RTI activist Pradip Pradhan arrested by Mahila Police station
ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନଙ୍କୁ ପୋଲିସ୍ ଗିରଫ କରିଛି । ବୁବନେଶ୍ୱର ମହିଳା ଥାନା ପୋଲିସ ପ୍ରଦୀପ ପ୍ରଧାନଙ୍କୁ ଗିରଫ କରିଛି । ଏନେଇ ଜୋନ୍-୧ ଏସିପି ସୂଚନା ଦେଇଛନ୍ତି । ୨ ବର୍ଷ ପୂର୍ବର ଦୂତି ଚାନ୍ଦଙ୍କ ଏତଲା ଆଧାରରେ ଗିରଫ କରାଯାଇଥିବା ସୂଚନା ମିଳିଛି ।
ପୂର୍ବରୁ ଦୂତି ଚାନ୍ଦ ଅଲିମ୍ପିକ୍ସ ଖେଳିବା ସମୟରେ ନୈରାଶ୍ୟଜନଙ୍କ ପ୍ରଦର୍ଶନ ନେଇ ପ୍ରଦୀପ ଆକ୍ଷେପ ଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା । ଏହି ଆକ୍ଷେପ ତାଙ୍କୁ ମାନସିକ ଚାପ ଦେଇଥିବା ନେଇ ଦୂତି ଅଭିଯୋଗ କରିବା ସହ ମହିଳା ଥାନାରେ ଏତଲା ଦେଇଥିଲେ । ଏହି ମାମଲାରେ ପୋଲିସ ପ୍ରଦୀପଙ୍କୁ ଥାନାକୁ ଡ଼କାଇ ପଚରା ଉଚରା କରିବା ପରେ ଗିରଫ କରିଥିବା ସୂଚନା ମିଳିଛି ।
ସୂଚନାଥାଉ କି, ପ୍ରଦୀପ ସୂଚନା ଅଧିକାର କର୍ମୀ ସହ ‘ମୋ ଦଳ’ର ସମ୍ପାଦକ ମଧ୍ୟ ଅଛନ୍ତି । ସେପଟେ ପ୍ରଦୀପ ପ୍ରଧାନ ଗିରଫ ହୋଇଥିବା ଖବର ପାଇ ‘ମୋ ଦଳ’ର ବହୁ ନେତା, ଆରଟିଆଇ ଓ ସାମାଜିକ ଅଧିକାର କର୍ମୀ ମହିଳା ଥାନାରେ ପହଞ୍ଚିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1698557164.jpg)