ନାଗ ସହ ‘ନାଗିନ୍ ଡ୍ୟାନ୍ସ’ ଗୀତରେ ନାଚିଲେ ବରଯାତ୍ରୀ

ନାଗ ସହ ନାଗିନ୍‌ ଡ୍ୟାନ୍ସ...କେବେ ଦେଖିଛନ୍ତି କି ? ଭିଡିଓରେ ଦେଖନ୍ତୁ ଏହି ଅବିଶ୍ୱାସନୀୟ ଦୃଶ୍ୟ...

ନାଗ ସହ ‘ନାଗିନ୍ ଡ୍ୟାନ୍ସ’ ଗୀତରେ ନାଚିଲେ ବରଯାତ୍ରୀ

ସାଧାରଣତଃ ନାଗିନ୍‌ ଡ୍ୟାନ୍ସ କହିଲେ ବରଯାତ୍ରୀ କଥା ମନେ ପଡିଯାଏ । କାରଣ ବରଯାତ୍ରୀରେ ହିଁ ଲୋକମାନେ ନାଗିନ୍‌ ଡ୍ୟାନ୍ସ କରିବାକୁ ବେଶ୍ ପସନ୍ଦ କରିଥାନ୍ତି । ହେଲେ କେବେ ଶୁଣିଛନ୍ତି କି ନାଗ ସହ ନାଗିନ୍‌ ଡ୍ୟାନ୍ସ ? ଶୁଣିବାକୁ ହୁଏତ ଆଶ୍ଚର୍ଯ୍ୟ ଲାଗିଥାଇପାରେ ହେଲେ ଏହା ଏକ୍‌ଦମ୍ ସତ ଘଟଣା । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରେ ଦେଖିବାକୁ ମିଳିଛି ଏହି ଅଦ୍ଭୂତ ଦୃଶ୍ୟ ।

କରଞ୍ଜିଆରେ ଜଣକ ବରଯାତ୍ରୀରେ ବାଜା ବାଜୁଥିବା ସହ ସମସ୍ତେ ଝୁମୁଛନ୍ତି ଆଉ ତାସହ ନାଗକୁ ବି ସାମିଲ କରିଛନ୍ତି । ଟୋକେଇ ଭିତରେ ନାଗକୁ ଧରି ଘେରାଇ ବୁଲୁଛନ୍ତି କେଳା । ବରଯାତ୍ରୀରେ ଥିବା ଲୋକେ ବି ନାଗୀନ୍ ଧୂନ୍‌ରେ ବେଶ୍‌ ନାଚୁଛନ୍ତି । ଏମିତିକି ନା କାହାର ଭୟ, ନା କାହାକୁ ଖାତିର ଥିବା ଦେଖିବାକୁ ମିଳିଛି । ଯଦିଓ ସାପଟି ଟୋକେଇ ବାହାରକୁ ଆସିଥାନ୍ତା ତେବେ କଣ ହୋଇଥାନ୍ତା ତାହା ଭାବିଲେ ବି ଦେହରେ ଶିହରଣ ସୃଷ୍ଟି ହେଉଯାଉଛି । ହେଲେ ସେସବୁକୁ ଭୁଲି ଲୋକେ ବେଶ୍‌ ମଜା ନେଉଛନ୍ତି ।

ଏହି ଘଟଣାକୁ ବନ ବିଭା ଗୁରୁତ୍ୱ ସହ ନେଇ ସାପୁଆ କେଳା ସମେତ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ତେବେ କୌଣସି ବି ଜୀବଜନ୍ତୁ, ବିଶେଷ ଭାବେ ବିଷଧର ସାପକୁ ଧରି ଏହିପରି କରିବା ଆଇନ୍‌ଗତ ଅପରାଧ ଅଟେ । ତେଣୁ ଏପରି କରି ନିଜ ଜୀବନକୁ ବିପଦ ମୁହଁକୁ ଠେଲିବା ଆଦୌ ଉଚିତ୍‌ ନୁହେଁ ।