ ଆଗାମୀ ଦିନରେ ଯେତେ ପର୍ଯ୍ୟନ୍ତ ବଦଳି ବାତିଲ ନହୋଇଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ କରିଵେ ବୋଲି ଚେତାବନୀ ଦେଇଛନ୍ତି। ଅନ୍ୟ ପକ୍ଷରେ ଭଦ୍ରକ ବ୍ଲକ ଶିକ୍ଷାଧିକାରୀ କହିଛନ୍ତି, ଏହି ବଦଳି ସରକାରଙ୍କ ନିୟମାନୁସାରେ ହୋଇଛି । ତେଣୁ ଏଥିରେ କିଛି କହିବା କଷ୍ଟକର। କିନ୍ତୁ ଏ ସଂକ୍ରାନ୍ତରେ ଅଭିଭାବକ ଓ ଛାତ୍ରଛାତ୍ରୀମାନଙ୍କ ଆନ୍ଦୋଳନ ଦେଖି ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଭଦ୍ରକ ବ୍ଲକ ଶିକ୍ଷାଧିକାରୀ ।

Advertisment
School Students Student Protest
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ