Advertisment

ରାଜଧାନୀରେ ଜୋରସୋରରେ ଚାଲିଛି ଫୁଲ୍‌ଡ୍ରେସ୍‌ ରିହର୍ସଲ

ସାଧାରଣତନ୍ତ୍ର ଦିବସର ଅବସରରେ ଭୁବନେଶ୍ୱରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ପରେଡ୍ ଉତ୍ସବ ପାଇଁ ରାଜଧାନୀରେ ଆୟୋଜିତ ହୋଇଛି ଅଭ୍ୟାସ ପରେଡ୍ ।

ଅଦ୍ୟତନ ହୋଇଛି
Republic Day full dress rehearsal in Bhubaneswar

Republic Day full dress rehearsal in Bhubaneswar

Advertisment

ଆଉ ମାତ୍ର ଗୋଟିଏ ଦିନର ଅପୋକ୍ଷା ପରେ ସାଧାରଣତନ୍ତ୍ର ଦିବସ। ତେଣୁ ସାଧାରଣତନ୍ତ୍ର ଦିବସର ଅବସରରେ ଭୁବନେଶ୍ୱରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ପରେଡ୍ ଉତ୍ସବ ପାଇଁ ରାଜଧାନୀରେ ଆୟୋଜିତ ହୋଇଛି ଅଭ୍ୟାସ ପରେଡ୍ । ଏଥିରେ ୧୦ଟି ଟ୍ରୁପ୍ ସାମିଲ ହୋଇଛନ୍ତି । ଯେଉଁଥିରେ ୨ ଟି ବ୍ରାସ ବ୍ରାଣ୍ଡ ସହ ୮ଟି ପୋଲିସ କଣ୍ଟିଜେଣ୍ଟ ପରେଡରେ ଭାଗ ନେଇଛନ୍ତି ।

Advertisment

ପୋଲିସ ଡିଜି ସୁନିଲ୍ ବଂଶଲ ଫାଇନାଲ୍ ପରେଡ ରିହରସାଲକୁ ନୀରକ୍ଷଣ କରିଛନ୍ତି । ପରେଡରେ ଅଂଶଗ୍ରହଣ କରୁଥିବା ସମସ୍ତ ସଦସ୍ୟଙ୍କ ଆର୍ଟିପିସିଆର ଟେଷ୍ଟ ହେବ । ରାଜ୍ୟପାଳ ଗଣେଶୀ ଲାଲ୍ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିବେ । ଅଥିତି ଭାବରେ ମୁଖ୍ୟମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍‌ ପାଇଁ କମିଶନରେଟ ପୋଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି କରାଯାଇଛି । ଏଥିରେ ୫ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା, ୨୫ ପ୍ଲାଟୁନ ଫୋର୍ସ, ୭୦ ଜଣ ବରିଷ୍ଠ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ବ୍ୟବସ୍ଥାକୁ ଗୁରୁତ୍ୱ ସହ ସଂପୂର୍ଣ୍ଣ ଗାନ୍ଧୀମାର୍ଗକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ସିଲ କରାଯିବ ।

Advertisment
Bhubneswar Full Dress Rehearsal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ