Advertisment

ଆଶ୍ଚର୍ଯ୍ୟ ! ଗାଡ଼ି ଉଦଳାରେ, ହେଲେ ଚାଲାଣ କଟିଲା ମାଲକାନଗିରିରେ

ଗାଡି ଉଦଳାରେ, ହେଲେ ଚାଲାଣ କଟିଲା ମାଲକାନଗିରିରେ। ଗତକାଲି ବ୍ୟକ୍ତି ଜଣକ ଘରେ ଥିବା ବେଳେ ତାଙ୍କ ଗାଡ଼ି ନମ୍ବରରେ ୫୦୦ ଟଙ୍କାର ଚାଲାଣ କଟାଯାଇଥିବା SMS ଆସିଥିଲା। ଯାହା ଦେଖିବା ପରେ ସେ ତାଜୁବ୍ ହୋଇଯାଇଥିଲେ।

 Traffic Challan

Traffic Challan

Advertisment

ଗାଡି ଉଦଳାରେ, ହେଲେ ଚାଲାଣ କଟିଲା ମାଲକାନଗିରିରେ। ଘଟଣାକୁ ନେଇ ମୟୂରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। କପ୍ତିପଦା ପୋଷ୍ଟ ଅଫିସରେ ଚାକିରି କରିଥିବା ଭୀମସେନ ସେନାପତିଙ୍କର ଏକ ହିରୋ ଗ୍ଲାମର ବାଇକ ରହିଛି। ଗତକାଲି ସେ ଘରେ ଥିବା ବେଳେ ତାଙ୍କ ଗାଡ଼ି ନମ୍ବରରେ ୫୦୦ ଟଙ୍କାର ଚାଲାଣ କଟାଯାଇଥିବା SMS ଆସିଥିଲା, ଯାହା ଦେଖିବା ପରେ ସେ ତାଜୁବ୍ ହୋଇଯାଇଥିଲେ।

Advertisment

ମାଲକାନଗିରି ଟ୍ରାଫିକ୍ ପୋଲିସ୍ ତାଙ୍କ ଗାଡ଼ି ନମ୍ବରରେ ଏହି ଚାଲାଣ କାଟିଥିବା ଭୀମସେନ ଅଭିଯୋଗ କରିଛନ୍ତି। ଉକ୍ତ ଗାଡ଼ିଟି ତାଙ୍କ ପାଖରେ ଥିଲା ଏବଂ ସେ ଉଦଳାରେ ଥିଲେ। ହେଲେ ତାଙ୍କ ପାଖକୁ ୫୦୦ ଟଙ୍କାର ଚାଲାଣ କଟାଯାଇଥିବା SMS ଆସିଥିଲା। 

ବାହାନ ୱେବସାଇଟରୁଭୀମସେନଙ୍କ ପାଖକୁ ଆସିଥିବା ମେସେଜର ଯାଞ୍ଚ ପରେ ପୁରା ଘଟଣା ସାମ୍ନାକୁ ଆସିଥିଲା।  ଅଭିଜିତ୍ ବିଶ୍ୱାସ ନାମକ ଜଣେ ଯୁବକ ବିନା ଡ୍ରାଇଭିଙ୍ଗ ଲାଇସେନ୍ସରେ ଗାଡି ଚଳାଉଥିବାରୁ ତାଙ୍କ ନାଁରେ ଉକ୍ତ ଗାଡ଼ି ନମ୍ବରରେ ଚାଲାଣ କଟିଥିବା ୱେବସାଇଟରୁ ତଥ୍ୟ ମିଳିଛି। ସବୁଠାରୁ ବଡ଼ କଥା, ଗାଡ଼ିର ମାଲିକ, ଗାଡି ସହ ଉଦଳାରେ ଥିବାବେଳେ କିପରି ମାଲକାନଗିରିରୁ ଚାଲାଣ କଟିଲା,  ଏନେଇ ଅସନ୍ତୋଷ ଜାହିର କରିବା ସହ ତଦନ୍ତ କରିବା ପାଇଁ ଭୀମସେନ ଦାବି କରିଛନ୍ତି।

Advertisment

ଖବର ଲେଖାଯିବା ସୁଦ୍ଧା ଘଟଣାକୁ ନେଇ RTO କିମ୍ବା ମାଲକାନଗିରି ଟ୍ରାଫିକ୍ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

Violation Of Traffic Rules Traffic Challan Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ