Advertisment

ରିଷି ସୁନକଙ୍କ ପତ୍ନୀ ଅକ୍ଷତାଙ୍କ ସମ୍ପତ୍ତି ଆଗରେ ଫିକା ପଡିଯିବେ ରାଣୀ ଏଲିଜାବେଥ

ରିଷି ସୁନକଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତିଙ୍କ ସମ୍ପତ୍ତିକୁ ନେଇ ଚର୍ଚ୍ଚା ଜୋର ଧରିଛି। ଗୋଟିଏ ବର୍ଷରେ ଅକ୍ଷତା ୧୨୬.୬୧ କୋଟି ଟଙ୍କା ରୋଜଗାର କରିବାରେ ସଫଳ ହୋଇଛନ୍ତି। ତେବେ ଆସନ୍ତୁ ତାଙ୍କ ସମ୍ପତ୍ତି ଓ ରୋଜଗାରର ବିଭିନ୍ନ ଦିଗ ବିଷୟରେ ନଜର ପକେଇବା।

ଅଦ୍ୟତନ ହୋଇଛି
Property of Akshyata Murthy

Property of Akshyata Murthy

Advertisment

ରିଷି ସୁନକ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ହେବା ପରେ ତାଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତିଙ୍କ ସମ୍ପତ୍ତିକୁ ନେଇ ଚର୍ଚ୍ଚା ଜୋର ଧରିଛି। ଗୋଟିଏ ବର୍ଷରେ ଅକ୍ଷତା ୧୨୬.୬୧ କୋଟି ଟଙ୍କା ରୋଜଗାର କରିବାରେ ସଫଳ ହୋଇଛନ୍ତି। ତେବେ ଆସନ୍ତୁ ତାଙ୍କ ସମ୍ପତ୍ତି ଓ ରୋଜଗାରର ବିଭିନ୍ନ ଦିଗ ବିଷୟରେ ନଜର ପକେଇବା।

Advertisment

ବିବାଦ:

ଅକ୍ଷତାଙ୍କ ବ୍ରିଟେନ ବାହାରେ ଏଭଳି ବଡ ରକମର ରୋଜଗାରକୁ ନେଇ ବିବାଦ ସୃଷ୍ଟି ହୋଇଛି। ଷ୍ଟକ୍ ଏକ୍ସଚେଞ୍ଜ ସହିତ ଇନଫୋସିସ୍ ଫାଇଲ୍ ଅନୁଯାୟୀ, କମ୍ପାନୀର ସହ-ପ୍ରତିଷ୍ଠାତା ନାରାୟଣ ମୁର୍ତ୍ତୀଙ୍କ ଝିଅ ଅକ୍ଷତା ସେପ୍ଟେମ୍ବର ଶେଷରେ ଇନଫୋସିସ୍‌ର ୩.୮୯ କୋଟି ଅଂଶଧନ ବା ୦.୯୩ ପ୍ରତିଶତ ଅଂଶଧନ ଶେୟାର କରିଥିଲେ। 

ଅଧିକ ପଢ଼ନ୍ତୁ: ରିଷି ସୁନକଙ୍କ ରାଜନୈତିକ ଯାତ୍ରା ଓ ରୋଚକ କଥା

ଚଳିତ ବର୍ଷ ମେ ୩୧ରେ ଇନଫୋସିସ୍ ୨୦୨୧-୨୨ଆର୍ଥିକ ବର୍ଷ ପାଇଁ ଶେୟାର ପିଛା ୧୬ ଟଙ୍କା ଚୂଡ଼ାନ୍ତ ଲାଭାଂଶ ପ୍ରଦାନ କରିଛି। ଚଳିତ ବର୍ଷ କମ୍ପାନୀର ଷ୍ଟକ୍ ଏକ୍ସଚେଞ୍ଜ୍ ଫାଇଲ୍ ଅନୁଯାୟୀ ଚଳିତ ମାସ ପାଇଁ ଫାର୍ମ ୧୬.୫ ଟଙ୍କା ମଧ୍ୟବର୍ତ୍ତୀକାଳୀନ ଲାଭାଂଶ ଘୋଷଣା କରିଛି। ଉଭୟ ଲାଭାଂଶର ଏଗ୍ରିଗେଟ୍ ଶେୟାର ପିଛା ୩୨.୫ ଟଙ୍କା ବା ଅକ୍ଷତାଙ୍କ ପାଇଁ ୧୨୬.୬୧ କୋଟି ଟଙ୍କା ଥିଲା।

Advertisment

୨୦୨୨ରେ ୧୨୬.୬୧ କୋଟି ଟଙ୍କା ରୋଜଗାର:

ବ୍ରିଟେନରେ ଏକ ଐତିହାସିକ ନେତୃତ୍ୱ ଦୌଡ଼ରେ କଞ୍ଜରଭେଟିଭ୍ ଦଳର ନୂଆ ନେତା ଭାବରେ ନିର୍ବାଚିତ ହେବା ପରେ ରିଷି ସୁନକ ମଙ୍ଗଳବାର ବ୍ରିଟେନର ପ୍ରଥମ ଭାରତୀୟ ମୂଳ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି।
ଏହାରି ଭିତରେ ସୁନକଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତିଙ୍କ ବ୍ରିଟେନ ବାହାରେ ଆୟକୁ ନେଇ ଏକ ବିବାଦ ସୃଷ୍ଟି ହୋଇଛି। ଅକ୍ଷତା ଭାରତର ଦ୍ୱିତୀୟ ବୃହତ୍ତମ ଆଇଟି କମ୍ପାନୀ ଇନଫୋସିସରେ ଅଂଶୀଦାର ଅଛନ୍ତି। ଯାହା ଅଧୀନରେ ସେ ୨୦୨୨ ମସିହାରେ ଲାଭାଂଶ ଭାବରେ ୧୫.୩ ମିଲିୟନ ଆମେରିକୀୟ ଡଲାର ରୋଜଗାର କରିଛନ୍ତି, ଯାହାର ଭାରତୀୟ ମୂଲ୍ୟ ହେଉଛି ୧୨୬.୬୧ କୋଟି ଟଙ୍କା।

Rishi Sunak wife Akshata Murthy income source(ପରିବାର ସହ ଅକ୍ଷତା)

ଅକ୍ଷତାଙ୍କ ମୋଟ ସମ୍ପତ୍ତି ଆଗରେ ଫିକା ପଡିଯିବେ ରାଣୀ ଏଲିଜାବେଥ:

ଭାରତରେ ଭଲ ଲାଭ ଦେଉଥିବା କମ୍ପାନୀ ମଧ୍ୟରୁ ଇନଫୋସିସ୍ ଅନ୍ୟତମ। କମ୍ପାନୀ ୨୦୨୧ରେ ଶେୟାର ପିଛା ମୋଟ ୩୦ ଟଙ୍କା ଲାଭାଂଶ ପ୍ରଦାନ କରିଛି। ୨୦୨୧ରେ ଅକ୍ଷତାଙ୍କୁ ମୋଟ ୧୧୯.୫ କୋଟି ଟଙ୍କା ମିଳିଥିଲା।

Advertisment

ଏଥି ସହିତ ଅକ୍ଷତାଙ୍କର ଇନଫୋସିସରେ ଅଂଶଧନ ଅଛି, ଏହି କାରଣରୁ ତାଙ୍କର ସମ୍ପତ୍ତିର ମୂଲ୍ୟ ପ୍ରାୟ ୧.୨ ବିଲିୟନ ଡଲାର ହୋଇଛି। ଅକ୍ଷତାଙ୍କ ମୋଟ୍ ସମ୍ପତ୍ତିର ମୂଲ୍ୟ ସ୍ୱର୍ଗତ ରାଣୀ ଏଲିଜାବେଥ ଙ୍କ ଆନୁମାନିକ ସମ୍ପତ୍ତିର ମୂଲ୍ୟଠାରୁ ଅଧିକ।

Rishi Sunak
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ