Advertisment

ସଲାସୁତୁରାରେ ଚାଲିଛି ମାଟି ଫିଲିଂ : ମାଫିଆଙ୍କ କବଜାରେ ଟିଟିଲାଗଡ ତହସିଲ ଅଫିସ୍

ଗତ କିଛି ଦିନ ହେବ ଟିଟିଲାଗଡ ସହରରେ ଜମି ମଫିଆଙ୍କ ଉତ୍ପାତ ବଢିଛି

special Story

special Story

Advertisment

ଚାଷ ଜମି ଓ ଖାଲୁଆ ଜମି ଉପରେ ଆଖି ପକାଉଛନ୍ତି ମାଫିଆ। ଶସ୍ତାରେ କିଣି ମାଟି ପକାଇ ତହସିଲ କର୍ମଚାରୀଙ୍କୁ ଧରି ଘରବାରି କରି ଦେଉଛନ୍ତି। ଆଉ ତା ପରେ ପ୍ଲଟିଂ କରି କୋଟି କୋଟି ଟଙ୍କାରେ ବିକ୍ରି କରି ଦେଉଛନ୍ତି। ଏସବୁ ବେଆଇନ କାମରେ ଟିଟିଲାଗଡ଼ ତହସିଲ ଅଫିସର କର୍ମଚାରୀ ଥିବା ଅଭିଯୋଗ ହେଉଛି ।

Advertisment

ସରକାରୀ ନିୟମକୁ ବେଖାତିର କରି ବ୍ୟବସାୟୀ ଜଣକ ଜମିକୁ ମାଟିରେ ପୋତୁଥିବାରୁ ବ୍ୟାପକ ରାଜସ୍ଵ କ୍ଷତି ହେଉଛି। ତେବେ ଏନେଇ ରାସ୍ତା ଉପରେ ମୁହାଁମୁହିଁ ହୋଇଛନ୍ତି ଦୁଇ ଅଧିକାରୀ । ଟିଟିଲାଗଡ ସହର ରାସ୍ତା ମଝିରେ ପ୍ରବଳ ପାଟିତୁଣ୍ଡ ହୋଇଛି।  ସେମାନଙ୍କ ମଧ୍ୟରୁ ଜଣେ ହେଲେ ଉପ-ଜିଲ୍ଲାପାଳ ଓ ଆଉ ଜଣେ ହେଲେ ପୂର୍ବତନ ତହସିଲଦାର।  

ଗତ କିଛି ଦିନ ହେବ ଟିଟିଲାଗଡ ସହରରେ ଜମି ମଫିଆଙ୍କ ଉତ୍ପାତ ବଢିଛି। ତହସିଲ କର୍ମଚାରୀଙ୍କୁ ହାତ କରି କିଛି ମାଫିଆ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ଵ ଲୁଟ କରୁଛନ୍ତି। ଜମି ପୋତିବା ନାଁରେ ଏକର ଏକର ଚାଷ ଜମିରୁ ଜେସିବି ଓ ଟ୍ରକ ସାହାଯ୍ୟରେ ମାଟି ଉଠାଉଛନ୍ତି। ପରେ ଏହାକୁ ବାସୋପଯୋଗୀ ଦର୍ଶାଇ ପ୍ଲଟିଂ କରି କୋଟି କୋଟି ଟଙ୍କାରେ ବିକ୍ରି କରୁଛନ୍ତି। ଏସବୁ ପାଇଁ ସରକାରୀ ନିୟମ ଥିଲେ ମଧ୍ୟ ସରକାରୀ କର୍ମଚାରୀଙ୍କୁ ହାତ କରି ସବୁ କିଛି କରାଇ ପାରୁଛନ୍ତି ଜମି ମାଫିଆ। 

Advertisment

 ଖାଲୁଆ ଜମିକୁ ପୋତିବା ହେଉ କି ପ୍ଲଟିଂ କରି ବିକ୍ରି କରିବା ପାଇଁ ରହିଛି କିଛି ନିଦ୍ଧିଷ୍ଟ ନିୟମ। ମାଟି ଆଣିବାଠାରୁ ଘରବାରି କରିବା ପର୍ଯ୍ୟନ୍ତ ସବୁଥିରେ ତହସିଲରୁ ଅନୁମତି ନେବା କଥା। ହେଲେ ଜମି ମାଫିଆମାନେ ନାମକୁ ମାତ୍ର କିଛି ରାଜସ୍ଵ ଦେଇ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ଵ ଲୁଟ କରୁଛନ୍ତି। ପ୍ରଶାସନ ଜାଣତରେ ସବୁ କିଛି ହେଉଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉନାହିଁ।

ଟିଟିଲାଗଡ ସହର ଉପକଣ୍ଠ ପିପଲପଦର, ହାଟପଦା, ବାନ୍ଦୁପଲା, ମହୁଲପଡା ଆଦି ଅଂଚଳର ଏକର ଏକର ଚାଷ ଜମିକୁ ବସୋପଯୋଗୀ କରି ମଫିଆମାନେ କୋଟି କୋଟି ଟଙ୍କାରେ ବିକ୍ରି କରୁଛନ୍ତି । ଏ ନେଇ ଟିଟିଲାଗଡ ଉପ-ଜିଲ୍ଲାପାଳଙ୍କୁ ପଚାରିବାରୁ ସେ କହିଛନ୍ତି,  ଅନୁସନ୍ଧାନ କରି ଉଚିତ ପଦକ୍ଷେପ ନିଆଯିବ । 

ମାଫିଆ-ତହସିଲ କର୍ମଚାରୀ ଓ କିଛି ଅସାଧୁ ବ୍ୟବସାୟୀ ମିଶି ଟିଟିଲାଗଡ ସହରରେ ଏକ ସିଣ୍ଡିକେଟ ତିଆରି କରିଛନ୍ତି। ଜମି କିଣାବିକାରେ ଏମାନଙ୍କର ସଂପୃକ୍ତି ରହିଛି। ଏମିତିକି ତହସିଲ ଅଫିସର ଅନେକ କର୍ମଚାରୀ ଏଠାରୁ ବଦଳି ହୋଇ ଅନ୍ୟ ଜାଗାରେ ଚାକିରି କରିଥିଲେ ମଧ୍ୟ ବେଆଇନ କାମରେ ସେମାନଙ୍କର ହାତ ରହିଛି।

Advertisment

ଟିଟିଲାଗଡରୁ ମାନସ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ 

Titlagarh Royalty Scam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ