Advertisment

ଲଜ୍‌ରୁ ୮୦ ଲକ୍ଷ ଟଙ୍କା ଜବତ, କେଉଁଠୁ ଆସିଲା ଏତେ ଟଙ୍କା ?

ଚଢାଉ ବେଳେ ଲଜ୍‌ରୁ ୮୦ ଲକ୍ଷ ଟଙ୍କା ଜବତ ହୋଇଛି। ଏହି ଘଟଣାରେ ପୋଲିସ୍‌ ବାହାର ରାଜ୍ୟର ୭ ଜଣ ବ୍ୟକ୍ତିଙ୍କୁ ଅଟକ ରଖିଛି।

ଅଦ୍ୟତନ ହୋଇଛି
Cash Seized From Lodge

Rs 80,00,000 cash seized during raid at a lodge in Bolangir

Advertisment

ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରର ଏକ ଲଜ୍ ଉପରେ ପୋଲିସ ଚଢ଼ାଉ କରିଛି। ଚଢାଉ ବେଳେ ଲଜ୍‌ରୁ ୮୦ ଲକ୍ଷ ଟଙ୍କା ଜବତ ହୋଇଛି। ଏହି ଘଟଣାରେ ପୋଲିସ୍‌ ବାହାର ରାଜ୍ୟର ୭ଜଣ ବ୍ୟକ୍ତିଙ୍କୁ ଅଟକ ରଖିଛି। ଦାଦନ ଚାଲାଣ ପାଇଁ ଏହି ୭ ଜଣ ଆସିଥିବା ସନ୍ଦେହ କରାଯାଉଛି। ଏମାନେ ଦାଦନ ସର୍ଦ୍ଦାର କିମ୍ବା ଇଟାଭାଟି ମାଲିକ ହୋଇଥିବା ସନ୍ଦେହ କରାଯାଉଛି।

Advertisment

ସୂଚନା ଅନୁସାରେ, ଖବର ପାଇ ଗତକାଲି ବିଳମ୍ବିତ ରାତିରେ ପୋଲିସ୍‌ ଅଚାନକ କଣ୍ଟାବାଞ୍ଜି ସହରର ପର୍ଶୁରାମ ଛକ ନିକଟରେ ଥିବା ଅନ୍ନପୂର୍ଣ୍ଣା ଲଜ୍‌ରେ ଚଢ଼ାଉ କରିଥିଲା। ରେଡ୍‌ ବେଳେ ଲଜ୍‌ରେ ଥିବା ବାହାର ରାଜ୍ୟର ୭ ଜଣ ବ୍ୟକ୍ତିଙ୍କୁ ଥାନାକୁ ଉଠାଇ ଆଣିଥିଲା। ପୋଲିସ୍‌ ଏମାନଙ୍କୁ ପଚରାଉଚରା ଚଳାଇଛି।  ଏହାସହ ୮୦ ଲକ୍ଷ ଟଙ୍କା ପୋଲିସ୍‌ ଜବତ କରିଥିଲା।

ସୂଚନାଥାଉ କି, ନୂଆଖାଇ ପରେ ପରେ ବଲାଙ୍ଗିର ଜିଲ୍ଲା ରେ ଆରମ୍ଭ ହୋଇଯାଇଛି ଦାଦନ ଚାଲାଣ ପ୍ରକ୍ରିୟା। ସ୍ଥାନୀୟ ସର୍ଦ୍ଦାରଙ୍କ ଜରିଆରେ ଇଟାଭାଟି ମାଲିକମାନେ ଦାଦନ ଚାଲାଣ କରୁଛନ୍ତି।ଏହି କ୍ରମରେ କଣ୍ଟାବାଞ୍ଜି ସହରର ପର୍ଶୁରାମ ଛକ ନିକଟରେ ଥିବା ଅନ୍ନପୂର୍ଣ୍ଣା ଲଜ୍‌ରେ କିଛି ବାହାର ରାଜ୍ୟର ବ୍ୟକ୍ତି ସନ୍ଦେହଜନକ ଅବସ୍ଥାରେ ରହୁଥିବା ଖବର ପାଇ କଣ୍ଟାବାଞ୍ଜି ପୋଲିସ ଚଢାଉ କରିଥିଲା।

Advertisment

(ରିପୋର୍ଟ-ମନୋରଞ୍ଜନ ଯୋଶୀ,ବଲାଙ୍ଗିର)

Cash Seized Cash Seized From Lodge Raid In Lodge
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ