Advertisment

କୋଟିପତି ପରିବାରର ଝିଅ ହେଲେ ଭିକ୍ଷୁ ; ଜୀବନସାରା ପାଦରେ ହିଁ ଚାଲିବେ

୨୫ ବର୍ଷର ସଲୋନୀ ଭଣ୍ଡାରୀ ଅଧ୍ୟୟନ ଏବଂ ଚାକିରି ପରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି। କୋଟିପତି ପରିବାରରେ ବଢିଥିବା ସଲୋନୀ ଏବେ ଏମିତି ପଦକ୍ଷେପ ନେଇଛନ୍ତି ଯାହା ଫଳରେ ସେ ଏବେ ଭିକ୍ଷୁ ଜୀବନ ଜୀଇବେ।

ଅଦ୍ୟତନ ହୋଇଛି
Saloni Bhandari belonging from millionaire family became jain sadhvi

Saloni Bhandari belonging from millionaire family became jain sadhvi

Advertisment

ଜୀବନରେ ପାଠପଢା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅଧ୍ୟୟନ ଶେଷ ହେବା ପରେ ଚାକିରି ଆବଶ୍ୟକ। ନିଜ କାମ ଅନୁସାରେ ଏହା ଜଣକୁ ଏକ ନୂଆ ପରିଚୟ ଦେଇଥାଏ। ଏହା କିଏ ବା ନ ଚାହେଁ। ଯଦି ଜଣେ ପାଠ ପଢା ଶେଷ କରି ଚାକିରି ପାଏ ଆଉ ପରେ ଏହାକୁ ଛାଡି ଭିନ୍ନ ରାସ୍ତାରେ ଯାଏ ଏହା ନିଶ୍ଚିୟ ଆଶ୍ଚର୍ଯ୍ୟଜନକ। କିନ୍ତୁ ଜଣେ ୨୫ ବର୍ଷର ଯୁବତୀ ଏମିତି କରିଛନ୍ତି।

Advertisment

ଉଜ୍ଜୟିନୀରେ ରହୁଥିବା ୨୫ ବର୍ଷର ସଲୋନୀ ଭଣ୍ଡାରୀ ଅଧ୍ୟୟନ ଏବଂ ଚାକିରି ପରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି। ସଲୋନୀ ବର୍ତ୍ତମାନ ଶ୍ରୀ ମଲ୍ଲି ଦର୍ଶନା ଶ୍ରୀଜୀ ମସା ନାମରେ ପରିଚିତ ହେବେ। ଏହାପୂର୍ବରୁ, ସଲୋନୀ ଏମ୍‌ଆଇଟି କଲେଜ, ଉଜ୍ଜୟିନୀରୁ ଏମ୍‌ବିଏ କରିଥିଲେ ଏବଂ ଇନ୍ଦୋରର ଏକ କମ୍ପାନୀରେ ଦେଢ଼ ବର୍ଷ ମ୍ୟାନେଜର ଭାବରେ କାମ କରିଥିଲେ। ଏହା ପରେ ସେ ତାଙ୍କ ବାପାଙ୍କ ଅଳଙ୍କାର ବ୍ୟବସାୟରେ ମଧ୍ୟ ସାହାଯ୍ୟ କରୁଥିଲେ।

ଅଧିକ ପଢ଼ନ୍ତୁ: ସନ୍ନ୍ୟାସ ନେଲେ କୋଟିପତି ଘରର ୯ ବର୍ଷୀୟା ଝିଅ

କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ ଏତେସବୁ ଭୋଗବିଳାସରେ ଥାଇ ବି ସେ ସବୁକିଛି ଛାଡି ଏବେ ନିବାରଣର ରାସ୍ତା ବାଛିଛନ୍ତି। ବିଶେଷ କଥା ହେଉଛି ଯେତେବେଳେ ସଲୋନୀ ତାଙ୍କ ପରିବାରକୁ ସାଧ୍ୱୀ ହେବାର ନିଷ୍ପତ୍ତି କହିଥିଲେ, ସେମାନେ ଏହାକୁ ସହଜରେ ଗ୍ରହଣ କରିନେଇଥିଲେ।

Advertisment

ଏହା ପରେ, ଉଜ୍ଜୟିନୀରେ ଏଥିପାଇଁ ଏକ ପାଞ୍ଚ ଦିନିଆ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଉତ୍ସବରେ ହଜାର ହଜାର ଲୋକ ଅଂଶଗ୍ରହଣ କରିଥିଲେ। ବର୍ତ୍ତମାନ ସଲୋନୀ ଭଣ୍ଡାରୀ ହେଉଛନ୍ତି ଜୈନ ସାଧ୍ୱୀ ଶ୍ରୀ ମଲ୍ଲି ଦର୍ଶନା ଶ୍ରୀଜୀ ମସା। ଏବେ ଆଉ ତାଙ୍କ ପରିବାର ସଦସ୍ୟଙ୍କ ସହିତ ତାଙ୍କର କୌଣସି ସମ୍ପର୍କ ରହିବ ନାହିଁ।

ମିଡିଆ ରିପୋର୍ଟ ଅନୁଯାୟୀ, ସଲୋନୀ ଏକ କୋଟିପତି ପରିବାରର ଝିଅ। ସେ ହେଉଛନ୍ତି ଅଳଙ୍କାର ବ୍ୟବସାୟୀ ବିମଲ ଭଣ୍ଡାରୀ ଏବଂ ପୂଜା ଭଣ୍ଡାରୀଙ୍କ ଝିଅ। ସଲୋନୀ ବର୍ତ୍ତମାନ ସାଂସାରିକ ମୋହ ମାୟା ତ୍ୟାଗ କରି ସାଧ୍ୱୀ ଜୀବନରେ ପ୍ରବେଶ କରିଛନ୍ତି।

Advertisment

ଜୈନ ଦିକ୍ଷା ନେବା ଅତ୍ୟନ୍ତ କଷ୍ଟକର କାର୍ଯ୍ୟ। ଦିକ୍ଷା ନେବା ପରେ ବ୍ୟକ୍ତିଙ୍କୁ ଏକ ସଂଯମ ଜୀବନଯାପନ କରିବାକୁ ପଡିବ। ବିଳାସପୂର୍ଣ୍ଣ ଜୀବନଠାରୁ ଦୂରରେ ରହିବା ସହ ଜୀବନ ସାରା ପାଦରେ ହିଁ ଚାଲିବାକୁ ପଡିବ। ଦିକ୍ଷା ନେବା ପରେ କେବଳ ଧର୍ମର ଉଦ୍ଦେଶ୍ୟରେ ସରଳ ଜୀବନ ଯାପନ କରିବାକୁ ପଡିବ।

Ajab Gajab Ajab Gajab News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ