Advertisment

ହାତରେ ଲାଗିବ ମାଇକ୍ରୋ ଚିପ୍‌; ଜଣାପଡିବ ଟିକାକରଣର ସବୁ ବିବରଣୀ

ଟୀକାକରଣର ସ୍ଥିତି ଜାଣିବା ପାଇଁ ଅତ୍ୟାଧୁନିକ ଜ୍ଞାନ ଓ କୌଶଳରେ ତିଆରି କରାଯାଇଛି ମାଇକ୍ରୋଚିପ୍  । ଏହାକୁ ହାତରେ ଲାଗାଇ ସ୍କାନ୍‌ କରିବା ମାତ୍ରେ ହିଁ ବ୍ୟକ୍ତିର ଟୀକାକରଣର ସବୁ ସ୍ଥିତି ଅତି ସହଜରେ ଜଣାପଡିଥାଏ । ଫଳରେ ଲୋକଙ୍କୁ ଟିକାକରଣ ଷ୍ଟାଟସ ବହନ କରି ସବୁ ସ୍ଥାନକୁ ଯିବାକୁ ପଡିବ ନାହିଁ ।

ଅଦ୍ୟତନ ହୋଇଛି
Scannable microchip can be embed in arms to show covid vaccination status

Scannable microchip can be embed in arms to show covid vaccination status

Advertisment

ସାରା ବିଶ୍ୱରେ ବର୍ତ୍ତମାନ କରୋନା ହଇଚଇ ସୃଷ୍ଟି କରିଛି । ଏହି ମହାମାରୀକୁ ମାତ୍‌ ଦେବା ପାଇଁ ଏବେ ଏକମାତ୍ର ସାହାରା ପାଲଟିଛି ଟିକା । ସାରା ବିଶ୍ୱ ଏବେ ଟିକା ଉପରେ ନିର୍ଭର କରି ରହିଛି। ଏହି ପରିସ୍ଥିତିରେ ଟୀକାକରଣର ସ୍ଥିତି ଜାଣିବା ପାଇଁ ଅତ୍ୟାଧୁନିକ ଜ୍ଞାନ ଓ କୌଶଳରେ ଏକ ମାଇକ୍ରୋଚିପ୍ ଉଦ୍ଭାବନ କରାଯାଇଛି  । ମାଇକ୍ରୋଚିପ୍‌କୁ ହାତରେ ଲାଗାଇ ସ୍କାନ୍‌ କରିବା ମାତ୍ରେ ହିଁ ବ୍ୟକ୍ତିର ଟୀକାକରଣ ସ୍ଥିତି ଅତି ସହଜରେ ଜଣାପଡିଥାଏ ।

Advertisment
Scannable microchip can be embed in arms to show covid vaccination status

ସ୍ୱିଡେନର ଷ୍ଟାର୍ଟ ଅପ୍ ଆଇଡିଆସ୍ ଟେକ୍ କମ୍ପାନୀ ଏହି ମାଇକ୍ରୋଚିପ୍‌କୁ ତିଆରି କରିଛନ୍ତି । ଯାହା ଲୋକଙ୍କ ହାତରେ ଲଗାଯିବ। ଏହାପରେ ମାଇକ୍ରୋଚିପ୍‌ ସ୍କାନ୍ ହେବା ମାତ୍ରେ କରୋନା ଟୀକାକରଣର ସବୁ ସ୍ଥିତି ଦର୍ଶାଇବ । ଫଳରେ ଲୋକଙ୍କୁ ନିଜ ଟିକାକରଣର ପ୍ରମାଣପତ୍ର ବହନ କରିବାକୁ ପଡିବ ନାହିଁ ।

  • ଛୋଟ ଚିପ୍ ହେଲେ କାମ ବଡ

ଏହି ମାଇକ୍ରୋଚିପ୍‌ Dsruptive Subdermals ନାମକ ଏକ ଟେକ୍ ଷ୍ଟାର୍ଟ ଅପ୍ କମ୍ପାନୀ ଦ୍ୱାରା ତିଆରି କରାଯାଇଛି । ଚିପ୍‌ଟି ପ୍ରାୟ ୨ ମିଲିମିଟରରୁ ୧୬ ମିଲିମିଟର ପର୍ଯ୍ୟନ୍ତ ଆକାରର ହୋଇଥିବାବେଳେ ଏହା ଖୁବ୍‌ ଶୀଘ୍ର ବଜାରରେ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି ।

Advertisment
Scannable microchip can be embed in arms to show covid vaccination status

ଏଏଫ୍‌ପି ନ୍ୟୁଜ୍‌ ଏଜେନ୍ସିର ରିପୋର୍ଟ ଅନୁସାରେ, ଟେକ୍ ଷ୍ଟାର୍ଟ ଅପ୍ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ହାନେସ୍ ସଜୋବ୍ଲାଡ୍ କହିଛନ୍ତି, ସେ ମଧ୍ୟ ଏହି ଚିପ୍‌କୁ ନିଜ ହତରେ ଲଗାଇଛନ୍ତି । ଏହାକୁ ନିଜ ହାତରେ ଲଗାଇବାକୁ ସେ ପ୍ରାୟ ୧୦୦ ୟୁରୋ ଟଙ୍କା ଖର୍ଚ୍ଚ କରିଛନ୍ତି । ଥରେ ଏହାକୁ ଫୋନ୍‌ରେ ସ୍କାନ କରିବା ପରେ ଏହା ତାର କାର୍ଯ୍ୟ ଆରମ୍ଭ କରିଦେଇଥାଏ । ଯାହା ପରେ ବ୍ୟକ୍ତିଙ୍କ ଭ୍ୟାକ୍ସିନେସନ୍‌ ଷ୍ଟାଷ୍ଟସକୁ ଏକ ଡିଜିଟାଲ୍ ପିଡିଏଫ୍‌ ଆକାରରେ ପ୍ରଦର୍ଶିତ ହୋଇଥାଏ ।

  • ଯେ କୌଣସି ସ୍ଥାନରେ ଜାଣିହେବ ଟିକାକରଣର ଷ୍ଟାଟସ 

ଏହି ମାଇକ୍ରୋଚିପ୍‌ ମାଧ୍ୟମରେ ଲୋକମାନେ ଯେ କୌଣସି ସ୍ଥାନରେ ମଧ୍ୟ ନିଜ ଟିକାକରଣ ଷ୍ଟାଟସ୍‌କୁ ଦେଖାଇପାରିବେ । ସପିଂ ମଲ୍‌ ହେଉ, ବା ଫିଲ୍ମ ହଲ୍‌ ହେଉ ବା ଯାତ୍ରା ସମୟରେ ସବୁ ସ୍ଥାନରେ ଏହା କାମ କରିଥାଏ । ସବୁଠୁ ସନ୍ତୋଷଜନକ କଥା ହେଉଛି ପାଖରେ ନିଜ ଫୋନ୍‌ ନଥିଲେ ମଧ୍ୟ ଚିପ୍‌ ମାଧ୍ୟମରେ ଭ୍ୟାକ୍ସିନେସନ୍‌ ଷ୍ଟାଟସ୍‌ ଜାଣିହୋଇପାରିବ ।

Advertisment
Special Styory Vaccination Status
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ