Advertisment

ଶ୍ରୀକ୍ଷେତ୍ରରେ ଚଳଚଞ୍ଚଳ ରଥଖଳା :ନିର୍ମାଣ କାମରେ ବ୍ୟସ୍ତ ମହାରଣା ସେବାୟତ

ଏବେ ଚଳଚଞ୍ଚଳ ରଥଖଳା । ପବିତ୍ର ରଥଯାତ୍ରା ପାଇଁ ନିର୍ମାଣ ଚାଲିଛି ତିନିରଥ। ନିହଣ ମୁଗୁରର ଠୁକୁଠୁକୁ ଶବ୍ଦରେ ବେଶ୍ ଯୋରସୋରରେ ଆଗେଇ ଚାଲିଛି ରଥକାମ ।

ଅଦ୍ୟତନ ହୋଇଛି
 Rath Jatra 2023 Preparation

Construction of chariots underway in Puri

Advertisment

ନିହଣ ମୁଗୁରର ଠୁକୁରୁ ଠୁକୁରୁ ଶବ୍ଦରେ ଚଳଚଞ୍ଚଳ ରଥଖଳା। ମହାରଣା ସେବାୟତ ଏବଂ ଭୋଇ ସେବାୟତ ମାନେ । ମନ ଧ୍ୟାନ ଦେଇ ଲାଗି ପଡ଼ିଛନ୍ତି ମହାପ୍ରଭୁଙ୍କ ରଥ ନିର୍ମାଣ କାମରେ... ଏକା ସାଙ୍ଗରେ ଏକ ଲୟରେ ଚାଲିଛି ଏକାଧିକ ତୁମ୍ଭରେ ବିନ୍ଧ ଖୋଦେଇ। ସବୁ କାମ ପଛେ ପଡ଼ିଥାଉ, କାଳିଆର କାମ ସୁରୁଖୁରୁରେ ସରିଯାଉ...

Advertisment

ଅକ୍ଷୟ ତୃତୀୟାରୁ ରଥକାମ ଆରମ୍ଭ ହେଲା ଦିନଠୁ ତାଳଧ୍ୱଜ ରଥର ମୁଖ୍ୟମହାରଣା ନରସିଂହ ମହାପାତ୍ରଙ୍କ ମନ ଆଉ ଘରେ ଲାଗୁନାହିଁ... ଭାବବିହ୍ୱଳ ହୋଇ କହି ପକାଉଛନ୍ତି ବଞ୍ଚିଥିଲେ ବରଷେ, ମରିଗଲେ ପୁରୁଷେ... ତୋରି ସେବାରେ ଜୀବନ ଯାଉ... ଦିନ ଯେତେ ଗଡ଼ୁଛି ରଥଖଳା ସେତେ ଚଳଚଞ୍ଚଳ ହେଉଛି... ଏହାରି ଭିତରେ ତିନି ରଥରେ ଲାଗିବାକୁ ଥିବା ୪୨ ଚକରେ ତିଆରି ଚାଲିଛି ୧୩୪୪ ବିନ୍ଧ... ଏହି ବିନ୍ଧ କାମ ସରିଲେ ଯାଇ ଆଗକୁ ଆଗକୁ ଆହୁରି କାମ ବଢ଼ି ଚାଲିବ...

ଏବେ ରଥଖଳାର ଦୃଶ୍ୟ ସତରେ ଖୁବ୍‌ ମନୋମୁଗ୍ଧକର । ଧାଡ଼ିଧାଡି ହୋଇ ତୁମ୍ବ ଉପରେ ବସି ବିନ୍ଧ ବାଡେଇ ଚାଲିଛନ୍ତି ମହାରଣା ସେବାୟତ। ସମସ୍ତେ ଆନନ୍ଦ ମନରେ ଲାଗିଛନ୍ତି କାମରେ... ମହାପ୍ରଭୁଙ୍କ ଘୋଷଯାତ୍ରା ସମୟ ଆସିଲେ ସବୁ ସେବାୟତଙ୍କ ପରି ସେମାନଙ୍କ କାମ ବି ବଢ଼ିଯାଏ...

Advertisment

ଏବେ ସକାଳ ପହରୁ ରାତି ୭ଟା ଆଠଟା ପର୍ଯ୍ୟନ୍ତ ଅହରହ କାମରେ ଲାଗୁଛନ୍ତି ସେବାୟତଗଣ... ଭଉଁରୀ ତିଥି ବେଳକୁ ଚକରେ ଅଖ ସଂଯୋଗ ହେଲେ ଯାଇଁ ଟିକେ ନିଶ୍ୱାସ ମାରିବେ...

Ratha Jatra Rath Chariot Construction
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ