Advertisment

ଶ୍ରୀଅଙ୍ଗକୁ ମୂଷା ଓ ଅସରପା ବିପଦ !

ଶ୍ରୀଅଙ୍ଗକୁ ଏବେ ବିପଦ ସାଜିଛି ମୂଷା ଓ ଅସରପା ! ଏପରି ପରିସ୍ଥିତି ସୃଷ୍ଟି ହୋଇଛି ଯେ, ବେଳେବେଳେ ସେବାୟତମାନେ ଶ୍ରୀଅଙ୍ଗ ପାଖକୁ ଯିବା ସମ୍ଭବପର ହେଉନାହିଁ।

ଅଦ୍ୟତନ ହୋଇଛି
Rodent, Cockroach Menace In Puri Srimandir, Devotees Express Discontent

Rodent, cockroach menace in Puri Srimandir, devotees express discontent

Advertisment

ଶ୍ରୀଅଙ୍ଗକୁ ଏବେ ବିପଦ ସାଜିଛି ମୂଷା ଓ ଅସରପା ! ଶ୍ରୀମନ୍ଦିର ଗର୍ଭଗୃହ ଓ ରତ୍ନ ସିଂହାସନରେ ବୁଲୁଛନ୍ତି ବଡ଼ ବଡ ମୂଷା, ଅସରପା। ଏଥିଯୋଗୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀଅଙ୍ଗ ପ୍ରତି ବିପଦ ଦେଖାଦେଇଛି।

Advertisment

ଏପରି ପରିସ୍ଥିତି ସୃଷ୍ଟି ହୋଇଛି ଯେ, ବେଳେବେଳେ ସେବାୟତମାନେ ଶ୍ରୀଅଙ୍ଗ ପାଖକୁ ଯିବା ସମ୍ଭବପର ହେଉନାହିଁ। କାରଣ ସେବା ପାଇଁ ଗଲା ବେଳେ ମୂଷା ଅନେକ ସମସ୍ୟା ସୃଷ୍ଟି କରୁଛନ୍ତି। ଏଭଳି ସମସ୍ୟା ଗୋଟିଏ କିମ୍ବା ଦୁଇଟି ଦିନ ନୁହେଁ ବର୍ଷ ବର୍ଷ ଧରି ମୂଷା ସମସ୍ୟା ଲାଗି ରହିଛି।

ବାରମ୍ବାର ବନକଲାଗି ନୀତି ହେବା ପଛରେ ବି ମୂଷା। କାରଣ, ଶ୍ରୀଅଙ୍ଗକୁ ଖରାପ କରୁଛନ୍ତି ମୂଷା ଓ ଅସରପା। ମୂଷାମାନେ ଶ୍ରୀଅଙ୍ଗ ଓ ଖଣ୍ଡୁଆ ପାଟକୁ ନଷ୍ଟ କରୁଛନ୍ତି।  ଏନେଇ ବହୁବାର ପ୍ରଶାସନ ପକ୍ଷରୁ ମୂଷା ଧରିବାକୁ ବ୍ୟବସ୍ଥା ହୋଇଛି, ତଥାପି କୌଣସି ସୁଫଳ ମିଳିନଥିବା ସେବାୟତମାନେ କହିଛନ୍ତି। ଯଦି, ଏଭଳି ସମସ୍ୟାର ସମାଧାନ କରା ନଯାଏ ତା’ହେଲେ ଏକ ବଡ଼ ବିପଦ ଦେଖା ଦେବା ଆଶଙ୍କା ରହିଛି।  

Advertisment
Puri Srimandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ