Advertisment

ମଧ୍ୟାହ୍ନ ଭୋଜନ ଚାଉଳରେ ଘୋଟାଲା : ୫୦ କିଲୋର ବସ୍ତା, କିନ୍ତୁ ଭିତରେ ୪୫ କେଜି ଚାଉଳ

ମଧ୍ୟାହ୍ନ ଭୋଜନ ଚାଉଳରେ ବଡ଼ ଧରଣର ଘୋଟାଲା। ୫୦ କିଲିଆ ବସ୍ତାରେ ଦିଆଯାଉଛି ୪୫ କିଲୋ ଚାଉଳ

ଅଦ୍ୟତନ ହୋଇଛି
scam

scam

Advertisment

ସ୍କୁଲ ପିଲାଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଆସୁଥିବା ଚାଉଳ ବଣ୍ଟନରେ ବଡ଼ଧରଣର ଦୁର୍ନୀତି । ସ୍କୁଲକୁ ଆସୁଛି ୫୦ କେଜିର ଚାଉଳ ବସ୍ତା ହେଲେ ଓଜନ କଲା ବେଳକୁ ପ୍ରତି ବସ୍ତାରେ ୫ରୁ ୭ କେଜି ଓଜନ କମ୍ ରହୁଛି । କେନ୍ଦ୍ରାପଡ଼ା ଆଳି ବ୍ଲକର ସବୁ ସ୍କୁଲକୁ ଆସୁଥିବା ଚାଉଳ ଓଜନରେ ଦେଖିବାକୁ ମିଳିଛି ଏହି ଅନିୟମିତତା । ଆଶ୍ଚର୍ଯ୍ୟର କଥା ହେଲା, MDM ନୋଡାଲ ଅଫିସର ଓ ଜିଲ୍ଲା ଶିକ୍ଷା ଅଧିକାରୀ ସବୁ ଜାଣି ଚେଇଁ ଶୋଇଥିବା ଭଳି ମନେ ହେଉଛି ।

Advertisment

କେନ୍ଦ୍ରାପଡ଼ା ଜିଲ୍ଲା ଦାୟିତ୍ୱରେ ଥିବା ଏମ୍.ଏସ୍. ସୁରେନ୍ଦ୍ର ସାହୁ ଟ୍ରାନ୍ସପୋର୍ଟିଂ ଏଜେନ୍ସିର ଚଞ୍ଚକତା ଏବେ ପଦାକୁ ଆସିଛି । ଆଳି ବ୍ଲକର ଉର୍ଦ୍ଦୁ ବାଳିକା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ପଢୁଥିବା ୯୦ ପିଲାଙ୍କୁ ପ୍ରତିଦିନ ଦିଆଯାଏ ମଧ୍ୟାହ୍ନ ଭୋଜନ । କିନ୍ତୁ ସ୍କୁଲକୁ ଆସୁଥିବା ପ୍ରତି ବସ୍ତା ଚାଉଳରେ ୫ କେଜି କମ୍ ଅର୍ଥାତ୍ ୪୫ କେଜି ରହୁଛି । ସ୍କୁଲରେ ଥିବା ଓଜନ ମେସିନରେ ଏହା ଧରାପଡିଛି । ଟ୍ରାନ୍ସପୋର୍ଟିଂ କଣ୍ଟ୍ରାର ଏଭଳି ମନମାନି କରୁଥିବା ପ୍ରଧାନ ଶିକ୍ଷକ ଅଭିଯୋଗ କରିଛନ୍ତି ।

ଆଳି ବ୍ଲକର ୧୮୫ଟି ସ୍କୁଲ ସମେତ ପୂରା କେନ୍ଦ୍ରାପଡ଼ା ଜିଲ୍ଲାର ୧୭ଶହ ୧୮ଟି ସ୍କୁଲକୁ ମଧ୍ୟାହ୍ନ ଭୋଜନ ପାଇଁ ଚାଉଳ ଯୋଗାଇଥାଏ ଏମ୍.ଏସ୍. ସୁରେନ୍ଦ୍ର ସାହୁ ଟ୍ରାନ୍ସପୋର୍ଟିଂ ଏଜେନ୍ସି । ପ୍ରତି ପ୍ୟାକେଟରେ ୪-୫ କେଜି କମ୍ ରହିଲେ, ଏଭଳି ଶହ ଶହ ବସ୍ତାରେ କୁଇଣ୍ଟାଲ କୁଇଣ୍ଟାଲ ଚାଉଳ କମ୍ କରି ସ୍କୁଲକୁ ଦେଉଛି ସମ୍ପୃକ୍ତ ଏଜେନ୍ସି । ତେଣୁ ଚାଉଳ ବଣ୍ଟନରେ ବିରାଟ ଘୋଟାଲାର ଗନ୍ଧ ବାରି ହେଉଛି । ଏଥିରେ କେବଳ ଟ୍ରାନ୍ସପୋର୍ଟିଂ ଏଜେନ୍ସି ନୁହେଁ, ସିଆରସିସି ଓ ଶିକ୍ଷକ ମାନଙ୍କର ମଧ୍ୟ ହାତ ଚିକ୍କଣ ହେଉଥିବା ସନ୍ଦେହ କରାଯାଉଛି ।

Advertisment

ଚାଉଳ ଓଜନ କରି ରଖିବା ପାଇଁ ସ୍କୁଲକୁ କୁହାଯାଇଥିବା ବେଳେ କାହିଁକି ସିଆଡୁ ଚାଉଳ କମାଇ ପ୍ୟାକିଂ କରୁଛି ଟ୍ରାନ୍ସପୋର୍ଟିଂ ଏଜେନ୍ସି, ସେନେଇ MDM ନୋଡାଲ ଅଫିସରଙ୍କ ମତାମତ ଲୋଡ଼ା ଯାଇଥିଲା । ତେବେ ଏନେଇ କୌଣସି ଅଭିଯୋଗ ମିଳିନଥିବା ସେ ସଫେଇ ଦେଇଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି, ତଦନ୍ତ କରି ୭ ଦିନ ଭିତରେ ପଦକ୍ଷେପ ନିଆଯିବ ।

କେନ୍ଦ୍ରାପଡ଼ା ଜିଲ୍ଲା ଦାୟିତ୍ୱରେ ଥିବା ଏମ୍.ଏସ୍. ସୁରେନ୍ଦ୍ର ସାହୁ ଟ୍ରାନ୍ସପୋର୍ଟିଂ ଏଜେନ୍ସିର କାରସାଦି ଧରାପଡିବା ପରେ ଏଜେନ୍ସି ପ୍ରୋପାଇଟର ନିଜ ଆଡୁ ଦୋଷ ଖସାଇ ଏମଡିଏମ୍ ନୋଡାଲ ଅଫିସର, ସିଆରସିସି ଓ ଡିଇଓଙ୍କୁ ବଲ୍ ଫିଙ୍ଗିଛନ୍ତି । ମଧ୍ୟାହ୍ନ ଭୋଜନ ଚାଉଳ ଯୋଗାଣରେ ହେଉଥିବା ହେରଫେର୍ ଘଟଣାର ନିରପେକ୍ଷ ତଦନ୍ତ ହେଲେ ସଂପୃକ୍ତ ଏଜେନ୍ସିର କାରନାମା ପଦାକୁ ଆସିବ ।

Advertisment

ରିପୋର୍ଟ- ବନମାଳି ସାହୁ

Midday Meal Scam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ