Advertisment

ବିଧାୟକଙ୍କ ଚିକିତ୍ସା ପାଇଁ ଗୁରୁତର ଶିଶୁକନ୍ୟାକୁ AC କ୍ୟାବିନରୁ ହଟାଇ ଦେଲେ !

ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହେବା ପରେ ଶିଶୁଟିକୁ ଜେନେରାଲ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।

ଅଦ୍ୟତନ ହୋଇଛି
Row over AC cabin for MLA Subash Panigrahi

Row over AC cabin for MLA Subash Panigrahi

Advertisment

ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଚିକିତ୍ସା ପାଇଁ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏସି କ୍ୟାବିନରୁ ଏକ ଗୁରୁତର ଶିଶୁ କନ୍ୟାକୁ ହଟାଯାଇଥିବା ଅଭିଯୋଗ ହୋଇଛି। ଶିଶୁଟି ନିଆଁ ଲାଗି ପୋଡ଼ି ଯାଇଥିବାରୁ ଏସି କ୍ୟାବିନରେ ରଖି ଚିକିତ୍ସା କରାଯାଉଥିଲା। କିନ୍ତୁ ସୁବାସ ପାଣିଗ୍ରାହୀଙ୍କ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହେବା ପରେ ଶିଶୁଟିକୁ ଜେନେରାଲ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।

Advertisment

ଜେନେରାଲ ୱାର୍ଡରେ ଚିକିତ୍ସା ଯୋଗୁ ଶିଶୁଟିର ଅବସ୍ଥା ବିଗିଡ଼ିବା ସହ ଯନ୍ତ୍ରଣା ଭୋଗୁଥିବା ପରିବାର ଲୋକେ କହିଛନ୍ତି। ଏହି ଅଭିଯୋଗ ଆସିବା ପରେ ହସ୍ପିଟାଲ କର୍ତ୍ତୃପକ୍ଷ ହସ୍ତକ୍ଷେପ କରି ଶିଶୁଟି ପାଇଁ ଏୟାର କୁଲରର ବ୍ୟବସ୍ଥା କରିଥିବା ଏଡିଏମଓ କହିଛନ୍ତି।

ଗତ ଫେବୃଆରୀ ମାସରେ ନିଆଁ ପୁଇଁ ହେଉଥିବା ବେଳେ ହଠାତ୍ ଶିଶୁଟିର ପୋଷାକରେ ନିଆଁ ଲାଗି ଯାଇଥିଲା। ଗୁରୁତର ଅବସ୍ଥାରେ ଶିଶୁଟିକୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ଶିଶୁଟି ଘରକୁ ଫେରିଥିଲେ ମଧ୍ୟ ପୁଣି ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ  ମେଡିକାଲରେ ଭର୍ତ୍ତି କରାଯାଇଥିଲା।

Advertisment

ଅନ୍ୟପକ୍ଷେ, ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଆସିବାରୁ ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। 

MLA Subash Panigrahi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ