Astrospeak
  • Live TV
  • Read In English

ଅସୁରକ୍ଷିତ ଅବସ୍ଥାରେ ନଦୀବନ୍ଧ ! ବନ୍ଧର ଅନେକ ସ୍ଥାନରେ ହୋଇନାହିଁ ପଥର ପ୍ୟାକିଂ

ଅସୁରକ୍ଷିତ ନଦୀବନ୍ଧକୁ ନେଇ ବଢୁଛି ଚିନ୍ତା । ନା ଅଛି ପଥର ପ୍ୟାକିଂ ନା କରାଯାଉଛି ବିକଳ୍ପ ବ୍ୟବସ୍ଥା । ଅନେକ ସ୍ଥାନରେ ବନ୍ଧ ଫାଟି ଆଁ କରିଛି । ବଡ଼ ବଡ଼ ଗଛଲତା ମାଡି ଯାଇଥିବାରୁ ନଦୀ ଫୁଲିଲେ ବନ୍ଧରେ ଘଳିଆ ସୃଷ୍ଟି ହେବାର ଆଶଙ୍କା କରୁଛନ୍ତି ଲୋକେ

odisha
ନଦୀ ବନ୍ଧ ଫାଟି ଆଁ କରିଛି

News Summary

ଅସୁରକ୍ଷିତ ନଦୀବନ୍ଧକୁ ନେଇ ବଢୁଛି ଚିନ୍ତା

ଅନେକ ସ୍ଥାନରେ ନାହିଁ ଘେରି ବନ୍ଧ

ପଥର ପ୍ୟାକିଂ ନଥିବାରୁ ସୃଷ୍ଟି କରୁଛି ବିପଦ

ସମସ୍ୟାର ସମାଧାନ ନେଇ ମିଳିଲା ପ୍ରଶାସନର ପ୍ରତିଶ୍ରୁତି

ବାଙ୍କି, ଯାଜପୁର ( ସଂଜୀବ ନାୟକ,ଅଭୟ ପତି) : ନଦୀ ବନ୍ଧ ଫାଟି ଆଁ କରିଛି । ନଦୀ ଫୁଲିଲେ ଭୟରେ ଜୀବନ ଅତିବାହିତ କରୁଛନ୍ତି ଲୋକେ । ବନ୍ୟା ରୋକିବାକୁ ତଥା ବନ୍ଧ ମଜଭୁତ କରିବାକୁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ନିମ୍ନ ମାନର କାମ ହେଉଥିବା ଅଭିଯୋଗ ହେଉଛି । ବାଙ୍କି ଓ ଯାଜପୁରରେ ଅସୁରକ୍ଷିତ ନଦୀବନ୍ଧକୁ ନେଇ ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ଅସୁରକ୍ଷିତ ନଦୀବନ୍ଧକୁ ନେଇ ବଢୁଛି ଚିନ୍ତା । ନା ଅଛି ପଥର ପ୍ୟାକିଂ ନା କରାଯାଉଛି ବିକଳ୍ପ ବ୍ୟବସ୍ଥା । ଅନେକ ସ୍ଥାନରେ ବନ୍ଧ ଫାଟି ଆଁ କରିଛି । ବଡ଼ ବଡ଼ ଗଛଲତା ମାଡି ଯାଇଥିବାରୁ ନଦୀ ଫୁଲିଲେ ବନ୍ଧରେ ଘଳିଆ ସୃଷ୍ଟି ହେବାର ଆଶଙ୍କା କରୁଛନ୍ତି ଲୋକେ । ବାଙ୍କୀ ଗୋଳାଗଣ୍ଡ ଠାରୁ ଖଣ୍ଡିଆବନ୍ଧ ଯାଏ ନଦୀବନ୍ଧ ଦୁର୍ବଳ ହୋଇପଡିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ଏନେଇ ଜଳସେଚନ ବିଭାଗର ଅଧିକାରୀ କହିଛନ୍ତି, ଯେଉଁ ସ୍ଥାନରେ ନଦୀବନ୍ଧ ଦୁର୍ବଳ ରହିଛି, ତାଉପରେ ନଜର ରଖାଯାଇଛି । ଖୁବ ଶୀଘ୍ର ମରାମତି ଶେଷ କରାଯିବ ।

ସେଇଭଳି ଯାଜପୁର ଜିଲ୍ଲାର ଅନେକ ନଦୀବନ୍ଧ ଅସୁରକ୍ଷିତ ଅବସ୍ଥାରେ ରହିଛି । କୋରେଇ ବ୍ଲକର ବଡ ତ୍ରିଲୋଚନପୁର, ସାନ ତ୍ରିଲୋଚନପୁର, ସୋତୀ, ହାଟସାହି, ମିର୍ଜାପୁର ଭଳି ଅଂଚଳର ଶହଶହ ଲୋକେ ବନ୍ୟା ଆସିଲେ ଘର ଛାତ ଉପରେ ମାସ ମାସ ଧରି ଆଶ୍ରୟ ନେଇଥାନ୍ତି । ଏକର ଏକର ଚାଷଜମିକୁ ଧୋଇନିଏ ବନ୍ୟାଜଳ । ବନ୍ଧ ନିର୍ମାଣ ସହ ପଥର ପ୍ୟାକିଂ ନେଇ ବାରମ୍ବାର ଜଣାଇଲେବି ପ୍ରତିଶ୍ରୁତି ବାଦ୍ ଆଉ କିଛି ମିଳୁନଥିବା ଅଭିଯୋଗ ହୋଇଛି । ଜିଲ୍ଲାପାଳ କହିଛନ୍ତି, ସଂପୃକ୍ତ ବିଭାଗ ମାନଙ୍କ ସହ ଆଲୋଚନା କରି ସ୍ଥାୟୀ ବ୍ୟବସ୍ଥା କରାଯିବ॥