Advertisment

ପ୍ରଥମ ଦେଖାରେ ପ୍ରେମ; ଟାୟାର ମେକାନିକ୍‌ଙ୍କୁ ବାହାହେଲେ ଧନୀ ମହିଳା

ଫିଲ୍ମରେ ଦେଖିଥିବା କାହାଣୀ ଏବେ ବାସ୍ତବରେ ଦେଖାଦେଇଛି। ଦେଖିବାକୁ ମିଳିଛି ଯେ ଜଣେ ଧନୀ ଘରର ମହିଳା କିପରି ଜଣେ ଟାୟାର୍ ପଙ୍କ୍ଚର୍ ବ୍ୟକ୍ତିଙ୍କ ପ୍ରେମରେ ପଡୁଛନ୍ତି ଆଉ ବିବାହ କରୁଛନ୍ତି। ଆସନ୍ତୁ ଜାଣିବା ତାଙ୍କ ପ୍ରେମ କାହାଣୀ ବିଷୟରେ।

ଅଦ୍ୟତନ ହୋଇଛି
Rich Woman Marrying Tire Technician

Rich woman Ayesha married tire technician jisen

Advertisment

ଆପଣ ନିଶ୍ଚିତ 'ଦିଲ୍‌ୱାଲେ ଦୁଲ୍‌ହନିଆ ଲେ ଜାୟେଙ୍ଗେ', 'ଭୀର ଜାରା', ‘ଅନାଡି’ ପରି ବଲିଉଡର କ୍ଲାସିକ୍ ରୋମାଣ୍ଟିକ୍ ଚଳଚ୍ଚିତ୍ର ଦେଖିଥିବେ। ଏସବୁ ଫିଲ୍ମ ସମସ୍ତଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ଲୋକମାନେ ଏହିପରି ଚଳଚ୍ଚିତ୍ରକୁ ପସନ୍ଦ କରନ୍ତି କାରଣ ଏହା ବାସ୍ତବ ଜୀବନ କାହାଣୀ ଉପରେ ଆଧାରିତ। ଏସବୁ ଫିଲ୍ମରେ ପ୍ରାୟ ଦେଖାଯାଏ ଯେ ଉଚ୍ଚ ଶ୍ରେଣୀର ଝିଅ ନିମ୍ନ ଶ୍ରେଣୀୟ ଯୁବକ ପ୍ରେମରେ ପଡିବା।

Advertisment

ଫିଲ୍ମରେ ଦେଖିଥିବା ଏଭଳି କାହାଣୀ ଏବେ ବାସ୍ତବରେ ଦେଖାଦେଇଛି। ଦେଖିବାକୁ ମିଳିଛି ଯେ ଜଣେ ଧନୀ ଘରର ମହିଳା କିପରି ଜଣେ ଟାୟାର୍ ପଙ୍କ୍‌ଚର୍‌ ବ୍ୟକ୍ତିଙ୍କ ପ୍ରେମରେ ପଡୁଛନ୍ତି ଆଉ ବିବାହ କରୁଛନ୍ତି। ଏଭଳି ଏକ ପ୍ରେମ କାହାଣୀ ପାକିସ୍ତାନରୁ ଆସିଛି।

ୟୁଟ୍ୟୁବର୍ ସୈୟଦ ବାସିତ ଅଲି ତାଙ୍କ ଚ୍ୟାନେଲ୍‌ରେ ଏକ ଦମ୍ପତିଙ୍କ ସ୍ୱତନ୍ତ୍ର ସାକ୍ଷାତକାର ଶେୟାର କରିଛନ୍ତି। ତାଙ୍କ କହିବାନୁସାରେ, ଏହି ବାସ୍ତବ ଜୀବନ କାହାଣୀ ପାକିସ୍ତାନରେ ରହୁଥିବା ଜଣେ ଧନୀ ମହିଳାଙ୍କ ବିଷୟରେ। ତାଙ୍କ ନାମ ଆୟେଶା। ସେ ଜିସୈନ ନାମକ ଜଣେ ଟାୟାର ଟେକ୍ନିସିଆନଙ୍କ ପ୍ରେମରେ ପଡିଗଲେ। ଆୟେଶା ନିଜ କାର୍‌ର ଟାୟାର ମରାମତି କରୁଥିଲେ। ଏହି ସମୟରେ ଦୁହେଁ ପରସ୍ପରକୁ ପସନ୍ଦ କରିବା ଆରମ୍ଭ କଲେ। ତା’ପରେ ଉଭୟ ବିବାହ କରିଥିଲେ।

Advertisment

ଅଧିକ ପଢ଼ନ୍ତୁ: ପ୍ରେମ ପାଇଁ ଛାଡିଲେ ବିଳାସପୂର୍ଣ୍ଣ ଜୀବନ: ୬୦ ବର୍ଷରେ ଆଦିବାସୀ ଯୁବକଙ୍କୁ ବାହା ହେଲେ ମହିଳା

ଭିଡିଓରେ ୟୁଟ୍ୟୁବର୍ ସସୈୟଦ ଏହି ଦମ୍ପତିଙ୍କ ବିଷୟରେ କହିଛନ୍ତି। ତାଙ୍କ କହିବାନୁସାରେ, ଆୟେଶା ତାଙ୍କ କାର୍‌ର ଟାୟାରକୁ ଜାଣିଶୁଣି ପଙ୍କ୍‌ଚର୍‌ କରିଥିଲେ। ଏହା କେବଳ ଏକ ବାହାନା ଥିଲା, ଯାହାଦ୍ୱାରା ଆୟେଶା ଜିସୈନ୍‌ଙ୍କୁ ଭେଟିବାର ସୁଯୋଗ ପାଇପାରିବେ। ଆୟେଶା ଏହି ଭିଡିଓରେ ଜିସୈନ୍‌ଙ୍କ ସହ ତାଙ୍କର ପ୍ରଥମ ସାକ୍ଷାତ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି।

Advertisment

ଆୟେଶାଙ୍କ ଅନୁଯାୟୀ, ଯାତ୍ରା ସମୟରେ ଥରେ ତାଙ୍କ କାର୍‌ ପଙ୍କ୍‌ଚର୍‌ ହୋଇଯାଇଥିଲା। ଜିସୈନ୍‌ଙ୍କୁ ଦେଖେଇବା ପୂର୍ବରୁ ସେ ଅନେକ ଟାୟାର ଟେକ୍ନିସିଆନଙ୍କ ସାହାଯ୍ୟ ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ତାଙ୍କ କାର୍‌ ପଙ୍କ୍‌ଚର୍‌ ଠିକ୍ କରିପାରିନଥିଲେ। ଶେଷରେ ସେ ଆଉ ଏକ ପଙ୍କ୍‌ଚର୍‌ ଦୋକାନରେ ପହଞ୍ଚି ସେଠାରେ ଜିସୈନ୍‌ଙ୍କୁ ଭେଟିଥିଲେ।

ଆୟେଶା କହିଛନ୍ତି ଯେ ସେ ପ୍ରଥମ ଦେଖାରେ ଜିସୈନ୍‌ଙ୍କୁ ହୃଦୟ ଦେଇ ବସିଥିଲେ। ତାଙ୍କ କହିବାନୁସାରେ ଦୋକାନରେ ପହଞ୍ଚିବା ମାତ୍ରେ ଜିସୈନ୍ ତାଙ୍କୁ ଚା’ ଦେଇଥିଲେ। ଆୟେଶା ତାଙ୍କ ଆଚରଣରେ ଏତେ ପ୍ରଭାବିତ ହୋଇଯାଇଥିଲେ ଯେ ପ୍ରଥମ ଦେଖାରେ ତାଙ୍କୁ ଭଲପାଇ ବସିଲେ। ଏହା ପରେ ଆୟେଶା ଜିସୈନ୍‌ଙ୍କୁ ଭେଟିବା ପାଇଁ ବାହାନା ଖୋଜିବା ଆରମ୍ଭ କଲେ।

ଆୟେଶାଙ୍କ କହିବାନୁସାରେ, ସେ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କ କାର୍‌ର ଟାୟାରକୁ ପୁନର୍ବାର ପଙ୍କ୍‌ଚର୍‌ କରିଥିଲେ। ତା’ପରେ ସେ ଜିସୈନଙ୍କ ଦୋକାନରେ ପହଞ୍ଚିଲେ। ଏହିପରି ପଙ୍କ୍‌ଚର୍‌ ପ୍ରକ୍ରିୟା କିଛି ଦିନ ଚାଲିଲା। ତା’ପରେ ଦୁହେଁ ପ୍ରେମରେ ପଡ଼ିଗଲେ ଏବଂ ସମାଜର ଆକଟକୁ ଅତିକ୍ରମ କରି ଦୁହେଁ ପରସ୍ପରକୁ ବିବାହ କରିନେଲେ।

Unique Love Story Love Story Ajab Gajab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ