Advertisment

ବିଶ୍ୱ ସ୍ୱାସ୍ଥ୍ୟ ଦିବସ ୨୦୨୨: ବାଲୁକା କଳାରେ ସୁସ୍ଥ ରହିବାର ବାର୍ତ୍ତା ଦେଲେ ମାନସ ସାହୁ

ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ବାଲୁକା ଶିଳ୍ପୀ ମାନସ ସାହୁ ପୁରୀରେ ବାଲୁକା କଳାରେ ସୁସ୍ଥ ରହିବାର ବାର୍ତ୍ତା ଦେଇଛନ୍ତି ।

Sand Artist Manas Sahu Creates Sand Art On World Health Day In Puri Beach To Spread Awareness

Sand Artist Manas Sahu Creates Sand Art On World Health Day In Puri Beach To Spread Awareness

Advertisment

ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ବାଲୁକା ଶିଳ୍ପୀ ମାନସ ସାହୁ ପୁରୀରେ ବାଲୁକା କଳାରେ ସୁସ୍ଥ ରହିବାର ବାର୍ତ୍ତା ଦେଇଛନ୍ତି । ଏଥିରେ ସମସ୍ତଙ୍କୁ ଯୋଗ, ବ୍ୟାୟାମ କରିବା ସହ ପୁଷ୍ଟିକର ଖାଦ୍ୟ ଖାଇବାକୁ ସେ ଆହ୍ୱାନ ଦେଇଛନ୍ତି । ପୁରୀ ବେଳାଭୂମିରେ ତିଆରି ହୋଇଥିବା । ୧୮ ଫୁଟ ଚଉଡାର ବାଲୁକା କଳାରେ ୧୫ଟନ୍ ବାଲି ବ୍ୟବହାର କରାଯାଇଛି । ଏଥିପାଇଁ ମାନସଙ୍କୁ ପ୍ରାୟ ୭ଘଣ୍ଟା ସମୟ ଲାଗିଥିଲା ।

Advertisment

Sand Artist Manas Sahu Creates Sand Art On World Health Day In Puri Beach To Spread Awareness( ବାଲୁକା କଳାରେ ସୁସ୍ଥ ରହିବାର ବାର୍ତ୍ତା ଦେଲେ ମାନସ ସାହୁ)

ଆଜି ହେଉଛି ବିଶ୍ୱ ସ୍ୱାସ୍ଥ୍ୟ ଦିବସ । ଏହି ଅବସରରେ ଲୋକମାନେ ସ୍ୱାସ୍ଥ୍ୟପ୍ରତି ସଚେତନ ରହିବାକୁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଚଳିତ ବର୍ଷର ଶ୍ଳୋଗାନ ‘ଆମ ପୃଥିବୀ, ଆମର ସ୍ୱାସ୍ଥ୍ୟ’ ରହିଛି । ୧୯୪୮ ଆଜିର ଦିନରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରତିଷ୍ଠା ହୋଇଥିଲା । ତେଣୁ ପ୍ରତି ବର୍ଷ ଏପ୍ରିଲ୍‌ ୭ ତାରିଖକୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଭାବରେ ପାଳନ କରାଯାଇଆସୁଛି ।

ଅନ୍ୟପକ୍ଷେ, ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ନୂଆଦିଲ୍ଲୀର ଲାଲକିଲ୍ଲାରେ ଯୋଗ ଉତ୍ସବ ଆୟୋଜିତ ହୋଇଛି । ଏଥିରେ ଲୋକସଭା ବାଚସ୍ପତି ଓମ ବିର୍ଲା କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ୱାଲ ମଧ୍ୟ ଉତ୍ସବରେ ସାମିଲ ହୋଇଥିଲେ । ଲାଲକିଲ୍ଲାରେ ଆୟୋଜିତ ଯୋଗ ଉତ୍ସବରେ ଶତାଧିକ ସଂଖ୍ୟାରେ ଲୋକ ଯୋଗ ଦେଇ ଏକାଠି ଯୋଗ କରିଥିଲେ ।

Advertisment
Puri Beach Sand Art World Health Day 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ