Advertisment

ପୁରୀ ପରିକ୍ରମା ପ୍ରକଳ୍ପକୁ ନେଇ ସୁପ୍ରିମ୍‌କୋର୍ଟଙ୍କ ବଡ଼ ରାୟ; ରହିତାଦେଶ ପାଇଁ ଦାଖଲ ଲିଭ୍ ପିଟିସନ୍ ଖାରଜ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିରୋଧରେ ସୁପ୍ରିମ୍‌କୋର୍ଟରେ ଦାଖଲ ଦୁଇ ଦୁଇଟି ସ୍ପେଶାଲ୍ ଲିଭ୍ ପିଟିସନ୍‌କୁ ସର୍ବୋଚ୍ଚ ଅଦାଲତ ଆଜି ତାଙ୍କ ରାୟରେ ଖାରଜ କରି ଦେଇଛନ୍ତି ।

SC junks pleas against Srimandir corridor work, imposes penalty on petitioners

SC junks pleas against Srimandir corridor work, imposes penalty on petitioners

Advertisment

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ସୁପ୍ରିମ୍‌କୋର୍ଟରେ ରାଜ୍ୟ ସରକାରଙ୍କ ବଡ଼ ବିଜୟ । ପରିକ୍ରମା ପ୍ରକଳ୍ପ ବିରୋଧରେ ସୁପ୍ରିମ୍‌କୋର୍ଟରେ ଦାଖଲ ଦୁଇ ଦୁଇଟି ସ୍ପେଶାଲ୍ ଲିଭ୍ ପିଟିସନ୍‌କୁ ସର୍ବୋଚ୍ଚ ଅଦାଲତ ଆଜି ତାଙ୍କ ରାୟରେ ଖାରଜ କରି ଦେଇଛନ୍ତି । ବାଦ ବିବାଦ ଭିତରେ ଶ୍ରୀମନ୍ଦିର ଐତିହ କରିଡର ପ୍ରକଳ୍ପକୁ ନେଇ ବେଶ୍ କିଛି ଦିନ ଧରି ଚାଲିଥିବା ଅଦାଲତି ଲଢ଼େଇରେ ପୂର୍ଣ୍ଣଛେଦ ପକାଇ ଆଜି ଏଭଳି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ସର୍ବୋଚ୍ଚ ଅଦାଲତ । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ଅଦାଲତ୍ ଏଭଳି ରାୟ ଶୁଣାଇବା ସହ ଦୁଇ ପିଟିସନରଙ୍କ ଉପରେ ଲକ୍ଷେ ଟଙ୍କା ଲେଖାଏଁ ଜରିମାନା ଲଗାଇଛନ୍ତି । ଉନ୍ନୟନମୂଳକ କାମରେ ଅଯଥା ବାଧା ସୃଷ୍ଟି ଉଦ୍ଦେଶ୍ୟରେ ପିଟିସନ୍ ହୋଇଥିବା ଦର୍ଶାଇ ଏଇ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ ।

Advertisment

ସଂରକ୍ଷିତ ଥିବା ରାୟ ପ୍ରକାଶ କରି କୋର୍ଟ ପ୍ରକଳ୍ପ କାମରେ ରହିତାଦେଶ ପାଇଁ ଆବେଦନକାରୀ ଦର୍ଶାଇଥିବା ଯୁକ୍ତି ସବୁକୁ ଅଗ୍ରାହ୍ୟ କରି ଦେଇଛନ୍ତି କୋର୍ଟ ସ୍ପଷ୍ଟ କରିଛନ୍ତି । ରାଜ୍ୟ ସରକାର ପରିକ୍ରମା ପ୍ରକଳ୍ପ ପାଇଁ ଯେଉଁ ଆବଶ୍ୟକ କାର୍ଯ୍ୟ କରୁଛନ୍ତି ତାହା ବୃହତ୍ତର ଜନସ୍ୱାର୍ଥରେ ଏବଂ ପୁରୁଣା ଐତିହ୍ୟ, କୀର୍ତ୍ତିରାଜିର ରକ୍ଷଣାବେକ୍ଷଣ, ମନ୍ଦିର ପରିଚାଳନା ନେଇ ସୁପ୍ରିମ୍‌କୋର୍ଟଙ୍କ ପୂର୍ବ ନିର୍ଦ୍ଦେଶନାମା ଆଧାରିତ ଏଥିସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅନ୍ତର୍ଗତ ଯେଉଁସବୁ ନିର୍ମାଣ କାର୍ଯ୍ୟଚାଲିଛି ତାହା ଭକ୍ତଙ୍କ ମୌଳିକ ସୁବିଧା ପାଇଁ ଉଦ୍ଦିଷ୍ଟ ବୋଲି ଅନୁଭବ କରିଛନ୍ତି କୋର୍ଟ । ଏହାସହ ରାୟରେ ଖଣ୍ଡପୀଠ ଏହା ବି ଦର୍ଶାଇଛନ୍ତି ଯେ ଜାରିଥିବା ନିର୍ମାଣ କାର୍ଯ୍ୟ ଏଏସ୍ଆଇ ରିପୋର୍ଟର ବିରୁଦ୍ଧାଚରଣ କରୁଥିବା କହି ଯେଉଁ ତମ୍ବିତୋଫାନ୍ ଚାଲିଛି, ଖୋଦ୍ ଏଏସ୍ଆଇ ଡିଜିଙ୍କ ଲେଖା ହିଁ ଏଭଳି ସ୍ଥିତିକୁ ମିଥ୍ୟା ସାବ୍ୟସ୍ତ କରୁଛି । ଏହାସହ ପ୍ରକଳ୍ପ କାର୍ଯ୍ୟ ବିରୋଧରେ ଦାୟର ଦୁଇ ପିଟିସନ୍‌କୁ ଅମୂଳକ ଏବଂ ଜନସ୍ୱାର୍ଥର ବିରୋଧୀ ଦର୍ଶାଇ ପ୍ରତ୍ୟେକ ଆବେଦନକାରୀଙ୍କୁ ଲକ୍ଷେ ଟଙ୍କା ଲେଖାଏଁ ଜରିମାନା ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

ଏପରିକି ନିକଟ ଅତିତରେ ବହୁମାତ୍ରାରେ ଦାଖଲ ପିଆଇଏଲ୍ ଭିତରୁ ଅଧିକାଂଶ ପବ୍ଲିସିଟି ଇଣ୍ଟ୍ରେଷ୍ଟ ଲିଟିଗେସନ୍ କିମ୍ବା ପର୍ସନାଲ୍ ଇଣ୍ଟ୍ରେଷ୍ଟ ଲିଟିଗେସନ୍ ଏବଂ ଏହାଦ୍ୱାର କୋର୍ଟଙ୍କ ବହୁମୂଲ୍ୟ ସମୟ ନଷ୍ଟ ହେଉଥିବା ଦର୍ଶାଇ ଉନ୍ନୟମୂଳକ କାର୍ଯ୍ୟରେ ବାଧା ଦେଉଥିବା ପିଟିସନ୍‌ରେ ନିନ୍ଦା କରିଛନ୍ତି କୋର୍ଟ ।

Advertisment

ତେବେ ଏନେଇ ଆବେଦନକାରୀଙ୍କ ଓକିଲ କହିଛନ୍ତି ଯେ, ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶକୁ ଆମକୁ ପାଳନ କରିବା, ତେବେ ପରିକ୍ରମା ପ୍ରକଳ୍ପ ନାଁରେ ନିଷିଦ୍ଧାଞ୍ଚଳ ଭିତରେ ଚାଲିଥିବା ନିର୍ମାଣ ଓ ଖନନ ଯୋଗୁଁ ଶ୍ରୀମନ୍ଦିର ପ୍ରତି ବିପଦକୁ ନେଇ ଆମ ଯୁକ୍ତିକୁ କୋର୍ଟ ଗ୍ରହଣ କରିନଥିଲେ ।

ସୂଚନା ଅନୁସାରେ, ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ହେଉଥିବା ନିର୍ମାଣକୁ ବିରୋଧ କରି ସୁପ୍ରିମ୍ କୋର୍ଟରେ ଅର୍ଦ୍ଧେନ୍ଦୁ ଦାସ ଓ ସୁମନ୍ତ ଘଡ଼େଇଙ୍କ ଦ୍ୱାରା ଅଲଗା ଅଲଗା ଦୁଇଟି ସ୍ବତନ୍ତ୍ର ଲିଭ୍ ପିଟିସନ୍ ଦାଖଲ ହୋଇଥିଲା । ଓଡ଼ିଶା ହାଇକୋର୍ଟଙ୍କ ଗତ ମେ ୯ ତାରିଖର ଆଦେଶ ବିରୋଧରେ ଏଇ ଦୁଇ ପିଟିସନ୍ ଦାୟର ହୋଇଥିଲା ଆଉ ଏହା ଖାରଜ ହେବା ପରେ ଶ୍ରୀମନ୍ଦିର ପ୍ରକଳ୍ପ ପାଇଁ ଏବେ ସବୁ ଆଇନ୍‌ଗତ ବାଧା ବସ୍ତୁତଃ ହଟିଯାଇଛି ।

Advertisment
Supreme Court Srimandir Heritage Corridor Work
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ