Advertisment

ଇତିହାସ ପାଲଟିବ ସାତଭାୟା : ମା ପଞ୍ଚୁ ବରାହୀଙ୍କ ମନ୍ଦିର ଦେଖି ପାରିବେନି ଆଗାମୀ ପୀଢ଼ି

ସମୁଦ୍ରର କରାଳ ରୂପରେ ସାତଭାୟାର ସାତ ଟି ଗାଁ ଲୀନ ହୋଇଯାଇଥିବା ବେଳେ ସାତଭାୟାର ସ୍ମୃତି ବଖାଣୁଥିବା ଆରାଧ୍ୟ ଦେବୀ ମା ପଞ୍ଚୁ ବରାହିଙ୍କ ପୁରୁଣା ମନ୍ଦିର ମଧ୍ୟ ସମୁଦ୍ର ଧୀରେ ଧୀରେ ଲୀନ ହେବାକୁ ବସିଛି । ଜନବସତି ଆଡ଼କୁ ସମୁଦ୍ର ମୁହାଁଇବା ହେତୁ ପାଣିରେ ମିଶିବାକୁ ବସିଲାଣି ସାତଭାୟାର ମା ପଞ୍ଚୁ ବରାହୀଙ୍କ ମନ୍ଦିର

ଇତିହାସ ପାଲଟିବ ସାତଭାୟା : ମା ପଞ୍ଚୁ ବରାହୀଙ୍କ ମନ୍ଦିର ଦେଖି ପାରିବେନି ଆଗାମୀ ପୀଢ଼ି

satabhaya

Advertisment

ସାତଭାୟ(ପ୍ରବୀର ନାୟକ) : ଇତିହାସ ପାଲଟି ଯିବ କି ସାତଭାୟା ? ସମୁଦ୍ରର କରାଳ ରୂପରେ ସାତଭାୟାର ସାତ ଟି ଗାଁ ଲୀନ ହୋଇଯାଇଥିବା ବେଳେ ସାତଭାୟାର ସ୍ମୃତି ବଖାଣୁଥିବା ଆରାଧ୍ୟ ଦେବୀ ମା ପଞ୍ଚୁ ବରାହିଙ୍କ ପୁରୁଣା ମନ୍ଦିର ମଧ୍ୟ ସମୁଦ୍ର ଧୀରେ ଧୀରେ ଲୀନ ହେବାକୁ ବସିଛି । ଜନବସତି ଆଡ଼କୁ ସମୁଦ୍ର ମୁହାଁଇବା ହେତୁ ପାଣିରେ ମିଶିବାକୁ ବସିଲାଣି ସାତଭାୟାର ମା ପଞ୍ଚୁ ବରାହୀଙ୍କ ମନ୍ଦିର । ସମୁଦ୍ର ଗର୍ଭରେ ମନ୍ଦିର ବୁଡିଗଲେ ଆଗାମୀ ପିଢ଼ି ପାଇଁ ଏହା ଇତିହାସ ହୋଇ ରହିଯିବ ।

Advertisment

କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ସାତଭାୟା ଅଞ୍ଚଳରେ ଥିଲା କାନପୁର, ଗୋବିନ୍ଦପୁର, ମୋହନପୁର, ପରମାନନ୍ଦପୁର, ବାଲିଅଡା, ବିଜୟନଗର ଆଦି ୭ଟି ଗାଁ । ଏଗୁଡିକ ସମୟ କ୍ରମେ ସମୁଦ୍ର ଭିତରେ ଲୀନ ହୋଇଗଲା ପରେ ପୁରୁଷ ପୁରୁଷ ଧରି ବସବାସ କରୁଥିବା ଏହି ଲୋକ ମାନେ ନିଜ ଭିଟାମାଟି ଛାଡି ଅନ୍ୟ ଜାଗାରେ କିଏ ଆଶ୍ରୟ ନେଲା ତ ଆଉ କିଏ ନିରାଶ୍ରୟ ହୋଇ ଘୁରିବୁଲିଲା । ୨୦୧୮ ମସିହାରେ ସରକାର ଗୁପ୍ତିର ବଗପାଟିଆ ଠାରେ ୫୭୧ଟି ପରିବାରକୁ ଥଇଥାନ କରିଥିଲେ । ତେବେ ସାତଭାୟା ଗ୍ରାମବାସୀଙ୍କ ଦାବି ଅନୁସାରେ ମା ପଞ୍ଚୁ ବରାହୀ ବିଗ୍ରହକୁ ମଧ୍ୟ ସ୍ଥାନାନ୍ତରିତ କରିଲେ ସରକାର । ତେବେ ବର୍ତ୍ତମାନ ପଞ୍ଚୁ ବରାହୀଙ୍କ ପୁରୁଣା ମନ୍ଦିର ସମୁଦ୍ର ଗର୍ଭରେ ଲୀନ ହେବାକୁ ବସିଲାଣି ।

ଦିନ ଥିଲା ବଙ୍ଗୋପସାଗର ସାଗରର ତଟବର୍ତ୍ତୀ ଏହି ସାତଭାୟା ଗାଁର ବାଲି ପାହାଡ଼ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା । ଶହ ଶହ ପର୍ଯ୍ୟଟକଙ୍କ ସମାଗମ ସାଙ୍ଗକୁ ସାତଭାୟାର ପଞ୍ଚୁବରରୀଙ୍କ ମନ୍ଦିର ଶୋଭାକୁ ଦ୍ୱିଗୁଣିତ କରୁଥିଲା । ତେବେ ଆଜି ସାତଭାୟାର ଶେଷ ସନ୍ତକ ସମୁଦ୍ର ଗର୍ଭରେ ଲୀନ ହେବାକୁ ବସିଥିବା ବେଳେ ଆଗାମୀ ପିଢ଼ି ପାଇଁ ଏହା ଇତିହାସ ହୋଇ ରହିଯିବ ।

Advertisment

ତେବେ ଏଥିପାଇଁ ସନ୍ତୁଳନହୀନ ପରିବେଶକୁ ଦାୟୀ କରାଯାଇଛି । ପରିବେଶ ସନ୍ତୁଳନ ରକ୍ଷା ହେଉ ନଥିବାରୁ ବାୟୁ ମଣ୍ଡଳରେ ତାପମାତ୍ର ବୃଦ୍ଧି ପାଉଛି । ଫଳରେ ଯୋଗୁ ଗତ କିଛି ବର୍ଷ ହେବ ସମୁଦ୍ର ଅଶାନ୍ତ ହେବାରୁ ଉପକୁଳା ମୁହାଁ ହେଉଛି ସମଦ୍ର । ସେପଟେ ସରକାର ମାତ୍ର ୫୭୧ଟି ପରିବାରକୁ ଥଇଥାନ କରିଛନ୍ତି, ହେଲେ ଏବେ ବି ଅନେକ ପରିବାର ସମୁଦ୍ର କୁଳରେ ପଡି ରହିଛନ୍ତି । ଏହି ପରିବାର ଗୁଡ଼ିକୁ ଥଇଥାନ କରିବା ସହିତ କିଭଳି ସେମାନଙ୍କ ଜୀବନ ସୁରକ୍ଷିତ ହୋଇ ପାରିବ, ସେନେଇ ସରକାର ତତ୍ପରତା ଦେଖାଇବା ଆବଶ୍ୟକ ରହିଛି ବୋଲି ଦାବି କରାଯାଉଛି ।

Advertisment
Odisha Satabhaya
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ