SBI's Big Plan To Develop Odisha In Export Sector
ଓଡ଼ିଶାର ରପ୍ତାନୀ କ୍ଷେତ୍ରରେ ବିକାଶ ପାଇଁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ(SBI) ୨୦୨୨-୨୩ ଆର୍ଥିକ ବର୍ଷରେ ବଡ଼ ଯୋଜନା ରଖିଛି। ଏଥିପାଇଁ ହଜାରେ କୋଟି ଟଙ୍କାର ପାଣ୍ଠି ପ୍ରଦାନ କରାଯିବ ବୋଲି ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ମୁଖ୍ୟ ମହାପ୍ରବନ୍ଧକ ଚନ୍ଦର ଶେଖର ଶର୍ମା କହିଛନ୍ତି।
ବିଶେଷ କରି ଚିଙ୍ଗୁଡ଼ି, ସି ଫୁଡ୍ ଓ କୃଷିଜାତ ସାମଗ୍ରୀ ରପ୍ତାନୀକୁ ଅଧିକ ଗୁରୁତ୍ୱ ଦିଆଯିବ। ଏତଦ୍ବ୍ୟତୀତ ଷ୍ଟାର୍ଟ ଅପ୍, ରିୟଲ ଇଷ୍ଟେଟ, ଏସ୍ଏମ୍ଇ, ଇଥାନଲ ପ୍ରକଳ୍ପ ଓ ଧାର୍ମିକ ସ୍ଥଳର ବିକାଶ ଉପରେ ଧ୍ୟାନ ଦିଆଯାଉଥିବା ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ମୁଖ୍ୟ ମହାପ୍ରବନ୍ଧକ କହିଛନ୍ତି।
ଦୁର୍ଗମ ଜିଲ୍ଲାରେ ବର୍ଷକ ଭିତରେ ୨୦ରୁ ୨୫ଟି ନୂଆ ଶାଖା ଖୋଲିବାକୁ SBI ଲକ୍ଷ୍ୟ ରଖିଛି। ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମକୁ ସଫଳ କରିବାକୁ ମଧ୍ୟ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଲକ୍ଷ୍ୟ ରଖିଛି।ମୁମ୍ବାଇରେ ହୋଇଥିବା ଓଡ଼ିଶା ଇନ୍ଭେଷ୍ଟର୍ ମିଟ୍ ୨୦୨୨ରେ SBI ଚେୟାରମ୍ୟାନ୍ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଲୋଚନା ଅନୁସାରେ, ପିଏମ୍ଇଜିପି, ମୁଦ୍ରା ଋଣ ଆଦି ଯୋଜନାରେ ଲକ୍ଷ୍ୟ ପୂରଣ ଲାଗି SBI ପ୍ରତିଶ୍ରୁତି ଦେଇଥିବା ଚନ୍ଦର ଶେଖର ଶର୍ମା କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1663467388.jpg)