Advertisment

ବିଭିନ୍ନ ରାଜନୈତିକ ଦଳ ଦ୍ୱାରା ପାଳିତ ହେଲା ଗଣତନ୍ତ୍ର ଦିବସ

ରାଜ୍ୟ ବିଜେପି ପାର୍ଟି ଅଫିସରେ ପାଳିତ ହୋଇଛି ୭୩ ତମ ଗଣତନ୍ତ୍ର ଦିବସ । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ପାର୍ଟି ଅଫିସରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ।

ଅଦ୍ୟତନ ହୋଇଛି
Republic Day 2022

Republic Day 2022

Advertisment

ରାଜ୍ୟ ବିଜେପି ପାର୍ଟି ଅଫିସରେ ପାଳିତ ହୋଇଛି ୭୩ ତମ ଗଣତନ୍ତ୍ର ଦିବସ । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ପାର୍ଟି ଅଫିସରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏହି ଅବସରରେ ପାର୍ଟିରପ କର୍ମକର୍ତ୍ତାମାନେ ଉପସ୍ଥିତ ରହି ଜାତୀୟ ସଙ୍ଗୀତ ଗାନ କରିଥିଲେ ।

Advertisment

ସେହିପରି ବିଜେଡି ପାର୍ଟି ଅଫିସରେ ମଧ୍ୟ ୭୩ ତମ ଗଣତନ୍ତ୍ର ଦିବସ ପାଳିତ ହୋଇଛି । ବିଜେଡି ସାଧାରଣ ସଂପାଦକ ସଞ୍ଜୟ ଦାସବର୍ମା ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ବିଜେଡି ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ଭୁବନେଶ୍ୱର ମଧ୍ୟ ଓ ଉତ୍ତର ବିଧାୟକଙ୍କ ସମେତ ବିଜେଡିର ବହୁ କର୍ମକର୍ତ୍ତା ଏହି ଅବସରରେ ଉପସ୍ଥିତ ରହିଥିଲେ ।

ଆନ୍ୟପକ୍ଷେ ଭୁବନେଶ୍ୱର କଂଗ୍ରେସ ପାର୍ଟି ଅଫିସରେ ମଧ୍ୟ ୭୩ ତମ ଗଣତନ୍ତ୍ର ଦିବସ ପାଳିତ କରାଯାଇଛି । ଏହି ଅବସରରେ ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ବହୁ ନେତା ଏହି ଅବସରରେ ଉପସ୍ଥିତରହିଥିଲେ ।

Advertisment
Happy Republic Day 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ