Advertisment

ଡେଥ୍ ଜୋନ୍‌ ପାଲଟିଛି ରାସ୍ତା: ମାର୍କେଟ୍‌ ଆସିବାକୁ ବି ଭୟ କରୁଛନ୍ତି ଲୋକେ, ଗଲାଣି ଶତାଧିକ ଲୋକଙ୍କ ଜୀବନ

ମରଣଯନ୍ତା ପାଲଟିଛି ବ୍ରହ୍ମପୁର ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ। ଦୁର୍ଘଟଣା ବଢିବା ସହ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି। ୩ ବର୍ଷ ମଧ୍ୟରେ ଗଲାଣି ଶତାଧିକ ଜୀବନ।

ଅଦ୍ୟତନ ହୋଇଛି
accident

accident

Advertisment

ବ୍ରହ୍ମପୁର(ଜଗନ୍ନାଥ ସାହୁ): ମରଣଯନ୍ତା ପାଲଟିଛି ବ୍ରହ୍ମପୁର ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ। ଦୁର୍ଘଟଣା ବଢିବା ସହ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି। ୩ ବର୍ଷ ମଧ୍ୟରେ ଗଲାଣି ଶତାଧିକ ଜୀବନ। ଏସବୁ ସତ୍ତ୍ୱେ ମଧ୍ୟ ପ୍ରଶାସନର ଚେତା ପଶୁନଥିବା ଅଭିଯୋଗ ହୋଇଛି।  

Advertisment

ବ୍ରହ୍ମପୁର ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଜନଗହଳିପୂର୍ଣ୍ଣ ଅନେକ ଗାଁ ଓ ବଡ଼ ବଡ଼ ମାର୍କେଟ ରହିଛି। ତେବେ ମାର୍କେଟ ଆସୁଥିବା ଲୋକେ ରାସ୍ତା ପାର୍‌ ହେବାବେଳେ ଦୁର୍ଘଟଣାର ଶିକାର ହେଉଛନ୍ତି। ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଠାରୁ ସୋରଳ ପର୍ଯ୍ୟନ୍ତ ଥିବା ରାସ୍ତା ଲୋକଙ୍କ ପାଇଁ ଡେଥ୍ ଜୋନ୍ ପାଲଟିଛି। ଏହି ରାସ୍ତା ପାର୍‌ କରିବାକୁ ଲୋକେ ଭୟ କରୁଛନ୍ତି। 

ଦୁର୍ଘଟଣା ସଂଖ୍ୟାକୁ ଦଷ୍ଟିରେ ରଖି ଡେଥ୍ ଜୋନ୍ ଗୁଡିକୁ ଚିହ୍ନଟ କରି ସେହି ସବୁ ସ୍ଥାନରେ ଓଭରବ୍ରିଜ ନିର୍ମାଣ ଲାଗି ପ୍ରସ୍ତାବ ଦିଆଯାଇଛି। ୨୦୧୫ରୁ ଏହି ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ଏବେ ବି ସବୁ କାର୍ଯ୍ୟ ଆରମ୍ଭ ହୋଇପାରିନି। ସେପଟେ ହଳଦିଆପଦର ବସ୍‌ ଟର୍ମିନାଲ ପାଖରେ ଏକ ଓଭରବ୍ରିଜ୍ ତିଆରି ହେଉଛି। ଫଳରେ ରାସ୍ତା କାମ ଯୋଗୁ ଗୋଟିଏ ରାସ୍ତାରେ ଦୁଇ ପାର୍ଶ୍ୱରୁ ଗାଡି ଚଳାଚଳ କରୁଥିବାରୁ ଦୁର୍ଘଟଣା ଘଟୁଥିବା ଲୋକେ କହିଛନ୍ତି।

Advertisment

୨୦୧୭ ଅଗଷ୍ଟ ପରେ ୪୧ଟି ଦୁର୍ଘଟଣାରେ ୩୬ ଜଣଙ୍କ ଜୀବନ ଯାଇଛି। ସେହିପରି ୨୦୧୮ରେ ୩୬ ଦୁର୍ଘଟଣାରେ ୨୨ ଜଣଙ୍କ ମୃତ୍ୟୁ, ୨୦୧୯ରେ ୩୯ ଜଣଙ୍କ ମୃତ୍ୟୁ, ୨୦୨୦ରେ ୨୯ ଓ ୨୦୨୧ରେ ବର୍ତ୍ତମାନ ସୁଦ୍ଧା ୨୦ ଜଣଙ୍କ ମୃତ୍ୟୁ ହୋଇଛି।  ୪ ବର୍ଷ ମଧ୍ୟରେ ଶତାଧିକ ଲୋକେ ଦୁର୍ଘଟଣାରେ ଅକର୍ମଣ୍ୟ ହୋଇ ପଡିଛନ୍ତି। ଦୁର୍ଘଟଣା କମାଇବାକୁ ଲାଞ୍ଜିପଲ୍ଲୀ, କନିଷି, ରଣ୍ଢା, ସୋରଳ ଭଳି ଜନଗହଳିପୂର୍ଣ୍ଣ ସ୍ଥାନରେ ଓଭରବ୍ରିଜ୍ ନିର୍ମାଣ ଲାଗି ପ୍ରସ୍ତାବ ଦିଆ ହୋଇଛି। ହଳଦିଆପଦର ବସ୍‌ଷ୍ଟାଣ୍ଡ ନିକଟରେ ଚାଲିଥିବା ଓଭରବ୍ରିଜ୍‌ ଆସନ୍ତା ମାର୍ଚ୍ଚ ସୁଦ୍ଧା ଶେଷ ହେବ ବୋଲି ସୂଚନା ମିଳିଛି। ଏଥିସହ ରାସ୍ତାରେ ସୋଲାର ବ୍ଲିଙ୍କର, ରେଡିୟମ୍ ଲାଇଟ, ଡିଭାଇଡର, ସିସିଟିଭି, ଆଡଭାନ୍ସ ଟ୍ରାଫିକ ମ୍ୟାନେଜମେଣ୍ଟ ବ୍ୟବସ୍ଥା କରାଯାଉଛି। ତେବେ ଦ୍ରୁତ ଗତିରେ ଗାଡି ଚାଳନା ଯୋଗୁ  ଦୁର୍ଘଟଣା ଘଟୁଥିବା ବ୍ରହ୍ମପୁର ଏସ୍‌ପି କହିଛନ୍ତି। 

Advertisment
Road Accident Road Problem
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ