Advertisment

ରହସ୍ୟରେ କଲେଜ ଛାତ୍ରଙ୍କ ମୃତ୍ୟୁ, ହଷ୍ଟେଲରେ ବେହୋସ ହୋଇପଡ଼ିଥିଲେ

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଜଣେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ଗତକାଲି ମଧ୍ୟାହ୍ନରେ ସେ କ୍ଲାସ୍‌ ସାରି ହଷ୍ଟେଲକୁ ଫେରିବା ବେଳେ ହଠାତ୍ ତଳେ ପଡ଼ି ଅଚେତ୍‌ ହୋଇପଡ଼ିଥିଲେ।

Student Found Dead

Student Found Dead

Advertisment

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଜଣେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ ଛାତ୍ର ହେଲେ କମ୍ପ୍ୟୁଟର ସାଇନ୍ସ ବିଭାଗର ତୃତୀୟ ବର୍ଷ ଛାତ୍ର ପ୍ରିୟାଂଶୁ ପଣ୍ଡା। ଗତକାଲି ମଧ୍ୟାହ୍ନରେ ସେ କ୍ଲାସ୍‌ ସାରି ହଷ୍ଟେଲକୁ ଫେରିବା ବେଳେ ହଠାତ୍ ତଳେ ପଡ଼ି ଅଚେତ୍‌ ହୋଇପଡ଼ିଥିଲେ। ତାଙ୍କୁ ତୁରନ୍ତ ବୁର୍ଲା ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 

Advertisment

ମୃତ୍ୟୁର ର୍ନିଦ୍ଦିଷ୍ଟ କାରଣ ଜଣା ପଡି ନ ଥିଲେ ମଧ୍ୟ ଅଂଶୁଘାତ ଜନିତ ମୃତ୍ୟୁ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। ଘଟଣାକୁ ନେଇ ବୁର୍ଲା SDPO କହିଛନ୍ତି, ଛାତ୍ର ଜଣକ ବାଥ୍‌ରୁମ୍‌ରେ ପଡ଼ିଯାଇ ଆହତ ହୋଇଥିଲେ। ସାଙ୍ଗମାନେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 

ପୋଷ୍ଟମର୍ଟଟ ରିପୋର୍ଟ ଆସିଲେ ସବୁ ସ୍ପଷ୍ଟ ହୋଇଯିବ ବୋଲି ବୁର୍ଲା SDPO କହିଛନ୍ତି।  

Student Found Dead
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ