Advertisment

ମାତିଛନ୍ତି ବାଲି ମାଫିଆ ! ପଡୋଶୀ ରାଜ୍ୟକୁ ବେଧଡକ୍ ଚୋରା ଚାଲାଣ

ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମାତିଛନ୍ତି ବାଲି ମାଫିଆ। ବେଆଇନ୍ ଭାବେ ନଦୀ ଘାଟରୁ ବାଲି ଆଣି ପଡୋଶୀ ରାଜ୍ୟ ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶକୁ ଚୋରା ଚାଲାଣ ହେଉଛି।

jojanara Naa Hariloot

jojanara Naa Hariloot

Advertisment

ପଡୋଶୀ ରାଜ୍ୟକୁ ଯାଉଛି ଓଡ଼ିଶା ବାଲି। ଛତିଶଗଡ଼ ଓ ଆନ୍ଧ୍ର ପ୍ରଦେଶକୁ ବେଧଡକ୍ ବାଲି ଚୋରା ଚାଲାଣ। ସବୁ ଜାଣି ଚୁପ୍ ପ୍ରଶାସନ । ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ତହସିଲ୍ ଅଧୀନରେ ଥିବା ବାଲିଘାଟ ଗୁଡିକରୁ ଦିନ ରାତି ବେଆଇନ୍ ଭାବେ ଉତ୍ତୋଳନ ହେଉଛି ଟନ୍ ଟନ୍ ବାଲି। ମାଫିଆ ମାନେ ଜେସିବି ଲଗାଇ ନଦୀ ଗର୍ଭରୁ ବାଲି ଖୋଳି ହାଇୱା ଓ ଟିପରରେ ଲୋଡ୍ କରି ଛତିଶଗଡ଼ ଓ ଆନ୍ଧ୍ରକୁ ଚାଲାଣ କରୁଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ ପ୍ରଶାସନର ପାରିବା ପଣିଆ ଉପରେ ଆଙ୍ଗୁଠି ଉଠାଇଛନ୍ତି ଲୋକେ।

Advertisment

କୋଡ଼ିଙ୍ଗା ତହସିଲ୍ ଅଧୀନରେ ରହିଛି ୨୪ଟି ବାଲି ଘାଟ । ସେଥିରୁ ୭ଟିରେ ଟେଣ୍ଡର ନହୋଇ ବନ୍ଦ ରହିଥିବା ବେଳେ ୫ଟିରେ ସାନି ନିଲାମ ପାଇଁ ପ୍ରକ୍ରିୟା ଚାଲିଛି । ବାକି ୧୨ଟି ବାଲି ଘାଟରୁ ଦିନ ଦ୍ୱିପ୍ରହରରେ, ରାତି ଅଧରେ ଉଠାଯାଉଛି ବାଲି। ଲିଜ୍ ଏରିଆ ବାହାରେ ବେଆଇନ୍ ଭାବେ ବାଲି ଉତ୍ତୋଳନ ହେଉଥିବା ବେଳେ ଲୋକେ ଅଭିଯୋଗ କଲେ, ସେମାନଙ୍କୁ ନାଲି ଆଖି ଦେଖାଉଛନ୍ତି ଛତିଶଗଡ଼ ଓ ଆନ୍ଧ୍ରର ବାଲି ମାଫିଆ ।

ଏପରିକି ଓଡ଼ିଶାର ବାଲି ଚୋରା ଚାଲାଣ କରି ଛତିଶଗଡ଼ ସୀମାରେ ଡମ୍ପିଙ୍ଗ କରି ବ୍ୟବସାୟ କରୁଛନ୍ତି। ଧର୍ମକୁ ଆଖି ଠାର୍ ଭଳି ମଝିରେ ମଝିରେ ଲୋକ ଦେଖାଣିଆ ଭାବେ ଫାଇନ୍ କରୁଛି ପ୍ରଶାସନ, ହେଲେ ଏହାକୁ ଯେମିତି ଖାତିର ନାହିଁ। ଗତବର୍ଷ ବେଆଇନ୍ ବାଲି ଚାଲାଣ ବିରୋଧରେ ତତ୍କାଳୀନ ତହସିଲ୍ଦାର ଥାନାରେ ଏତଲା ଦେଇଥିଲେ।

Advertisment

କୋଡ଼ିଙ୍ଗା ତହସିଲ୍ ଅଧୀନ ପଇଦାପାଲି, ବୋରଗାଁ ଓ ଉକିଆପାଲି ବାଲି ଘାଟରେ ରାଜ୍ କରୁଛନ୍ତି ମାଫିଆ । ପଇଦାପାଲି ଘାଟକୁ ଦିବାକର ବିଷୋୟୀ ଲିଜ୍ ନେଇଥିବା ବେଳେ ବୋରଗାଁ ଘାଟକୁ ପଦ୍ମନ୍ ବିଷୋୟୀ ଲିଜ୍ ନେଇଛନ୍ତି । ତେବେ ଉକିଆପାଲି ଗାଁ ନିକଟରେ ପ୍ରଶାସନ ତରଫରୁ କାହାକୁ ବାଲି ଲିଜ୍ ଦିଆଯାଇନାହିଁ। କିନ୍ତୁ ଏଠାରେ ୨୪ ଘଣ୍ଟା ଛତିଶଗଡ଼ ଅଞ୍ଚଳର ବାଲି ମାଫିଆ ମାନେ ଜୋର ଜବରଦସ୍ତ ପଶି ଚାଲାଣ କରୁଛନ୍ତି ଟନ୍ ଟନ୍ ବାଲି।

କୋଡ଼ିଙ୍ଗା ତହସିଲ ଅଧୀନ ଦୁରାଗାଁ ବାଲି ଘାଟର ୦.୮୧ ହେକ୍ଟରକୁ ଛତିଶଗଡ଼ ଜଗଦଲପୁର ନିବାସୀ ପ୍ରେମଚାନ୍ଦ ଗୁପ୍ତା ଲିଜ୍ ନେଇଥିବା ବେଳେ ୟାଠୁ ଢେର୍ ଅଧିକ ଏରିଆରୁ ବାଲି ଉତ୍ତୋଳନ କରୁଛନ୍ତି। ପ୍ରଶାସନ ପାଖରେ ଖବର ଅଛି, କିନ୍ତୁ ଆକ୍ସନ ହେଉନଥିବାରୁ ବେଫିକର ମାଫିଆ।

Advertisment

କୋଡ଼ିଙ୍ଗା ତହସିଲ୍ ବିଭାଗ ଦ୍ୱାରା ୨୦୨୨ରେ ବେଆଇନ୍ ବାଲିକୁ ଚଢାଉ କରି ୭୩ଟି ଟିପରରୁ ୨୨ ଲକ୍ଷ ୫୪ ହଜାର ୨୯୪ ଟଙ୍କା ଆଦାୟ କରାଯାଇଥିଲା। ସେହିଭଳି ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ୭ଟି ଗାଡିକୁ ଚଢାଉ କରି ୨ ଲକ୍ଷ ୪୦ ହଜାର ଟଙ୍କା ଫାଇନ୍ ଆଦାୟ ହୋଇଛି। ପ୍ରତିଦିନ ପ୍ରାୟ ୫୦୦ ଟ୍ରିପ୍ ବାଲି ଚୋରା ଚାଲାଣ ହେଉଥିବା ବେଳେ ଏହା ସମୁଦ୍ରକୁ ଖଙ୍ଖେ ସଦୃଶ।

ଗୋଟେ ପଟେ ଓଡ଼ିଶାରୁ ବାଲି ନେଇ ମାଲାମାଲ୍ ହେଉଛନ୍ତି ଛତିଶଗଡ଼ ଓ ଆନ୍ଧ୍ରର ବାଲି ମାଫିଆ। କିନ୍ତୁ ସ୍ଥାନୀୟ ପ୍ରଶାସନ ତଥା ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଉନଥିବାରୁ କ୍ଷତି ହେଉଛି ଓଡ଼ିଶାର କୋଟି କୋଟି ଟଙ୍କାର ରାଜସ୍ୱ। ଏଭଳି ଅଭିଯୋଗକୁ ନବରଙ୍ଗପୁର ଉପଜିଲ୍ଲାପାଳ ସ୍ୱୀକାର କରିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଟାସ୍କ ଫୋର୍ସ କରାଯାଇ ଚଢାଉ ଜାରି ରହିଥିବା କହିଛନ୍ତି।

ବାଲି ବେଧଡକ୍ ଚୋରା ଚାଲାଣ ଉପରେ କାହିଁକି ରୋକ୍ ଲଗାଉନି କୋଡ଼ିଙ୍ଗା ତହସିଲ ? ମାଫିଆଙ୍କଠୁ ମୋଟା ଅଙ୍କର ଟଙ୍କା ନେଇ ଚୁପ୍ ରହୁଛନ୍ତି କି ପ୍ରଶାସନିକ ଅଧିକାରୀ ?

Jojanara Naa Hariloot
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ