Advertisment

ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ରଥ ଚକରେ ଫାଟ ସୃଷ୍ଟି; ନଟବୋଲ୍ଟ ଓ କ୍ଲାମ୍ପ ଫିଟିଂ କରାଯାଇ କରାଯିବ ମରାମତି

କଞ୍ଚା କାଠ ଓ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଚକରେ ଫାଟ ସୃଷ୍ଟି ହୋଇଥିବା ସୂଚନା...

ଅଦ୍ୟତନ ହୋଇଛି
Rath Yatra 2022। Construction of chariots underway in full swing in Puri ॥ Updates from Ratha Khala

Rath Yatra 2022। Construction of chariots underway in full swing in Puri ॥ Updates from Ratha Khala

Advertisment

ଗ୍ରୀଷ୍ମ ପ୍ରବାହ ଯୋଗୁ ଶ୍ରୀଜିଉଙ୍କ ରଥ ଚକରେ ଫାଟ ସୃଷ୍ଟି ହୋଇଛି । କଞ୍ଚା କାଠ ଓ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଚକରେ ଫାଟ ସୃଷ୍ଟି ହୋଇଥିବା ବେଳେ ନଟବୋଲ୍ଟ ଏବଂ କ୍ଲାମ୍ପ ଫିଟିଂ କରି ଏହାକୁ ମରାମତି କରାଯିବ । ଫଳରେ ରଥଯାତ୍ରା ସମୟରେ ଏହା କୌଣସି ସମସ୍ୟା ସୃଷ୍ଟି କରିବ ନାହିଁ ବୋଲି କହିଛନ୍ତି ବିଶେଷଜ୍ଞ ଟିମ୍ ଅଧ୍ୟକ୍ଷ ଏନ୍.ସି.ପାଲ୍ ।

Advertisment

ଗତକାଲି ୬ ଜଣିଆ ବିଶେଷଜ୍ଞ ଟିମ୍ ରଥଖଳା ଆସି ରଥ ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କରିଥିଲେ । ବିଶ୍ୱକର୍ମା ମହାରଣାଙ୍କ ଦ୍ୱାରା ନିର୍ମାଣ ହୋଇଥିବା ସମସ୍ତ ଚକ ଓ ଅଖ ଗୁଡିକର ଅନୁଧ୍ୟାନ କରିଛନ୍ତି ବିଶେଷଜ୍ଞ ଟିମ୍ ଅଧ୍ୟକ୍ଷ ଏନ.ସି.ପାଲ୍ । ଯାହା ପରେ ରଥ ଚକରେ ଫାଟ ସୃଷ୍ଟି ହୋଇଥିବା ଜଣାପଡିଥିଲା ।

ଆସନ୍ତା ଜୁଲାଇ ମାସ ୧ରେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ୩ ରଥର ୪୨ଟି ଚକ ମଧ୍ୟରୁ ୩୯ଟି ଚକ ନିର୍ମାଣ କାଯର୍ୟ ସମ୍ପୂର୍ଣ୍ଣ ହୋଇଛି। ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ ଅବସରରେ ତିନି ରଥର ଛଅଟି ଚକ ସହ ତିନୋଟି ଅଖ ଡେରା କାର୍ଯ୍ୟ ସରିଥିବାବେଳେ ଆଗାମୀ ଶୀତଳ ଷଷ୍ଠୀ ପରଦିନ ସମସ୍ତ ଚକ ଥାକ କରାଯିବ ।

Advertisment

ଅନ୍ୟପକ୍ଷେ, ରଥଯାତ୍ରା ପାଇଁ ପୁରୀରେ ରଥ ନିର୍ମାଣ କାମ ଆଗେଇ ଚାଲିଛି । ପବିତ୍ର ନୃସିଂହ ଚତୁର୍ଦ୍ଦଶୀରେ ରଥ ଗୁଜ ଅନୁକୂଳ କରାଯାଇଥିବାବେଳେ ଭୋଇ ସେବକଙ୍କ ଦ୍ୱାରା ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ସିଙ୍ଗଡ଼ା ବାଡିଆ ପାଇଁ ଜନ୍ତାଗାଡ ଖୋଲାଯାଇଥିଲା । ପ୍ରଥମେ ଭୋଇ ସେବକ ମାନେ ୧୨ ଫୁଟିଆ ଧଉରା କାଠ ଯୋଗାଇଥିଲେ । ପରେ ବିଶ୍ୱକର୍ମା ମହାରଣା କାଠ ଚଉପଟ କରି ରୂପକାର ସେବକଙ୍କୁ ଯୋଗାଇଥିଲେ ।

Rath Yatra 2022 Puri Ratha Katha Puri Srimandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ