Advertisment

ଗାଁ ରାସ୍ତାକୁ ବି ଛାଡ଼ିଲେନି : ଭାଗବାଣ୍ଟି ଖାଇଦେଲେ ଟଙ୍କା

ଗାଁ ରାସ୍ତାରେ ବ୍ୟାପକ ଦୁର୍ନୀତି : ମିଳିମିଶି ଖାଇଦେଲେ ରାସ୍ତା ଟଙ୍କା

ଅଦ୍ୟତନ ହୋଇଛି
Road Problem

Road Problem

Advertisment

ଗ୍ରାମାଞ୍ଚଳରେ କଚ୍ଚା ରାସ୍ତା ବଦଳରେ ପକ୍କା ରାସ୍ତା ନିର୍ମାଣ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି।ମାତ୍ର ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର ମଧୁ ଚନ୍ଦ୍ରିକା ଫଳରେ ନିମ୍ନମାନର କାମ ହୋଇଥିବା ଅଭିଯୋଗ ହୋଇଛି। ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ଆମ୍ବକୁଡୁଚି ଗ୍ରାମରେ ତିଆରି ହୋଇଥିବା ରାସ୍ତାକୁ ନେଇ ଏବେ ସ୍ଥାନୀୟ ଅଂଚଳରେ ଲୋକଙ୍କ ଅସନ୍ତୋଷ ଦେଖାଯାଇଛି।

Advertisment

ଦୀର୍ଘ ଦିନର ଦାବି ପରେ ଗାଁର ୩୦ ପରିବାର ପାଇଁ କଚ୍ଚା ରାସ୍ତାକୁ ପକ୍କା ରାସ୍ତା ନିର୍ମାଣ ହୋଇଥିଲା । ଯାତାୟାତ ସୁବିଧା ପାଇ ବିଧାୟକଙ୍କୁ ବସ୍ତା ବ୍ଲକ ଆମ୍ବକୁଡୁଚି ଗ୍ରାମର ପରିଡା ସାହିର ୩୦ ପରିବାର ଲିଖିତ ଭାବେ ଜଣାଇ ଥିଲେ। ଚଳିତ ବର୍ଷ ବିଧାୟକ ଲିଖିତ ଅଭିଯୋଗ ପାଇବା ପରେ ନିଜସ୍ଵ ପାଣ୍ଠିରୁ ହରିହର ପରିଡା ଘରଠାରୁ ଲଷ୍ମୀଧର ପରିଡା ଘର ପର୍ଯ୍ୟନ୍ତ ରାସ୍ତା ପାଇଁ ୧ ଲକ୍ଷ ୫୦ ହଜାର ଅର୍ଥ ମଞ୍ଜୁର କରିଥିଲେ। କିନ୍ତୁ ଯେମିତି କାମ ହେବା କଥା ସେମିତି ହୋଇନଥିଲା। ଏମିତିକି ରସ୍ତା କାମ ସମ୍ପର୍କରେ କୌଣସି ଫଳକ ଲାଗିନଥିବା ଦେଖିବାକୁ ମିଳିଛି। ଯାହାଦ୍ୱାରା କାମ ଅତ୍ୟନ୍ତ ନିମ୍ନ ମାନର ହୋଇଥିବା ଗାଁ ଲୋକେ ସନ୍ଦେହ କରୁଛନ୍ତି।

ବସ୍ତା ବ୍ଲକର କାର୍ଯ୍ୟରତ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଜେ.ବିଶ୍ୱାଳଙ୍କ ତତ୍ତ୍ୱାବଧାନରେ ଏହି ରାସ୍ତା କାର୍ଯ୍ୟାଦେଶ ରହିଛି। ମାତ୍ର କନିଷ୍ଠ ଯନ୍ତ୍ରୀ ଗ୍ରାମରେ ଜନୈକ ଠିକାଦାରଙ୍କ ମାଧ୍ୟମରେ ପକ୍କା ରାସ୍ତା ନିର୍ମାଣ କରିଛନ୍ତି। ସରକାରଙ୍କ ନିୟମ ଅନୁସାରେ, ୬ ଇଞ୍ଚ ବାଲି, ୪ ଇଞ୍ଚ ମେଟାଲ ଓ ୪ ଇଞ୍ଚ ଚିପସ କଂକ୍ରିଟ ଢଳେଇ ହେବା କଥା। ରାସ୍ତା ୧୪.୮ ଇଞ୍ଚ କରିବାର କଥା। ମାତ୍ର ଠିକାଦାର ୩ ଇଞ୍ଚ ବାଲି, ୩ ଇଞ୍ଚ ମେଟାଲ, ୨ ଇଞ୍ଚ ଚିପସ ଦେଇ ରାସ୍ତା କାମ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବିଭାଗୀୟ କନିଷ୍ଠ ଯନ୍ତ୍ରୀ ମଧ୍ୟ ୪ ଇଞ୍ଚ ମେଟାଲ ଓ ଚିପସ ହେବା କଥା କହିଛନ୍ତି। କାର୍ଯ୍ୟ ନିମ୍ନମାନର ହୋଇଥିଲେ ତଦନ୍ତ କରାଯିବ ବୋଲି ସେ କହିଛନ୍ତି।

Advertisment

ସରକାର ସ୍ଵଚ୍ଛତା ଆଣିବା ପାଇଁ ବିଭିନ୍ନ ପ୍ରକାର ଯୋଜନା କରୁଛନ୍ତି। ମାତ୍ର ବିଭାଗୀୟ ଅଫିସର ମାନେ ଏହାକୁ ନମାନି ଠିକାଦାରଙ୍କ ସହିତ ମିଶି ମଧୁଚନ୍ଦ୍ରିକାରେ ଟଙ୍କା ହଡପ କରି ମାଲେ ମାଲ ହେଉଛନ୍ତି। ଆଉ ଏହି ରାସ୍ତା ହେଉଛି ତାହାର ଜ୍ୱଳନ୍ତ ଉଦାହରଣ।

Road Problem
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ