Advertisment

କିଏ ପିନ୍ଧେ ଲାଲ୍ ତ କିଏ ପିନ୍ଧେ ହଳଦିଆ ହେଲ୍‌ମେଟ୍; କାରଣ କ’ଣ

ବିଭିନ୍ନ କର୍ମକ୍ଷେତ୍ରରେ କାମ କରୁଥିବା କର୍ମଚାରୀଙ୍କ ହେଲ୍‌ମେଟ୍‌ର ରଙ୍ଗ ଭିନ୍ନ ଭିନ୍ନ ହୋଇଥାଏ। ଏଠାରେ ପ୍ରଶ୍ନ ଆସେ ରଙ୍ଗ କାହିଁକି ଅଲଗା ହୋଇଥାଏ? ଏହା କେବଳ କର୍ମଚାରୀମାନଙ୍କୁ ଏକ ଭିନ୍ନ ରୂପ ଦେବା କାରଣରୁ କି ଏହା ପଛରେ ଅନ୍ୟ କିଛି କାରଣ ଅଛି? ଆସନ୍ତୁ ଜାଣିବା…

ଅଦ୍ୟତନ ହୋଇଛି
Safety helmet colours at construction site

Safety helmet colours at construction site

Advertisment

ଆପଣ ଅନେକ ସମୟରେ ରଙ୍ଗୀନ ହେଲମେଟ କିମ୍ବା ହାର୍ଡ ହ୍ୟାଟ୍ ପିନ୍ଧିଥିବା ଲୋକଙ୍କୁ ଦେଖିଥିବେ ନିଶ୍ଚୟ। ଏହା ନିଶ୍ଚିତ ଯେ ସେସବୁ ସୁରକ୍ଷା ଦୃଷ୍ଟିକୋଣରୁ ପିନ୍ଧାଯାଏ ଯାହା ଦ୍ୱାରା ମୁଣ୍ଡ ସୁରକ୍ଷିତ ରହିଥାଏ। କିନ୍ତୁ ବିଭିନ୍ନ କର୍ମକ୍ଷେତ୍ରରେ କାମ କରୁଥିବା କର୍ମଚାରୀଙ୍କ ହେଲ୍‌ମେଟ୍‌ର ରଙ୍ଗ ଭିନ୍ନ ଭିନ୍ନ ହୋଇଥାଏ। ଏଠାରେ ପ୍ରଶ୍ନ ଆସେ ରଙ୍ଗ କାହିଁକି ଅଲଗା ହୋଇଥାଏ? ଏହା କେବଳ କର୍ମଚାରୀମାନଙ୍କୁ ଏକ ଭିନ୍ନ ରୂପ ଦେବା କାରଣରୁ କି ଏହା ପଛରେ ଅନ୍ୟ କିଛି କାରଣ ଅଛି?

Advertisment

ଏଠାରେ ଗୋଟିଏ କଥା ଜାଣିବା ଜରୁରୀ ଯେ ୧୯୩୦ ଦଶକରେ ଯେତେବେଳେ ଆମେରିକାରେ ବହୁ ପରିମାଣରେ କୋଠା ନିର୍ମାଣ ଆରମ୍ଭ ହୋଇଥିଲା, ସେତେବେଳେ ରଙ୍ଗୀନ ହେଲମେଟର ଧାରା ଆରମ୍ଭ ହୋଇଥିଲା। ଏହି ହେଲମେଟଗୁଡ଼ିକ କେବଳ ନିର୍ମାଣଧିନ କ୍ଷେତ୍ର ପାଇଁ ତିଆରି ହୋଇଥିଲା। ବର୍ତ୍ତମାନ ସେସବୁ ବିଭିନ୍ନ କାରଖାନାଗୁଡ଼ିକରେ ମଧ୍ୟ ବ୍ୟବହୃତ ହେଉଛି।

ସାଧାରଣ ଲୋକଙ୍କ ପାଇଁ ଏହି ରଙ୍ଗଗୁଡିକ ଜାଣିବା ଜରୁରୀ କାରଣ ଯଦି ଆପଣ କୌଣସି ନିର୍ମାଣ ସ୍ଥଳରେ ଉପସ୍ଥିତ ଥାଆନ୍ତି କିମ୍ବା ଯଦି ଆପଣଙ୍କ ଆପାର୍ଟମେଣ୍ଟରେ କୌଣସି ମରାମତି କାମ ଚାଲିଥାଏ ଏବଂ କରେଣ୍ଟ୍ ଚାଲିଯାଏ, ତେବେ ଆପଣ ଦୂରରୁ ଜାଣିପାରିବେ ଯେ ସମସ୍ତ କର୍ମଚାରୀଙ୍କ ମଧ୍ୟରେ ଆପଣଙ୍କ କାହା ସହ ଯୋଗାଯୋଗ କରିବେ।

Advertisment

ଧଳା ହେଲମେଟ୍‌:

ନିର୍ମାଣାଧୀନ ସାଇଟ୍‌ରେ ଧଳା ହାର୍ଡ ହ୍ୟାଟ୍ ସୁପରଭାଇଜର, ମ୍ୟାନେଜର କିମ୍ବା ଉଚ୍ଚ ପଦବୀର ବ୍ୟକ୍ତିମାନେ ପିନ୍ଧନ୍ତି, ଯାହାଙ୍କ ଅଧୀନରେ ଅନ୍ୟମାନେ କାମ କରନ୍ତି ଏବଂ ଅନ୍ୟମାନଙ୍କୁ ସୁରକ୍ଷା ଦେବା ସେମାନଙ୍କର ଦାୟିତ୍ୱ। ଖରା ଦିନେ ଧଳା ହେଲମେଟ ସୁପରଭାଇଜରଙ୍କ ମନକୁ ଥଣ୍ଡା ରଖେ ଯାହା ଦ୍ୱାରା ସେମାନେ ଭଲ ଭାବରେ ପ୍ଲାନିଙ୍ଗ୍ କରିପାରନ୍ତି।

ହଳଦିଆ ହେଲ୍‌ମେଟ୍‌:

ନିର୍ମାଣ ଶିଳ୍ପରେ ମାନୁଆଲ୍ ଲେବର୍ ଶ୍ରେଣୀୟ ଲୋକେ ହଳଦିଆ ହେଲ୍‌ମେଟ୍‌ ପିନ୍ଧନ୍ତି। ସେମାନଙ୍କର କାମ ହେଉଛି ଭାରୀ ମେସିନ୍ ଚଳାଇବା, ଗାତ ଖୋଳିବା କିମ୍ବା ଶାରୀରିକ କାମ କରିବା। ହଳଦିଆ ହେଲ୍‌ମେଟ୍‌ ଦେଖି ଜଣାପଡିଯିବ ଯେ ବ୍ୟକ୍ତି ଜଣକ ଜଣେ ନିର୍ମାଣ ଶ୍ରମିକ।

Advertisment

ବ୍ଲୁ ହେଲମେଟ:

କାର୍ପେଟର, ଟେକ୍ନିକାଲ୍ ଅପରେଟର କିମ୍ବା ବୈଦ୍ୟୁତିକ କର୍ମଚାରୀମାନେ ବ୍ଲୁ ହେଲମେଟ ପିନ୍ଧନ୍ତି। ସାଧାରଣ ଶ୍ରମିକମାନଙ୍କ ପାଇଁ ବ୍ଲୁ ହେଲମେଟ ବହୁତ ଗୁରୁତ୍ୱ ରଖେ। ଏହି ରଙ୍ଗ ଦର୍ଶାଏ ଯେ କୌଣସି କାମ କରିବା ନେଇ ସେମାନେ ଦକ୍ଷ ଓ ତାଲିମପ୍ରାପ୍ତ।

ସବୁଜ ହେଲ୍‌ମେଟ୍:
ସବୁଜ ହେଲ୍‌ମେଟ୍ କୌଣସି ଏକ ସାଇଟରେ ଥିବା ସୁରକ୍ଷା ଇନ୍ସପେକ୍ଟର କିମ୍ବା ସେହି ସାଇଟ୍‌କୁ ଆସିଥିବା ଜଣେ ନୂତନ କର୍ମଚାରୀଙ୍କ ପାଇଁ। ପ୍ରୋବେସନାରୀ କର୍ମଚାରୀମାନେ ସବୁଜ ହେଲମେଟ୍‌ ମଧ୍ୟ ପିନ୍ଧନ୍ତି।
କମଳା ରଙ୍ଗର ହେଲ୍‌ମେଟ୍‌:

କମଳା ରଙ୍ଗର ହେଲ୍‌ମେଟ୍‌ ସାମଗ୍ରୀ ଉଠାଇବାରେ ସାହାଯ୍ୟ କରୁଥିବା କିମ୍ବା ଟ୍ରାଫିକ୍‌ ମାର୍ଶଲ ଏବଂ ସିଗ୍‌ନାଲ୍‌ ହେଲପରମାନେ ପିନ୍ଧନ୍ତି।

ଲାଲ୍ ହେଲ୍‌ମେଟ୍:

ଯଦି ନିର୍ମାଣ ସ୍ଥଳରେ କେହି ଫାୟାର ମାର୍ଶଲ ଥାଆନ୍ତି ସେମାନେ ଲାଲ୍ ହେଲ୍‌ମେଟ୍ ପିନ୍ଧନ୍ତି। ସେମାନଙ୍କ ବ୍ୟତୀତ ସାଧାରଣ ଅଗ୍ନିଶମ ବିଭାଗର କର୍ମଚାରୀମାନେ ମଧ୍ୟ ଲାଲ୍ ହେଲ୍‌ମେଟ୍ ପିନ୍ଧନ୍ତି। ଏହି ରଙ୍ଗ ଦୂରରୁ ଭଲଭାବେ ଦେଖି ହୁଏ।

ବ୍ରାଉନ୍ ହେଲମେଟ୍‌:

ବ୍ରାଉନ୍ ହେଲମେଟ୍‌ ୱେଲଡର୍ କିମ୍ବା ସେହି ଶ୍ରମିକମାନେ ପିନ୍ଧନ୍ତି ଯେଉଁମାନେ ଅତ୍ୟଧିକ ଉତ୍ତାପ କିମ୍ବା ନିଆଁ ପାଖରେ କାମ କରନ୍ତି। ୱେଲଡିଂ କାମ କରୁଥିବା ଲୋକଙ୍କ ଟୋପିରେ, ଆଖିକୁ ସୁରକ୍ଷା ଦେବା ପାଇଁ ଚଷମା ପରି ସିଲ୍ଡ ଲାଗିଥାଏ।

ଗୋଲାପୀ ହେଲ୍‌ମେଟ୍:

ସାଧାରଣତଃ ଗୋଲାପୀ ହେଲ୍‌ମେଟ୍ ନିର୍ମାଣ ସ୍ଥାନରେ କ୍ୱଚିତ୍ ଦେଖାଯାଏ, କିନ୍ତୁ ଯେଉଁଠାରେ ଏହା ଦେଖାଯାଏ ଜଣାଯିବ ସେଠାରେ ମହିଳାମାନେ ହିଁ କାମ କରୁଛନ୍ତି।

ଗ୍ରେ ହେଲ୍‌ମେଟ୍‌:

ଗ୍ରେ- ହାଲୁକା କିମ୍ବା ଗହରା ଧୂସର ହେଲ୍‌ମେଟ୍‌ଗୁଡିକ ସାଇଟ୍ ପରିଦର୍ଶନକାରୀଙ୍କ ପାଇଁ, ଯେଉଁମାନେ ସେଠାରେ କର୍ମଚାରୀ ନୁହଁନ୍ତି।

Helmet Knowledge
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ