dhanujatra
ବରଗଡ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଆରମ୍ଭ ହେବା ପୂର୍ବରୁ ଅଭାବନୀୟ ଘଟଣା । ଚଳିତ ବର୍ଷ ଧନୁଯାତ୍ରାର ବଳରାମ ଭୂମିକାରେ ଅଭିନୟ ପାଇଁ ମନୋନୀତ ଶିଶୁ କଳାକାର ଶ୍ରେୟସ ପୂଝାରୀଙ୍କ ଅକାଳ ବିୟୋଗ ଘଟିଛି । ୧୨ ବର୍ଷୀୟ ଶ୍ରେୟସ ଆଜି ନିଜ ଘରେ ଖେଳୁଥିବା ବେଳେ ହଠାତ୍ ତଳେ ପଡିଯାଇଥିଲେ । ପରିବାର ଲୋକେ ତୁରନ୍ତ ତାଙ୍କୁ ବରଗଡ଼ ର ପୁରୁଣା ହସ୍ପିଟାଲକୁ ନେଇଥିଲେ ।
ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶ୍ରେୟସ୍ ସ୍ଥାନୀୟ ଶିଶୁ ମନ୍ଦିରରେ ସପ୍ତମ ଶ୍ରେଣୀରେ ପଢୁଥିଲେ । ଧନୁଯାତ୍ରା ପାଇଁ ଗୋପପୁର ସାଜୁଥିବା ଅମ୍ବାପାଲିରେ ସେ ନିୟମିତ ଭାବେ ରିହରସଲ୍ ପାଇଁ ଆସୁଥିଲେ । ଏପରିକି ଗତକାଲି ମଧ୍ୟ ଡାଇଲଗ୍ ଅଭ୍ୟାସ କରିଥିଲେ ।
ହେଲେ ଆଜି ହଠାତ ତାଙ୍କର ଅକାଳ ମୃତ୍ୟୁ ଯୋଗୁଁ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ବରଗଡ଼ ଧନୁଯାତ୍ରା ମହୋତ୍ସବ ସମିତି ସଂପାଦକ ସୁରେଶ୍ୱର ଶତପଥୀ କହିଛନ୍ତି , ଏହା ଅତ୍ୟନ୍ତ ଦୁଃଖଦ ଘଟଣା । ଏପରି ଘଟଣା ଖୁବ୍ ମର୍ମାହତ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/dhanujatra_1670586514.jpg)