Advertisment

ଜୁଏଲାରୀ ଦୋକାନରୁ ଲୁଟିନେଲେ ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସୁନା ଅଳଙ୍କାର; ଦେଖନ୍ତୁ ସିସିଟିଭି ଦୃଶ୍ୟ...

କୋଣାର୍କ ସ୍ଥିତ କୋଣାର୍କ ମାର୍କେଟ କମ୍ପ୍ଲେକ୍ସରେ ଥିବା ଏକ ଜୁଏଲାରୀ ଦୋକାନରୁ ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସୁନା ଅଳଙ୍କାର ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି ।

ଅଦ୍ୟତନ ହୋଇଛି
Robbers Loot Gold Jewelleries Worth Over Rs 20 Lakh From Showroom In Konark

Robbers Loot Gold Jewelleries Worth Over Rs 20 Lakh From Showroom In Konark

Advertisment

ରାଜ୍ୟରେ ବଢ଼ିଚାଲିଛି ଲୁଟେରାଙ୍କ ଦାଦାଗିରି । କେତେବେଳେ ଏଟିଏମ୍‌ ଭାଙ୍ଗି ତ ଆଉ କେତେବେଳେ ବନ୍ଧୁକ ମୁନରେ ଲୁଟିନେଉଛନ୍ତି ଲକ୍ଷାଧିକ ଟଙ୍କା । ଆଜି ମଧ୍ୟ କୋଣାର୍କରୁ ଏହିଭଳି ଏକ ଘଟଣା ସାମ୍ନାକୁ ଆସିଛି । କୋଣାର୍କ ସ୍ଥିତ କୋଣାର୍କ ମାର୍କେଟ କମ୍ପ୍ଲେକ୍ସରେ ଥିବା ଏକ ଜୁଏଲାରୀ ଦୋକାନରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି ।

Advertisment

ସୂଚନା ଅନୁସାରେ,ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଗ୍ୟାସ୍ କଟର ସାହାଯ୍ୟରେ ଲକର କାଟି ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି । ସିସିଟିଭିରେ ଲୁଟ୍‌ର ଲାଇଭ୍ ଭିଜୁାଲ୍ ମଧ୍ୟ କଏଦ ହୋଇଛି ।

Advertisment

ଏନେଇ ଜୁଏଲାରୀ ଦୋକାନ ମାଲିକ ଲକ୍ଷ୍ମୀଧର ସାହୁ କହିଛନ୍ତି, ‘ ଗତକାଲି ରାତିରେ ସିଡ଼ି ଲଗାଇ ଉପରକୁ ଉଠି ଗ୍ୟାସ୍‌ କଟରରେ କାଟି ଭିତରକୁ ପ୍ରବେଶ କରିଛନ୍ତି । ଭିତରେ ଥିବା ଲକର କାଟି ୨୦-୨୫ ଲକ୍ଷ ଟଙ୍କାର ସୁନା ଲୁଟିନେଇଛନ୍ତି ।’

ସିସିଟିଭିରେ ସ୍ପଷ୍ଟ ଜଣାପଡୁଛି ଯେ ପ୍ରଥମେ କିପରି ଲୁଟେରାମାନେ ଛାତ ଉପର ସିଡ଼ି ଘର ଗେଟ୍ କାଟି ସୋରୁମ ଭିତରକୁ ପ୍ରବେଶ କରୁଛନ୍ତି । ଯାହା ପରେ ଷ୍ଟ୍ରଙ୍ଗ ରୁମ୍ ଓ ଲକର କାଟି ଲୁଟ୍‌ପାଟ୍ ଚଳାଇଛନ୍ତି । ୪ ଲୁଟେରା ଭିନ୍ନ ଢ଼ଙ୍ଗରେ ଲୁଟ୍‌ପାଟ୍ କରୁଛନ୍ତି ସେହି ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।ଘଟମାରେ କୋଣାର୍କ ପୋଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି ।

Advertisment
Loot From Jewellery Shop Konark
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ