Advertisment

ମୁଣ୍ଡ ବିନ୍ଧାର କାରଣ ପାଲଟିଛି ନିୟମିତ ବିଦ୍ୟୁତ୍‌ କାଟ

ଲୋକଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି ନିୟମିତ ବିଦ୍ୟୁତ୍ କାଟ୍। ବାରମ୍ବାର ବିଦ୍ୟୁତ୍ କାଟ୍ ସତ୍ତ୍ୱେ ବି ଆସୁଛି ମୋଟା ଅଙ୍କର ବିଲ୍। ରାୟଗଡା ଗୁଣୁପୁରରେ ଏବେ ଅସହ୍ୟ ହେଲାଣି ଏ ସମସ୍ୟା। ସେହିପରି ରାମନଗୁଡା ଭଳି କିଛି ବ୍ଲକରେ ଏଲ୍ଆଇ ପଏଣ୍ଟ ଥାଇ ବି ବିଜୁଳି ନଥିବାରୁ ଚାଷ ଜମିକୁ ପାଣି ମାଡି ପାରୁନାହିଁ।

Frequent Power Cut

Frequent Power Cut

Advertisment

ଗୁଣୁପୁର: ଲୋକଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି ନିୟମିତ ବିଦ୍ୟୁତ୍ କାଟ୍। ବାରମ୍ବାର ବିଦ୍ୟୁତ୍ କାଟ୍ ସତ୍ତ୍ୱେ ବି ଆସୁଛି ମୋଟା ଅଙ୍କର ବିଲ୍। ରାୟଗଡା ଗୁଣୁପୁରରେ ଏବେ ଅସହ୍ୟ ହେଲାଣି ଏ ସମସ୍ୟା। ସେହିପରି ରାମନଗୁଡା ଭଳି କିଛି ବ୍ଲକରେ ଏଲ୍ଆଇ ପଏଣ୍ଟ ଥାଇ ବି ବିଜୁଳି ନଥିବାରୁ ଚାଷ ଜମିକୁ ପାଣି ମାଡି ପାରୁନାହିଁ।

Advertisment

ବିଦ୍ୟୁତ୍ ଖଣ୍ଟ ଅଛି, ମିଟର ଲାଗିଛି । ହେଲେ ବିଜୁଳି ନାହିଁ । ପାଠ ପଢିବା ପାଇଁ ଭରସା ଡିବିରି ବତି । ଘର ଭିତରେ ଡିବିରି ଲଗେଇ ପାଠ ପଢୁଛନ୍ତି ପିଲା । ରାୟଗଡା ଗୁଣୁପୁର ପୁଟା ଗାଁରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ଗାଁରେ ସବୁ ସୁବିଧା ଥାଇ ମଧ୍ୟ ଅନ୍ଧାରରେ ରହୁଛନ୍ତି ଲୋକେ । ତେବେ ମାସ ଶେଷରେ କିନ୍ତୁ ଆସୁଛି ମୋଟା ଅଙ୍କର ବିଲ୍। ଯାହା ଉପଭୋକ୍ତାଙ୍କ ଚିନ୍ତା ବଢ଼ାଇ ଦେଇଛି। ବିଜୁଳିର ଲୁଚକାଳି ଭିତରେ କାହାର ୫ ହଜାର ତ ଆଉ କାହାର ୧୦ ହଜାର ବିଲ୍ ଆସୁଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

Advertisment

ଏପଟେ ଅଚଳ ପଡ଼ିଛି ଉଠା ଜଳସେଚନ ପ୍ରକଳ୍ପ। ବାରମ୍ବାର ବିଦ୍ୟୁତ୍ କାଟ୍ ଯୋଗୁଁ ଏଲ୍ଆଇ ପଏଣ୍ଟ ଥାଇ ସୁଦ୍ଧା ଏହା କାମରେ ଆସିପାରୁନାହିଁ । ଫଳରେ ରାୟଗଡା ରାମନଗୁଡା ବ୍ଲକ୍ ଭାମିନି, ପଦ୍ମପୁର ବ୍ଲକର ନାଇରା ଓ ଡେରିଗାଁ ଅଞ୍ଚଳର ଶହ ଶହ ହେର ଜମିକୁ ହୋଇପାରୁନି ଜଳ ସେଚନ। ତେବେ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯାଉଥିବା ବିଦ୍ୟୁତ୍ ବିଭାଗ ନିର୍ବାହୀ ଯନ୍ତ୍ରୀ କହିଛନ୍ତି। ମୁଣ୍ଡବିନ୍ଧାର କାରଣ ପାଲଟିଛି ନିୟମିତ ବିଦ୍ୟୁତ୍ କାଟ୍

Rayagada Electrical Problems
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ