Advertisment

ଏମିତି ସାଧୁ, ଦୀର୍ଘ ୪୮ ବର୍ଷ ହେବ ଶୂନ୍ୟରେ ରଖିଛନ୍ତି ହାତ

ପୁରାଣ ଶାସ୍ତ୍ର ହେଉ ବା ସିନେମା ହେଉ ଆମେ ବିଭିନ୍ନ ଚମତ୍କାର ବିଷୟରେ ଶୁଣିଛେ ଆଉ ଦେଖିଛେ। ବାସ୍ତବରେ ଏସବୁ ଦେଖିବା କଳ୍ପନା ବାହାରେ ହୋଇଥିଲେ ମଧ୍ୟ ଜଣେ ସାଧୁ ଏହା କରି ଦେଖେଇଛନ୍ତି। ସେ ଦୀର୍ଘ ୪୮ ବର୍ଷ ହେବ ନିଜ ହାତକୁ ଉପରକୁ ଉଠେଇ ରଖିଛନ୍ତି।

Sadhu Amar Bharati kept hand raised for past 48 years

Sadhu Amar Bharati kept hand raised for past 48 years

Advertisment

ଦୁନିଆରେ ଏମିତି ଅନେକ ମହାନ ବ୍ୟକ୍ତି ଅଛନ୍ତି ଯେଉଁମାନେ ନିଜ ଇଚ୍ଛା ଅନୁସାରେ ଏମିତି କିଛି ଚମତ୍କାର କରିଛନ୍ତି, ଯାହାକୁ ନେଇ ଚିନ୍ତା କଲେ ବି ଜଣେ ଆଶ୍ଚର୍ଯ୍ୟ ହୋଇଯାଏ। ଲୋକେ ବିଶ୍ୱାର କରିପାରନ୍ତି ନାହିଁ ଯେ ଆମରି ପରିବେଶରେ ଆମରି ସହ ରହୁଥିବା ଜଣେ ମଣିଷ ପ୍ରକୃତରେ ନିଜ ଦକ୍ଷତାକୁ ଅତିକ୍ରମ କରି ଏହା କିପରି କରିପାରେ। ତେବେ ଆସନ୍ତୁ ଏଭଳି ଜଣେ ମହାନ ବ୍ୟକ୍ତିଙ୍କ ବିଷୟରେ ଜାଣିବା ଯିଏ ଦୀର୍ଘ ୪୮ ବର୍ଷ ଧରି ଗୋଟିଏ ହାତକୁ ଉପରକୁ ଉଠାଇ ରଖିଛନ୍ତି। ସେବେଠାରୁ ସେ ଗୋଟିଏ କ୍ଷଣ ବି ଏହାକୁ ତଳକୁ ଆଣି ନାହାନ୍ତି।

Advertisment

ଏହି ମହାତ୍ମାଙ୍କୁ ପ୍ରାୟ ଖୁବ କମ ଲୋକ ଜାଣନ୍ତି। ଏ ହେଉଛନ୍ତି ସନ୍ଥ ଅମର ଭାରତୀ। ସେ ଖୁବ କମ୍ ପରିଚିତ ଥିଲେ ବି ସେ ଆସ୍ଥା ଓ ଶାନ୍ତି ପାଇଁ ଯେଉଁ ଚମତ୍କାର କରିଛନ୍ତି ତାହା ଜାଣି ପୂରା ଦୁନିଆ ତାଜୁବ। ଅମର ଭାରତୀ ହେଉଛନ୍ତି ଜଣେ ସନ୍ନ୍ୟାସୀ ଏବଂ ସେ ତାଙ୍କ ସାଧନା ବଳରେ ଦୀର୍ଗ ୪୮ ବର୍ଷ ହେବ ନିଜ ହାତକୁ ଶୂନ୍ୟରେ ଟେକି ରଖିଛନ୍ତି। ଆପଣ ଭାବୁଥିବେ ସେ ନିଶ୍ଚିତ ବେଳେ ବେଳେ ହାତକୁ ତଳକୁ ଆଣୁଥିବେ। କିନ୍ତୁ ଏହା ସତ ଯେ ସେବେଠାରୁ ସେ ଗୋଟିଏ ମୁହୂର୍ତ୍ତ ବି ହାତକୁ ତଳକୁ ଆଣି ନାହାନ୍ତି।

ଅନେକ ଲୋକ ତାଙ୍କର ଏହି କାର୍ଯ୍ୟକୁ ଏକ ଚମତ୍କାର ବୋଲି କହନ୍ତି। କିନ୍ତୁ ଅନେକ ଲୋକ ମଧ୍ୟ ଅଛନ୍ତି ଯେଉଁମାନେ ତାଙ୍କର ଏହି ସାଧନାକୁ ପାଗଳାମୀ ଓ ମୂର୍ଖତା ବୋଲି ମଧ୍ୟ କୁହନ୍ତି। ତେବେ ଅମର ଭାରତୀଙ୍କ ଏହି ଆଶ୍ଚର୍ଯ୍ୟଜନକ କାମ କୌଣସି ଚମତ୍କାରଠାରୁ କମ୍ ନୁହେଁ।

Advertisment

କିପରି ହେଲେ ସାଧୁ:

ସୂଚନା ଅନୁଯାୟୀ ଅମର ଭାରତୀ ଆରମ୍ଭରୁ ସନ୍ନ୍ୟାସୀ ହେବାକୁ ଚାହୁଁ ନଥିଲେ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସେ ଜଣେ ବ୍ୟାଙ୍କ କର୍ମଚାରୀ ଥିଲେ। ତାଙ୍କର ସବୁକିଛି ଥିଲା। ତାଙ୍କ ପାଖରେ ଥିଲା ଏକ ସୁନ୍ଦର ପରିବାର, ଯେଉଁଠି ଥିଲେ ପତ୍ନୀ, ପିଲାଛୁଆ ଆଉ ଘର। କିନ୍ତୁ ହଠାତ୍ ଦିନେ ତାଙ୍କ ମନ ଆଧ୍ୟାତ୍ମିକତା ଆଡକୁ ଆକର୍ଷିତ ହେଲା ଏବଂ ସେ ସବୁକିଛି ତ୍ୟାଗ କରି ଧର୍ମର ପଥକୁ ଆପଣେଇ ନେଲେ। ସେ ତାଙ୍କ ଜୀବନର ଅବଶିଷ୍ଟ ସମୟକୁ ଭଗବାନ ଶିବଙ୍କୁ ଉତ୍ସର୍ଗ କରିଦେଇଥିବା କୁହନ୍ତି।

Sadhu Amar Bharati kept hand raised for past 48 yearsଦୀର୍ଘ ୪୮ ବର୍ଷ ହେବ ତଳକୁ ପଡିନି ହାତ

କ’ଣ ରହିଛି ଉଦ୍ଦେଶ୍ୟ:

ଯଦି ଆପଣ କେବେ ହାତକୁ ଉପରକୁ ଉଠାନ୍ତି ତେବେ ଏହା ସମ୍ଭବ ଯେ ଆପଣ ଅତି ବେଶିରେ ୨-୩ ମିନିଟ୍ ପର୍ଯ୍ୟନ୍ତ ହାତ ଉଠାଇ ରଖି ପାରିବେ। କିନ୍ତୁ ଏହା ଠାରୁ ଅଧିକ ହାତ ଉଠାଇବା ଅସମ୍ଭବ ହୋଇଯିବ। କିନ୍ତୁ ସେ ଶିବଙ୍କ ଭକ୍ତି ଯୋଗୁଁ ଏବଂ ଜଗତର ମଙ୍ଗଳ ପାଇଁ ଏଭଳି ସାଧାନାକୁ ବାଛିନେଇଛନ୍ତି।

Advertisment

ଏକ ସାକ୍ଷାତକାରରେ ଅମର ଭାରତୀ କହିଛନ୍ତି ଯେ ଏହି କାମ କରିବା ପାଇଁ ସେ ଶିବଙ୍କଠାରୁ ଶକ୍ତି ପାଇଛନ୍ତି। ଏହା ବ୍ୟତୀତ ସେ ଏହାରି ମାଧ୍ୟମରେ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କରିବାକୁ ଚାହୁଁଥିଲେ। ଆରମ୍ଭରେ ଏହି ସାଧନା କରିବାକୁ ତାଙ୍କୁ ବହୁତ ଯନ୍ତ୍ରଣା ଭୋଗିବାକୁ ପଡିଥିଲା। କିନ୍ତୁ ଦୃଢ ବିଶ୍ୱାସ ବଳରେ ଅମର ଭାରତୀ ୧୯୭୩ ମସିହାରୁ ଏହିପରି ଭାବରେ ହାତକୁ ଉପରକୁ ଉଠାଇ ରଖିଛନ୍ତି।

Ajab Gajab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ