Advertisment

ରାସ୍ତା ନିର୍ମାଣ ପାଇଁ ଗାଁ ଗାଁ ବୁଲି ଭିକ ମାଗିଲେ ସରପଞ୍ଚ

ସବୁ ଆଡୁ ନିରାଶ ହେବା ଭିକ ମାଗି ସେଥିରୁ ଯେଉଁ ଅର୍ଥ ମିଳିବ କାମ ହେବ ବୋଲି କହିଛନ୍ତି।

ଅଦ୍ୟତନ ହୋଇଛି
Sarpanch begging,

Sarpanch begging

Advertisment

ପଞ୍ଚାୟତ ରାସ୍ତା ନିର୍ମାଣ ପାଇଁ ଗାଁ ଗାଁ ବୁଲି ଭିକ ମାଗୁଛନ୍ତି ସରପଞ୍ଚ ଓ ସମିତି ସଭ୍ୟ। ଶୁଣିବାକୁ କଥା ଅଡୁଆ ଲାଗୁଥିବ କିନ୍ତୁ କଥାଟା ସତ। କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ ପେଗରପଡା ପଂଚାୟତର ସରପଞ୍ଚ ଏବଂ ସମିତି ସଭ୍ୟ ଭିକ ମାଗୁଥିବା ଦେଖିବାକୁ ମିଳିଛି। ଅଭିଯୋଗ ଅନୁଯାୟୀ, ପ୍ରଶାସନିକ ଉଦାସୀନତାକୁ ଦାୟୀ କରି ଏମାନେ ଏଭଳି କରିଛନ୍ତି।

Advertisment

ଦୀର୍ଘ ଦିନ ହେବ ପଂଚାୟତର ୩ ଏବଂ ୫ ନମ୍ବର ଓ୍ୱାର୍ଡକୁ ସଂଯୋଗ କରୁଥିବା ରାସ୍ତାରେ ବର୍ଷା ପାଣି ଜମି ରହୁଛି। ଫଳରେ ଲୋକେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି। ଏନେଇ ସରପଞ୍ଚ ଓ ସମିତି ସଭ୍ୟ ରାଜକନିକା ବିଡ଼ିଓ ଏବଂ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଅବଗତ କରିଥିଲେ। ପରେ ବିଡ଼ିଓଙ୍କ ନିର୍ଦ୍ଦେଶକ୍ରମେ ବ୍ଲକର କନିଷ୍ଠ ଯନ୍ତ୍ରୀ ଓ ପିଇଓ ଘଟଣାସ୍ଥଳକୁ ଯାଇ ରାସ୍ତାର ମାପ ଚୁପ କରିଥିଲେ।

ସରପଞ୍ଚ ଓ ସମିତି ସଭ୍ୟଙ୍କୁ ମାଟି ପକାଇ ଢଳେଇ ରାସ୍ତା ନିର୍ମାଣ ପାଇଁ କହିଥିଲେ। ହେଲେ ମାଟିପକାଇ କାମ ଆରମ୍ଭ କରିବା ପରେ ପିଇଓ ହଠାତ କାମ ବନ୍ଦ ପାଇଁ କହିଥିଲେ ବୋଲି ସମିତିସଭ୍ୟ ଏବଂ ସରପଞ୍ଚ ଅଭିଯୋଗ କରିଛନ୍ତି। ସବୁ ଆଡୁ ନିରାଶ ହେବା ଭିକ ମାଗି ସେଥିରୁ ଯେଉଁ ଅର୍ଥ ମିଳିବ କାମ ହେବ ବୋଲି କହିଛନ୍ତି।ଅନ୍ୟପକ୍ଷରେ ଅଭିଯୋଗକୁ ଖଣ୍ଡନ ସହ ଏଷ୍ଟିମେଣ୍ଟ ପରେ ରାସ୍ତା ନିର୍ମାଣ ହେବ ବୋଲି କହିଛନ୍ତି ଜିଲ୍ଲାପାଳ। 

Advertisment
Sarpanch Begging
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ