ବିଶ୍ୱସ୍ତରୀୟ ମେଡିକାଲ୍‌ର ବିଶ୍ୱସ୍ତରୀୟ ବ୍ୟବସ୍ଥା; ଠେଙ୍ଗାରେ ଝୁଲୁଛି ସାଲାଇନ୍‌ ବୋତଲ !

ରୋଗୀକୁ ସାଲାଇନ ଦେବା ସମୟରେ ତାକୁ ଏକ ଠେଙ୍ଗାରେ ଝୁଲା ଯାଇଛି ।

SCB Medical

କଟକ ଏସସିବି ମେଡିକାଲରେ ଅବ୍ୟବସ୍ଥାର ନଗ୍ନ ଚିତ୍ର । ଠେଙ୍ଗାରେ ଝୁଲୁଛି ସାଲାଇନ । ରୋଗୀକୁ ସାଲାଇନ ଦେବା ସମୟରେ ତାକୁ ଏକ ଠେଙ୍ଗାରେ ଝୁଲା ଯାଇଛି । ପ୍ରକୃତରେ ରୋଗୀଙ୍କ ବେଡ୍‌ରେ ସାଲାଇନ ବୋତଲ ଝୁଲାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଥାଏ । କିନ୍ତୁ ଆପଣ ଦେଖୁଥିବା ଚିତ୍ରରେ ସେମିତି ବ୍ୟବସ୍ଥା ନ ଥିଲା । ନ ଥିଲା ସାଲାଇନ ଷ୍ଟାଣ୍ଡ । ତେଣୁ ରୋଗୀଙ୍କ ସଂପର୍କୀୟ ଗୋଟିଏ ଜୁଗାଡ୍ କରି ଏକ ଠେଙ୍ଗାରେ ଝୁଲାଇ ଥିଲେ ସାଲାଇନ ବୋତଲ । ଏହି ଦୃଶ୍ୟ ହେଉଛି କଟକ ବଡ଼ ଡାକ୍ତରଖାନା କାଜୁଆଲିଟି ୱାର୍ଡର ।

ଉନ୍ନତ ସ୍ୱାସ୍ଥ୍ୟ ସେବା ପାଇଁ କୋଟି କୋଟି ଟଙ୍କା ସରକାର ଖର୍ଚ୍ଚ କରୁଛନ୍ତି, କିନ୍ତୁ ସାମାନ୍ୟ କଥା ପାଇଁ ଦୃଷ୍ଟି ପଡୁ ନାହିଁ ବୋଲି କହିଛନ୍ତି ରୋଗୀଙ୍କ ସଂପର୍କୀୟ । ଏହାପୂର୍ବରୁ ବିଦ୍ୟୁତ କାଟ ଓ ପାଣି ସମସ୍ୟା ନେଇ ହଇରାଣ ହରକତ ହୋଇଥିଲେ ରୋଗୀ ଏବଂ ତାଙ୍କ ସମ୍ପର୍କୀୟ । କେବେ ଲାଇନ୍ ରହୁନି ତ କେବେ ପାଣି ସଙ୍କଟ । ବିଶ୍ୱସ୍ତରୀୟର ଡିଣ୍ଡିମ ପିଟା ଚାଲିଥିବା SCB ମେଡିକାଲ୍‌ରେ ସତେ ଯେମିତି ଅନ୍ତଃହୀନ ଦୁର୍ଦ୍ଦଶା ।