ମାଟିର ପରମାୟୁ କମି କମି ଚାଲିଛି

ମୃତ୍ତିକା କ୍ଷୟର ସବୁଠୁ ଭୟଙ୍କର ପରିଣାମ ହେଉଛି ଜଳ ସଂକଟ। ମାଟିରୁ ଆମେ ପାଣି ଶୋଷି ଚାଲିଚେ, କିନ୍ତୁ ମାଟିକି ପାଣି ଯାଉଛି କେମିତି, ସେକଥା ଥରେ କେବେ ଚିନ୍ତା କରିନେ.. ମାଟିର ଉପରି ଭାଗକୁ ଆମେ ଏଭଳି ରଖିଛେ ଯେ, ତା’ ଭିତରକୁ ପାଣି ଯିବାକୁ ବାଟ ନାହିଁ..। ସୁତରାଂ ମାଟି ତଳେ ଥିବା ସଂଚିତ ପାଣି ଶେଷ ହବାକୁ ବସିଲାଣି। ଆଗ ଭଳି ଆଉ କମ୍‌ ଗଭୀରତାରୁ ପାଣି ବାହାରୁନି। ସେପଟେ ଗଛକଟା ଚାଲିଚି, ଯାହା ମୃତ୍ତିକା କ୍ଷୟର ଆଉ ଏକ ପ୍ରମୁଖ କାରଣ...

save soil

ବନ୍ଧୁଗଣ, ଟିକେ ଭାବିଲେ..ମାଟି ଆପଣଙ୍କୁ କ’ଣ ଦେଇନି..? କିନ୍ତୁ ଆପଣ ତାକୁ କ’ଣ ଦେଇଛନ୍ତି..? ଆପଣ ମାଟିକୁ କେବଳ ଶୋଷି ଚାଲିଛନ୍ତି, କିନ୍ତୁ ପ୍ରତିବଦଳରେ କିଛି ବି ଦେଇନାହାଁନ୍ତି..। ଘରେ ବାହାରେ ମାଟିକି ଆପଣ ସିମେଣ୍ଟ ଚଦରରେ ଏମିତି ଘୋଡ଼େଇ ଦେଇଛନ୍ତିଯେ, ସିଏ ପାଣି ଟୋପେ ପାଉନି...ବିନା ପାଣିରେ ସିଏ ବଂଚିବ କେମିତି ? ଯୋଉ ମାଟି ଆପଣଙ୍କୁ ସବୁ କିଛି ଦେଇଚି, ତା’ କଥା ଆପଣ ଥରେ କେବେ ଭାବିଛନ୍ତି...? ବନ୍ଧୁ, ଏବେ ଭାବିବାର ସମୟ ଆସିଛି...ମାଟି ମା’କୁ ବଂଚେଇବାର ବାଟ କରିବାକୁ ପଡ଼ିବ, ନହେଲେ ଆଗାମୀ ପିଢ଼ି ହୁଏତ ଆମକୁ କ୍ଷମା ଦେବନି..।

ସନ୍ଥ ସଦଗୁରୁ କହନ୍ତି, ଆମେ ଆମ ପୂର୍ବ ପିଢ଼ିଠାରୁ ଉତ୍ତରାଧିକାର ସୂତ୍ରରେ ମାଟିକୁ ପାଇଛେ, ସୁତରାଂ ଆମେ ଆମ ପର ପିଢ଼ି ପାଇଁ ଏହାକୁ ଜୀବନ୍ତ ଭାବେ ଛାଡ଼ିବା ଉଚିତ। ଜୀବନ୍ତ ଭାବେ ଛାଡ଼ିବାକୁ ହେଲେ ଆମକୁ ଏବେଠୁ ଯତ୍ନବାନ ହେବାକୁ ପଡ଼ିବ..। ଏ ଦିଗରେ ସନ୍ଥ ସଦଗୁରୁଙ୍କ ନେତୃତ୍ବରେ ଗଠିତ ଇଷା ଫାଉଣ୍ଡେସନ ଏକ ବିଶ୍ବବ୍ୟାପୀ ଅଭିଯାନ ଚଳାଇଛି ଏବଂ ଏହାର ନାଁ ହେଉଛି ମାଟି ବଂଚାଅ ଅଭିଯାନ ବା SAVE SOIL MOVEMENT। ସଦଗୁରୁ କହନ୍ତି, ମାଟିର ପରମାୟୁ କମି କମି ଚାଲଚି। କିନ୍ତୁ ଏ ଦିଗରେ କେହି ଯତ୍ନବାନ ହେଉନାହାଁନ୍ତି ଏବଂ ଏହାର ପରିଣାମ ଭୟଙ୍କର ହେବ ବୋଲି ସେ ଚେତେଇ ଦେଇଛନ୍ତି। ତେବେ ସେଇ ପରିଣାମର ବିଭିନ୍ନ ଦିଗ ଉପରେ ସନ୍ଥ ସଦଗୁରୁ ଆଲୋଚନା କରିଛନ୍ତି।

ମୃତ୍ତିକା କ୍ଷୟର ସବୁଠୁ ଭୟଙ୍କର ପରିଣାମ ହେଉଛି ଜଳ ସଂକଟ। ମାଟିରୁ ଆମେ ପାଣି ଶୋଷି ଚାଲିଚେ, କିନ୍ତୁ ମାଟିକି ପାଣି ଯାଉଚି କେମିତି, ସେକଥା ଥରେ କେବେ ଚିନ୍ତା କରିନେ..ଏଇ ଟିକେ ଆଗରୁ ଆମେ ଆଲୋଚନା କରିଚେ ମାଟିର ଉପରି ଭାଗକୁ ଆମେ ଏଭଳି ରଖିଚେ ଯେ, ତା’ ଭିତରକୁ ପାଣି ଯିବାକୁ ବାଟ ନାହିଁ...। ସୁତରାଂ ମାଟି ତଳେ ଥିବା ସଂଚିତ ପାଣି ଶେଷ ହବାକୁ ବସିଲାଣି... ଆଗ ଭଳି ଆଉ କମ୍‌ ଗଭୀରତାରୁ ପାଣି ବାହାରୁନି.। ସେପଟେ ଗଛକଟା ଚାଲିଚି, ଯାହା ମୃତ୍ତିକା କ୍ଷୟର ଆଉ ଏକ ପ୍ରମୁଖ କାରଣ...।

ଦ୍ବିତୀୟ ପରିଣାମଟି ହେଉଛି ଗୁରୁତର ଖାଦ୍ୟ ସଂକଟ। ଜୀବନ୍ତ ମାଟ ସିନା ଆପଣଙ୍କୁ ଫସଲ ଦେବ, ହେଲେ ମୃତ ମାଟିରୁ ଆପଣ ଫସଲ ପାଇବେ କେମିତି..ଏକଥାଟିକୁ କେହି କେବେ ଭାବୁନାହାଁନ୍ତି। ନିରବଚ୍ଛିନ୍ନ ଭାବେ ଆମେ ଜମିରୁ ଫସଲ ଅମଳ କରିଚାଲିଚେ, କିନ୍ତୁ ପ୍ରତିବଦଳରେ ମାଟିକୁ କ’ଣ ଦେଇଚେ..? ଅଧିକ ଫସଲ ଅମଳ ଆଶାରେ ଆମେ ଜୈବିକ ସାର ବଦଳରେ ରାସାୟନିକ ସାର ପ୍ରୟୋଗ କରିଚାଲିଚେ, ଯାହା ମାଟି ପାଇଁ ବିଷ ପାଲଟି ଯାଇଚି।

ଜଳବାୟୁର ଦ୍ରୁତ ପରିବର୍ତ୍ତନ ପଛରେ ମୃତ୍ତିକା କ୍ଷୟ ଏକ ପ୍ରମୁଖ କାରଣ ବୋଲି ବିଚାର କରାଯାଉଚି। ଏକ ଗବେଷଣାରୁ ଜଣାଯାଇଛିଯେ, ସମୁଦାୟ ବୃକ୍ଷ ଜଗତ ଯେତିକି କାର୍ବନ ଡାଇଅକ୍ସାଇଡ ଧାରଣ କରିଛି, ତା’ର ୩ ଗୁଣ ମାଟି ହିଁ ଧାରଣ କରିଛି। କିନ୍ତୁ ଆମେ ଯଦି ମାଟିର ଉର୍ବରତା ବୃଦ୍ଧି କରିବାକୁ ଉଦ୍ୟମ ନକରିବା, ତେବେ ଏହି ମାଟି ୮୫୦ ବିଲିଅନ୍ ଟନ୍‌ କାର୍ବନ ଡାଇଅକ୍ସାଇଡ ନିର୍ଗମନ କରିବ, ଯାହା ମାନବ ସମାଜ ପାଇଁ ଭୟଙ୍କର ବିପଦ ଡାକି ଆଣିବ।

ମାଟିର ଉର୍ବରତା ହ୍ରାସ ଯୋଗୁ ସାରା ବିଶ୍ବରେ ବର୍ଷକୁ ହଜାର ହଜାର ଚାଷୀ ଆତ୍ମହତ୍ୟାର ପଥକୁ ବାଛି ନେଉଛନ୍ତି। ବର୍ଷସାରା ପରିଶ୍ରମ କରି ବି ସେ ତା’ ଜମିରୁ ଦିନକୁ ଦୁଇମୁଠା ଆହାର ଯୋଗାଡ଼ କରିପାରୁନି। ସାରା ବିଶ୍ବର ୭୪ ଭାଗ ଗରିବ ଏଥିପାଇଁ ସାଂଘାତିକ ଭବେ ପ୍ରଭାବିତ ହେଉଛନ୍ତି। ଯଦି ଏବେଠୁ ଆମେ ସତର୍କ ନହେବା, ତେବେ ଭବିଷ୍ୟତ ପିଢ଼ି ଏହାର ପରିଣାମ ଭୋଗିବାକୁ ବାଧ୍ୟ ହେବେ।

ଗୁରୁତର ଜଳ ଓ ଖାଦ୍ୟ ସଂକଟ ଦେଶ-ଦେଶ ମଧ୍ୟରେ ବିବାଦ ସୃଷ୍ଟି କରିବ ଏବଂ ଏଭଳି ପରିସ୍ଥିତିର ସାମନା କରିନପାରି ଗୋଟିଏ ଦେଶ ଛାଡ଼ି ଅନ୍ୟ ଦେଶକୁ ଲୋକ ପଳାୟନ କରିବେ। ଏକ ହିସାବ କହୁଛି, ଆସନ୍ତା ୨୦୫୦ ସୁଦ୍ଧା ୧ ବିଲିଅନରୁ ଅଧିକ ଲୋକ ଜଳ ଓ ଖାଦ୍ୟ ସଂକଟ ଯୋଗୁ ଦେଶାନ୍ତର ହେବେ। ଗୋଟିଏ ଦେଶର ଲୋକ ଯଦି ଜମିରୁ ଆଉ ଫସଲ ଅମଳ କରିପାରିବେନି। ସେମାନେ ବାଧ୍ୟ ହୋଇ ଅନ୍ୟ ଦେଶକୁ ପଳାୟନ କରିବେ। ଫଳରେ ଦେଶ-ଦେଶ ମଧରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବ। ସୁତରାଂ ଏବେଠୁ ଆମକୁ ସତର୍କ ହେବାକୁ ପଡ଼ିବ।