Advertisment

ସରକାରଙ୍କର ଶହ ଶହ ଯୋଜନା: ହେଲେ ଗାଁରେ ପହଞ୍ଚୁନାହିଁ

ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ ଶାଳଣିଆ ପଞ୍ଚାୟତରେ ରହିଛି ବିଷ୍ଣୁ ପୁର ଗାଁ। ପଞ୍ଚାୟତଠାରୁ ଅନତି ଦୂରରେ ଅବସ୍ଥିତ ଏହି ଗାଁରେ ପାଖାପାଖି ୩ ଶହ ପରିବାର ରହୁଥିବା ବେଳେ ପାଖାପାଖି ୧୧ ଶହ ଲୋକ ବାସ କରୁଛନ୍ତି। ସ୍ୱାଧୀନତାର ୭୪ ବର୍ଷ ପରେ ମଧ୍ୟ ସରକାରୀ କଳର ଆନ୍ତରିକତା ଅଭାବ ଓ ଅବହେଳା ଯୋଗୁଁ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ଏହି ଗ୍ରାମର ବାସିନ୍ଦା

ସରକାରଙ୍କର ଶହ ଶହ ଯୋଜନା: ହେଲେ ଗାଁରେ ପହଞ୍ଚୁନାହିଁ

Road Problem

Advertisment

ଆନନ୍ଦପୁର(ମୁନ୍ନା ସିଂ): ଦୀର୍ଘ ବର୍ଷ ପରେ ମଧ୍ୟ ଅବହେଳାର ଶିକାର ହୋଇ ପଡିରହିଛି ଆନନ୍ଦପୁର ବିଷ୍ଣୁପୁର ଗାଁ । ନାଁ ଏ ଗାଁ କୁ ଅଛି ଭଲ ରାସ୍ତାଟିଏ ନାଁ ଗାଁ ର ଗରିବ ପରିବାର ପାଉଛନ୍ତି ଆବାସ ଘର। ସରକାରଙ୍କ ସମସ୍ତ ଯୋଜନା ବାଟ ହୁଡ଼ିଛି ଏହି ଗାଁ ପାଇଁ। ଗୋଟିଏ କି ଦୁଇଟି ପରିବାର ନୁହଁ ଗାଁର ପ୍ରତ୍ୟେକ ଟି ପରିବାର ସହିତ ପ୍ରତ୍ୟେକ ଲୋକ ଅବହେଳାର ଶିକାର ହୋଇ ତ୍ରାହି ତ୍ରାହି ଡାକୁଛନ୍ତି।

Advertisment

ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ ଶାଳଣିଆ ପଞ୍ଚାୟତରେ ରହିଛି ବିଷ୍ଣୁ ପୁର ଗାଁ। ପଞ୍ଚାୟତଠାରୁ ଅନତି ଦୂରରେ ଅବସ୍ଥିତ ଏହି ଗାଁରେ ପାଖାପାଖି ୩ ଶହ ପରିବାର ରହୁଥିବା ବେଳେ ପାଖାପାଖି ୧୧ ଶହ ଲୋକ ବାସ କରୁଛନ୍ତି। ସ୍ୱାଧୀନତାର ୭୪ ବର୍ଷ ପରେ ମଧ୍ୟ ସରକାରୀ କଳର ଆନ୍ତରିକତା ଅଭାବ ଓ ଅବହେଳା ଯୋଗୁଁ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ଏହି ଗ୍ରାମର ବାସିନ୍ଦା। ଗରିବଙ୍କ ପାଇଁ ସରକାରଙ୍କର ଯୋଜନା ଉପରେ ଯୋଜନା ହେଉଛି କିନ୍ତୁ ଏହି ଗାଁରେ ବସବାସ କରୁଥିବା ଗରିବ ଲୋକମାନଙ୍କୁ ଦେଖିଲେ ମନେ ହେଉଛି ଯେଭଳି ଏମାନେ ଅଭିଶପ୍ତ ହୋଇ ଜନ୍ମ ହୋଇଛନ୍ତି। ଗାଁକୁ ଭଲ ରାସ୍ତା ଟିଏ ଆଜି ଯାଏଁ ନିର୍ମାଣ ହୋଇପାରିନଥିବା ବେଳେ କୌଣସି ଗୋଟିଏ ପରିବାର ଆବାସ ଯୋଜନାରେ ମଧ୍ୟ ସାମିଲ ହୋଇପାରିନାହାନ୍ତି।

Advertisment

ସରକାରୀ ସୁବିଧାରେ ସାମିଲ ହେବାକୁ ଏ କାର୍ଯ୍ୟାଳୟରୁ ସେ କାର୍ଯ୍ୟାଳୟ ଧାଇଁ ଧାଇଁ ନୟାନ୍ତ ହେଇଥିଲେ ମଧ୍ୟ ମିଳିଛି ଖାଲି ପ୍ରତିଶୃତି। ଗାଁର ଗରିବ ପରିବାର ନିଜର ଭବିଷ୍ୟତ ପାଇଁ ଆଖିରେ ଆଖିଏ ସ୍ୱପ୍ନ ନେଇ ବଞ୍ଚିଥିବା ବେଳେ ସରକାରୀ କଳର ତ୍ରୁଟି ସେମାନଙ୍କ ଅସୁମାରୀ ସ୍ୱପ୍ନକୁ ଧୂଳିସାତ କରୁଥିବା ପରିଲକ୍ଷିତ ହେଉଛି। ତେବେ ଏନେଇ ଓଟିଭି ରିପୋର୍ଟର ସ୍ଥାନୀୟ ସରପଂଚକୁ ଯୋଗାଯୋଗ କରିବା ପରେ ସେ କହିଛନ୍ତି ଯେ, ୨୦୧୧ମସିହାରେ ହୋଇଥିବା ଏସ ଇ ସି ସି ରିପୋର୍ଟରେ ସମ୍ପୃକ୍ତ ଗାଁ ଟିକୁ ସାମିଲ କରାଯାଇନଥିବାରୁ ଏଭଳି ପରିସ୍ଥିତି ଉପୁଜିଛି ଏବଂ ଏହାକୁ ତୁରନ୍ତ ସମାଧାନ କରିବାକୁ ପ୍ରୟାସ ଜାରି ରହିଛି। ତେବେ ଗାଁ ଲୋକ ସ୍ୱାଧୀନତାର ୭୦ ବର୍ଷ ପରେ ମଧ୍ୟ ସରକାରୀ ସୁବିଧାରୁ ବଂଚିତ ହୋଇଛନ୍ତି।

Odisha Keonjhar Road Problem
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ