Advertisment

ସମ୍ବଲପୁରରେ ଆଉ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ବନ୍ଦ

ସମ୍ବଲପୁରରେ ଆଉ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବାକୁ ବନ୍ଦ ରଖାଯାଇଛି। ତେବେ ଆଜି ପୁରା ଜିଲ୍ଲାରେ ବ୍ରଡ୍‌ ବ୍ୟାଣ୍ଡ୍‌, ଲିଜ୍ ଲାଇନ କାମ କରିବ।

ଅଦ୍ୟତନ ହୋଇଛି
Sambalpur Curfew News

Sambalpur violence: internet services suspended for another 48 hours

Advertisment

ସମ୍ବଲପୁରରେ ଆଉ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବାକୁ ବନ୍ଦ ରଖାଯାଇଛି। ୨୨ ତାରିଖ ସକାଳ ୧୦ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ବନ୍ଦ ରହିବ। ତେବେ ଆଜି ପୁରା ଜିଲ୍ଲାରେ ବ୍ରଡ୍‌ ବ୍ୟାଣ୍ଡ୍‌, ଲିଜ୍ ଲାଇନ କାମ କରିବ। ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ବ୍ରଡ୍‌ ବ୍ୟାଣ୍ଡ୍‌, ଲିଜ୍ ଲାଇନ କାମ କରିବ।

Advertisment

ଅନ୍ୟପକ୍ଷେ, ଧୀରେ ଧୀରେ ସ୍ୱାଭାବିକ ହେଉଛି ସମ୍ବଲପୁର ସହରରେ ଜୀବନଯାତ୍ରା। ଲୋକମାନେ ନିଜ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କିଣିବା ପାଇଁ ବାହାରକୁ ଆସୁଛନ୍ତି। ଗତକାଲି ପ୍ରଥମ ଥର  ପାଇଁ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୧ଘଣ୍ଟା କର୍ଫ୍ୟୁ କୋହଳ କରାଯାଇଥିଲା। 

ଆସନ୍ତା ଦିନେ ଦୁଇ ଦିନ ଭିତରେ ଆହୁରି ଅଧିକ ସମୟ କର୍ଫ୍ୟୁ କୋହଳ କରାଯିବ ବୋଲି ସମ୍ବଲପୁର ଏସ୍‌ପି ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ହନୁମାନ ଜୟନ୍ତୀ ବାଇକ୍ ଶୋଭାଯାତ୍ରା  ସମୟରେ ଟେକାପଥର ମାଡ଼ ଘଟଣା ଏବଂ ୧୪ ତାରିଖ ଦୋକାନ ଭଙ୍ଗାରୁଜା ଓ ପୋଡ଼ାଜଳା ଘଟଣାରେ ୮୫ ଜଣଙ୍କୁ ଗିରଫ କରାଯାଇଛି। ଆଉ କିଛି ଫେରାର ଅଭିଯୁକ୍ତଙ୍କୁ ଗିରଫ ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଚାଲିଛି। 

Advertisment
Curfew
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ