ଆଜି ସମ୍ବଲପୁର-ଭୁବନେଶ୍ୱର ଘରୋଇ ବସ୍ ଚଳାଚଳ ବନ୍ଦ

ଆଜି ସମ୍ବଲପୁର-ଭୁବନେଶ୍ୱର ଘରୋଇ ବସ୍ ଚଳାଚଳ ବନ୍ଦ । ସକାଳ ୬ଟା ରୁ ରାତି ୧୨ଟା ପଯ୍ୟନ୍ତ ଦିନିକିଆ ବନ୍ଦ ଡାକରା ଦେଇଛି ଘରୋଇ ବସ୍ ମାଲିକ ସଂଘ ।

Bus Bandh

ଭୁବନେଶ୍ୱର: ଆଜି ସମ୍ବଲପୁର-ଭୁବନେଶ୍ୱର ଘରୋଇ ବସ୍ ଚଳାଚଳ ବନ୍ଦ । ସକାଳ ୬ଟା ରୁ ରାତି ୧୨ଟା ପଯ୍ୟନ୍ତ ଦିନିକିଆ ବନ୍ଦ ଡାକରା ଦେଇଛି ଘରୋଇ ବସ୍ ମାଲିକ ସଂଘ । ଏନ୍ଏଚ୍-୫୫ ଅର୍ଥାତ ମଙ୍ଗୁଳି-ସମ୍ବଲପୁରୀ ଜାତୀୟ ରାଜପଥ ମରାମତି ନେଇ ବାରମ୍ବାର ଦାବି ସତ୍ତ୍ୱେ ଏନ୍ଏଚ୍ଏଆଇ କର୍ତ୍ତୃପକ୍ଷଙ୍କ ଅବହେଳା ଓ ରାଜ୍ୟ ସରକାରଙ୍କ ଉଦାସୀନତା ପ୍ରତିବାଦରେ ଏହି ବନ୍ଦ ଡ଼ାକରା ଦିଆଯାଇଛି ।

ଦୀର୍ଘ ଦିନ ଧରି ମଙ୍ଗୁଳି ସମ୍ବଲପୁର ଜାତୀୟ ରାଜପଥ ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ଫଳରେ ଯିବା ଆସିବା ପାଇଁ ଅଧିକ ସମୟ ଲାଗୁଥିବା ବେଳେ ଦୁର୍ଘଟଣା ବି ବଢ଼ିଛି । ତେଣୁ ଯାତ୍ରୀମାନେ ବସ୍ ଅପେକ୍ଷା ରେଳ ସେବା ଉପରେ ନିର୍ଭରଶୀଳ ହେଉଥିବାର ଘରୋଇ ବସ ମାଲିକ ସଂଘ ପକ୍ଷରୁ ଅଭିଯୋଗ ହୋଇଛି । ଯାହା ଫଳରେ ବସଗୁଡ଼ିକୁ କ୍ଷତି ସହିବାକୁ ପଡୁଛି।

ମରାମତି ନେଇ ପୂର୍ବରୁ ବହୁ ଥର ଦାବି ଏବଂ ରାଜ୍ୟ ସରକାରଙ୍କର ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀ ଓ ଏନଏଚଏଆଇ କର୍ତ୍ତୃପକ୍ଷଙ୍କ ସହ ଏକାଧିକ ବାର ବୈଠକ ହୋଇଥିଲେ ମଧ୍ୟ ଏ ଯାଏଁ ମରାମତି କାମ ଆରମ୍ଭ ହୋଇପାରି ନାହିଁ । ଏହାର ପ୍ରତିବାଦରେ ଆଜି ଦିନିକିଆ ବସ୍ ବନ୍ଦ ପରେ ୨୪ରେ ସମ୍ବଲପୁରରେ ସବୁ ବସରେ କଳାପତାକା ଲଗାଯିବ ଏବଂ ଜାନୁଆୀରୁ ୧ରୁ ଏନ୍ଏଚ୍ ୫୫କୁ ବୟ କଟ୍ କରିବାକୁ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।