Fine Of Rs 2.33 Lakh On A School Bus
ସ୍କୁଲ୍ ବସ୍କୁ ୨ ଲକ୍ଷ ୩୩ ହଜାର ଟଙ୍କା ଫାଇନ୍। ଭୁବନେଶ୍ୱରରେ ଏକ ସ୍କୁଲ୍ ବସ୍କୁ ପରିବହନ ବିଭାଗ ୨ ଲକ୍ଷ ୩୩ ହଜାର ଟଙ୍କା ଜରିମାନା କରିଛି। ଭୁବନେଶ୍ୱର ଡମଣା ଛକରେ ଯାଞ୍ଚ ବେଳେ ଆରଟିଓ-୨ ଏହି ଫାଇନ୍ କାଟିଛି। ଏହାସହ ପରିବହନ ବିଭାଗ ଏହି ବସ୍କୁ ଜବତ କରିଛି।
ବସ୍ର ପରମିଟ୍, ବୀମା, ପଲ୍ୟୁସନ୍ ବାବଦରେ ଫାଇନ୍ କଟାଯାଇଛି। ଟିକସ ବକେୟା ଅଭିଯୋଗରେ ୨ ଲକ୍ଷ ୫ ହଜାର, ପଲ୍ୟୁସନ୍ ପାଇଁ ୧୦ ହଜାର ଓ ପରମିଟ୍ ପାଇଁ ୧୦ ହଜାର ଟଙ୍କା ଫାଇନ୍ କଟାଯାଇଥିବା ଜଣାପଡ଼ିଛି।
ସେହିପରି ରାଜଧାନୀରେ ଏକ ଅଟୋକୁ ମଧ୍ୟ ୨୭ ହଜାର ଟଙ୍କାର ଚାଲାଣ କାଟିଛି ଆରଟିଓ-୨। ଏକ କୋଚିଂ ସେଣ୍ଟର ପିଲାଙ୍କୁ ନେଇ ଯାଉଥିବା ଅଟୋକୁ ଭୁବନେଶ୍ୱର ଟ୍ରାଇଡେଣ୍ଟ ହୋଟେଲ ନିକଟରେ ଅଟକାଇ ଆରଟିଓ ଅଧିକାରୀ ଏହି ଚାଲାଣ କାଟିଛନ୍ତି। ବିନା ଡ୍ରାଇଭିଂ ଲାଇସେନ୍ସ, ପରମିଟ୍, ଇନ୍ସ୍ୟୁରାନ୍ସ ଓ ଫିଟ୍ନେସ୍ରେ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବାରୁ ଆରଟିଓ-୨ ଏହି ଚାଲାଣ କାଟିଛି।
ସୂଚନାଥାଉ କି, ଗତକାଲି କୋରାପୁଟରେ ପୋଲିସ ଓ ପରିବହନ ବିଭାଗ ପକ୍ଷରୁ ଧରପଗଡ଼ ବେଳେ ପିଲାଙ୍କୁ ନେଇ ଯାଉଥିବା ସ୍କୁଲ ବସ୍କୁ ଜରିମାନା କରାଯାଇଥିଲା। ଫିଟନେସ୍ ଯାଞ୍ଚ ବେଳେ ସ୍କୁଲ ବସ୍କୁ ପରିବହନ ବିଭାଗ ୪ ଲକ୍ଷ ଟଙ୍କା ଜରିମାନା କରିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/____1650529120.jpg)