Advertisment

କମ ବୟସରେ ଘର କିଣି ଚର୍ଚ୍ଚାରେ ଯୁବତୀ

ଆଜିର ସମୟରେ ଧନୀ ବ୍ୟକ୍ତି ସିଏ ନୁହେଁ ଯିଏ ଲକ୍ଷାଧିକ ଟଙ୍କା ରୋଜଗାର କରୁଛି, ବରଂ ସିଏ ହେଉଛି ଧନୀ ଯିଏ ଟଙ୍କାକୁ ଠିକ ଭାବେ ସଞ୍ଚୟ କରିପାରୁଛି। ସଞ୍ଚୟ କରିବା ପ୍ରତ୍ୟେକଙ୍କ ପାଇଁ ଜରୁରୀ। ଏମିତି କରିବା ଦ୍ୱାରା ବ୍ୟକ୍ତି ଆଜେବାଜେ ଖର୍ଚ୍ଚରୁ ନିଜକୁ ମୁକ୍ତି ଦେବା ସହିତ ଭବିଷ୍ୟତରେ ଜରୁରୀ ଖର୍ଚ୍ଚ ପାଇଁ ମଧ୍ୟ ଟଙ୍କା ରଖିଦେଇଥାଏ।

Saving money from 16 buy own house at 21

Saving money from 16 buy own house at 21

Advertisment

ଲଣ୍ଡନ : ଆଜିର ସମୟରେ ଧନୀ ବ୍ୟକ୍ତି ସିଏ ନୁହେଁ ଯିଏ ଲକ୍ଷାଧିକ ଟଙ୍କା ରୋଜଗାର କରୁଛି, ବରଂ ସିଏ ହେଉଛି ଧନୀ ଯିଏ ଟଙ୍କାକୁ ଠିକ ଭାବେ ସଞ୍ଚୟ କରିପାରୁଛି। ସଞ୍ଚୟ କରିବା ପ୍ରତ୍ୟେକଙ୍କ ପାଇଁ ଜରୁରୀ। ଏମିତି କରିବା ଦ୍ୱାରା ବ୍ୟକ୍ତି ଆଜେବାଜେ ଖର୍ଚ୍ଚରୁ ନିଜକୁ ମୁକ୍ତି ଦେବା ସହିତ ଭବିଷ୍ୟତରେ ଜରୁରୀ ଖର୍ଚ୍ଚ ପାଇଁ ମଧ୍ୟ ଟଙ୍କା ରଖିଦେଇଥାଏ।

Advertisment

ଅନେକ ମଧ୍ୟ ଭାବନ୍ତି ଯେ କମ ବୟସରେ ଟଙ୍କା ସଞ୍ଚୟ କରିବା ଏକ ବୋକାମୀର ପରିଚୟ। ସେମାନେ ଭାବନ୍ତି ଯେ ପିଲାବେଳ ହେଉଛି ଖେଳି-କୁଦି ଖାଇ-ପିଇ ମସ୍ତି କରିବାର, ଏହି ସମୟରେ ଟଙ୍କା ସଞ୍ଚୟ ଭଳି ଦାୟିତ୍ୱ ନେବା ଉଚିତ ନୁହେଁ। ଏହି ମାନସିକତାକୁ ଏକ ୨୧ ବର୍ଷର ଝିଅ ଭାଙ୍ଗିଦେଇଛି। ସେ ଏତେ କମ ବୟସରେ ବି ନିଜର ଏକ ଘର କିଣିବା ନେଇ ସକ୍ଷମ ହୋଇପାରିଛି।

Advertisment

ଦି ସନ୍‌ ୱେବ୍ ସାଇଟ୍ ଅନୁସାରେ ଇଂଲଣ୍ଡରେ ରହୁଥିବା ବେକା ଥମ୍ପସନ୍ ନିଜ ଟିକ୍‌ଟକ୍ ଆକାଉଣ୍ଟରେ ଏକ ଭିଡିଓ ଶେୟାର କରି କହିଛନ୍ତି ଯେ ସେ କିପରି ୧୬ ବର୍ଷ ବୟସରୁ ସଞ୍ଚୟ ଆରମ୍ଭ କରିଥିଲେ ଓ ୨୧ ବର୍ଷରେ ନିଜେ ତାଙ୍କର ଏକ ଘର କିଣିବାରେ ସମର୍ଥ ହୋଇଥିଲେ। ବେକାଙ୍କର ଏହି ଭିଡିଓ ଖୁବ୍ ଜୋର୍‌ରେ ଭାଇରାଲ ହେବାରେ ଲାଗିଛି। ଏହା ଜାଣି ଲୋକେ ମଧ୍ୟ ଆଶ୍ଚର୍ଯ୍ୟ ହେଉଛନ୍ତି ଯେ ଏତେ କମ୍ ବୟସରେ ସେ ଏମିତି କଲେ କିପରି। ବେକା କହିଛନ୍ତି ଯେ ସେ ଖୁବ୍ କମ ବୟସ ଟଙ୍କା ରୋଜଗାର କରୁଥିଲେ। ଆରମ୍ଭରେ ଖୁବ୍ କମ ଟଙ୍କା ତାଙ୍କ ପାଖକୁ ଆସୁଥିଲା। ସେ ଘଣ୍ଟାକୁ ୩୦୭ ଟଙ୍କା ହିସାବରେ ରୋଜଗାର କରୁଥିଲେ। ସେ ନିୟମିତ ଭାବେ ୫ ବର୍ଷ ପର୍ଯ୍ୟନ୍ତ ସଞ୍ଚୟ କରିଚାଲିଥିଲେ ବୋଲି କହିଛନ୍ତି।

ବେକା ଟାୟନୀ ଆଣ୍ଡ୍ ୱିୟରରେ ୨ ବେଡ୍‌ରୁମ୍ ବିଶିଷ୍ଟ ଏକ ଫ୍ଲାଟ୍ କିଣିଛନ୍ତି, ଯାହା କରୋନା କାରଣରୁ ୮୮ ଲକ୍ଷ ଟଙ୍କାରେ ବିକ୍ରି ହେଉଥିଲା। ବେକା ତାଙ୍କର ସେଭିଂ ଟ୍ରିକ୍ ବିଷୟରେ କହିଛନ୍ତି ଯେ “ମୁଁ ଯେତେ ଟଙ୍କା ଖର୍ଚ୍ଚ କରେ ସେତିକି ଟଙ୍କା ମୋ ସେଭିଙ୍ଗ୍‌ ଆକାଉଣ୍ଟରେ ସଞ୍ଚୟ କରିନିଏ। ମତେ ଯେତେବେଳେ ଲାଗୁଥିଲା ଯେ କୌଣସି ଜିନିଷକୁ ଯଦି ମୁଁ ଆଉ ଥରେ କିଣି ପାରିବି ନାହିଁ, ତେବେ ସେ ଜିନିଷ ମୁଁ କିଣୁ ନ ଥିଲି। ଏହା ପରେ ମୁଁ ଯେତେବେଳେ ସ୍ଥିର କରିନେଲି ଯେ ମୋତେ ଏକ ଘର କିଣିବାର ଅଛି ତେବେ ମୁଁ ପ୍ରତି ମାସରେ ୮୨ ହଜାର ଟଙ୍କା ସଞ୍ଚୟ କରିବା ଆରମ୍ଭ କରିଦେଲି।”

Advertisment
Saving money from 16 buy own house at 21କମ ବୟସରେ ଘର କିଣି ଚର୍ଚ୍ଚାରେ ଯୁବତୀ

ବେକା କହିଛନ୍ତି ଯେ ତାଙ୍କ ସଞ୍ଚୟର ସ୍ୱର୍ଣ୍ଣିମ ନିୟମ ହେଉଛି ଯେତେ ଖର୍ଚ୍ଚ କରୁଛ, ସେତିକି ସଞ୍ଚୟ କର। ବେକାଙ୍କର ଏହି ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି। ତାଙ୍କର ଏହି ପଦକ୍ଷେପକୁ ନେଇ ଲୋକେ ତାଙ୍କୁ ଭୂରି ଭୂରି ପ୍ରଶଂସା କରୁଛନ୍ତି। ଜଣେ ବ୍ୟକ୍ତି ଯେତେବେଳେ ବେକାଙ୍କୁ ପଚାରିଥିଲେ ଯେ ଆରମ୍ଭରେ ଏତେ କମ୍ ରୋଜଗାରରେ ସେ କିପରି ସଞ୍ଚୟ କରିପାରୁଥିଲେ ସେ ଉତ୍ତର ଦେଇଥିଲେ ଯେ ତାଙ୍କ ରୋଜଗାର କମ ଥିବାରୁ ବାପା ମା’ ତାଙ୍କୁ ଟଙ୍କା ମାଗୁ ନ ଥିଲେ। ଧୀରେ ଧୀରେ ଯେତେବେଳେ ତାଙ୍କ ରୋଜଗାର ବଢିଗଲା ତାଙ୍କ ସଞ୍ଚୟ ମଧ୍ୟ ବଢିବାକୁ ଲାଗିଲା।

Young Lady London
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ