Advertisment

ଋଷ୍‌-ୟୁକ୍ରେନ୍‌ ଯୁଦ୍ଧ ବଦଳେଇ ଦେଲା ଚାଷୀଙ୍କ ଭାଗ୍ୟ; ହେଇଗଲେ କୋଟିପତି

ଋଷ୍‌ର ଆକ୍ରମଣରେ ୟୁକ୍ରେନ୍‌ ଛାରଖାର ହୋଇଯାଇଛି। ୧୫୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ୟୁକ୍ରେନ୍‌ବାସୀ ଏବେ ବିକାଶର ବହୁ ପଛକୁ ଚାଲିଯାଇଛନ୍ତି। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ ଏହି ଯୁଦ୍ଧ ମଧ୍ୟରେ ୟୁକ୍ରେନ୍‌ର ଜଣେ କୃଷକର ଭାଗ୍ୟ ଖୋଲିଯାଇଛି।

ଅଦ୍ୟତନ ହୋଇଛି
Rush-Ukraine war make the farmer billionaire

Rush-Ukraine war make the farmer billionaire

Advertisment

ଋଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଏବେ ବିପଜ୍ଜନକ ମୋଡ଼ ନେଇଛି। ଫେବୃଆରୀ ୨୪ରୁ ଆରମ୍ଭ ହୋଇଥିବା ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଶେଷ ହୋଇ ନାହିଁ। ଋଷ୍‌ର ଏହି ଆକ୍ରମଣ ୟୁକ୍ରେନ୍‌କୁ ଛାରଖାର କରିଦେଇଛି। ଏହି ଆକ୍ରମଣରେ ୧୫୦୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ୟୁକ୍ରେନ୍‌ର ଦାବି ଅନୁଯାୟୀ ଏହି ଯୁଦ୍ଧରେ ଋଷର ସୈନିକମାନେ ମଧ୍ୟ ନିହତ ହୋଇଛନ୍ତି। ୟୁକ୍ରେନ୍‌ବାସୀ ଏବେ ବିକାଶର ବହୁ ପଛକୁ ଚାଲିଯାଇଛନ୍ତି। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ ଏହି ଯୁଦ୍ଧ ମଧ୍ୟରେ ୟୁକ୍ରେନ୍‌ର ଜଣେ କୃଷକର ଭାଗ୍ୟ ଖୋଲିଯାଇଛି।

Advertisment

ଋଷ୍‌ର ୟୁକ୍ରେନ୍ ଆକ୍ରମଣ ବେଳେ ଜଣେ ୟୁକ୍ରେନ୍‌ ଚାଷୀ ଜଙ୍ଗଲକୁ ବୁଲିବାକୁ ଯାଇଥିଲେ। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେତେବେଳେ ଚାଷୀ ଜଣକ ଜଙ୍ଗଲରୁ ଫେରି ଆସିଲେ, ସେତେବେଳେ ସେ ୧୫ ଶହ କୋଟି ଟଙ୍କାର ମାଲିକ ହୋଇଗଲେ।

ଜଙ୍ଗଲ ଭିତରେ ଚାଷୀଙ୍କୁ ଋଷ୍‌ର ସେନାବାହିନୀର ଏକ ଟ୍ୟାଙ୍କ୍ ମିଳିଲା, ଯାହାକୁ ସେ ଲୁଟ୍ କରିଥିଲେ। ଏହି ଚାଷୀ ଋଷ୍‌ର ସାମରିକ ଟ୍ୟାଙ୍କ୍‌ ଚୋରି କରି କୋଟି କୋଟି ଟଙ୍କାର ମାଲିକ ହୋଇପାରିଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋରେ ଚାଷୀ ଜଣଙ୍କ ଟ୍ୟାଙ୍କ୍‌ ଉପରେ ଚଢିବାର ନଜର ଆସିଛନ୍ତି।

Advertisment

ଏହି ଟ୍ୟାଙ୍କରେ କ୍ଷେପଣାସ୍ତ୍ର ମାଧ୍ୟମରେ ଆକ୍ରମଣ କରାଯାଇପାରେ। ବ୍ୟକ୍ତି ଜଣକ କହିଛନ୍ତି ଯେ ଏବେ ଏହି ଟ୍ୟାଙ୍କ୍‌ଟି ତାଙ୍କର, ଏହାକୁ ସେ ତାଙ୍କ ଘର ବାହାରେ ପାର୍କିଂ କରିଛନ୍ତି। ଓରିକ୍ସ ନାମକ ଏକ ଟ୍ୱିଟର ଆକାଉଣ୍ଟରେ ଚାଷୀଙ୍କ ଏହି ଖବର ଶେୟାର କରାଯାଇଛି।

ଏହି ଖବରରେ କୁହାଯାଇଛି ଯେ ଚାଷୀଙ୍କ ନାମ ଇଗୋର ହୋଇଥିବା ବେଳେ ସେ ପ୍ରତିଦିନ ସକାଳେ ଜଙ୍ଗଲକୁ ବୁଲିବାକୁ ଯାଆନ୍ତି। ସେଦିନ ସକାଳେ ସେ ଜଙ୍ଗଲରୁ ବୁଲି ଫେରିବା ବେଳେ ସାଥିରେ ଋଷ୍‌ ସେନାର 9K330 ଟୋର୍‌ SAM ଟ୍ୟାଙ୍କ ନେଇକି ଆସିଥିଲେ। ଏହି ଟ୍ୟାଙ୍କ୍‌ଟି ଅକାମୀ ଅବସ୍ଥାରେ ତାଙ୍କୁ ଜଙ୍ଗଲରେ ମିଳିଥିଲା। ଏହା ପରେ ଗରିବ ଚାଷୀ କୋଟିପତି ହୋଇଗଲେ। ମିଳିଥିବା ଏହି ଟ୍ୟାଙ୍କ୍‌ର ନାମ ହେଉଛି 'ଦ ଟୋର୍‌'। ଏହି ଟ୍ୟାଙ୍କ୍‌ଟିର ନିର୍ମାଣ ସୋଭିଏତ ସଂଘ ଦ୍ୱାରା ହୋଇଥିବା ବେଳେ ଏହା ଯାହାକି ବହୁତ ଶକ୍ତିଶାଳୀ।

Advertisment

ଏହି ଟ୍ୟାଙ୍କ୍‌ଟି ବହୁତ ଶକ୍ତିଶାଳୀ ହୋଇଥିବା ବେଳେ ଏହା ଯେକୌଣସି ପାଗରେ ଶତ୍ରୁର ଅବସ୍ଥା ଖରାପ କରିପାରେ। ଏହା ମଧ୍ୟମ ଏବଂ ସ୍ୱଳ୍ପ ସୀମା ମଧ୍ୟରେ ଭୂପୃଷ୍ଠରୁ କ୍ଷେପଣାସ୍ତ୍ର ଦ୍ୱାରା ଆକ୍ରମଣ କରିପାରେ। ଏହାକୁ ବ୍ୟବହାର କରି ହେଲିକପ୍ଟର, ଯୁଦ୍ଧ ବିମାନ, କ୍ଷେପଣାସ୍ତ୍ରକୁ ନଷ୍ଟ କରାଯାଇପାରେ।

Ukraine Russia War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ