Advertisment

ଓଡ଼ିଶାରେ ବିରଳ ଅସ୍ତ୍ରୋପଚାର: ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ, ହାତରେ ଲାଗିଲା ଗୋଡ଼ ଆଙ୍ଗୁଠି...

ହାତରେ ଲାଗିଲା ଗୋଡ଼ ଆଙ୍ଗୁଠି। କଟକ SCB ମେଡିକାଲ୍‌ରେ ଏହି ବିରଳ ଅସ୍ତ୍ରୋପଚାର ହୋଇଛି।

ଅଦ୍ୟତନ ହୋଇଛି
Rare Surgery In Cuttack SCB Medical

Rare Surgery In Cuttack SCB Medical

Advertisment

ହାତରେ ଲାଗିଲା ଗୋଡ଼ ଆଙ୍ଗୁଠି। କଟକ SCB ମେଡିକାଲ୍‌ରେ ଏହି ବିରଳ ଅସ୍ତ୍ରୋପଚାର ହୋଇଛି। ପ୍ଲାଷ୍ଟିକ ସର୍ଜରୀ ବିଭାଗ ଏହି ସଫଳ ଅସ୍ତ୍ରୋପଚାର କରି ଏବେ ଚର୍ଚ୍ଚାରେ। ଓଡ଼ିଶାରେ ଏଭଳି ଅସ୍ତ୍ରୋପଚାର ପ୍ରଥମ ବୋଲି କୁହାଯାଉଛି। ସମ୍ପୃକ୍ତ ଯୁବକଙ୍କ ଡାହାଣ ହାତରେ ବାମ ଗୋଡ଼ର ଆଙ୍ଗୁଠି ଲଗାଯାଇଛି।

Advertisment

ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲାର ସୀତାକାନ୍ତ ବାରିକ ତାମିଲନାଡୁରେ ଏକ କମ୍ପାନୀରେ କାର୍ଯ୍ୟ କରିବା ବେଳେ ତାଙ୍କ ଡାହାଣ ହାତର ବୁଢା ଆଙ୍ଗୁଠି ସମ୍ପୂର୍ଣ୍ଣ କଟି ଯାଇଥିଲା। ୩ ମାସ ପୂର୍ବେ ତାଙ୍କ ସହ ଏହି ଅଘଟଣ ଘଟିଥିଲା। ଏହାପରେ କମ୍ପାନୀ ମୁଖ୍ୟ ଓ ପରିବାର ଲୋକେ ତାଙ୍କୁ  SCB ମେଡିକାଲ୍‌ର ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ।  ପ୍ରଥମ ପର୍ଯ୍ୟାୟରେ ଯାଞ୍ଚ କରାଯାଇଥିଲା ଓ ପରେ ଅପରେସନ୍‌ ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଥିଲା। 

୮ ଘଣ୍ଟାର ଅପରେସନ ପରେ ୨୫ ବର୍ଷୀୟ ଯୁବକ ସୀତାକାନ୍ତ ନୂଆ ଜୀବନ ପାଇଛନ୍ତି। ୧୦ ଦିନ ପୂର୍ବରୁ ତାଙ୍କର ଅପରେସନ ହୋଇଥିଲା। ସୀତାକାନ୍ତଙ୍କ ବାମ ଗୋଡ଼ର ଦ୍ୱିତୀୟ ଆଙ୍ଗୁଠିର ରକ୍ତ ନଳୀ, ସ୍ନାୟୁ , ହାଡ଼କୁ ଅଲଗା କରାଯାଇ ଡାହାଣ ହାତର ବୁଢା ଆଙ୍ଗୁଠିରେ ଯୋଡ଼ା ଯାଇଥିଲା। ୮ ଜଣ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଏହି ବିରଳ ଅସ୍ତ୍ରୋପଚାର ସଫଳ ହୋଇପାରିଛି। ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି।

Advertisment

ଭବିଷ୍ୟତରେ ସୀତାକାନ୍ତଙ୍କ କୌଣସି ସ୍ୱାସ୍ଥ୍ୟଗତ ଅସୁବିଧା ହେବ ନାହିଁ ବୋଲି ଡାକ୍ତର କହିଛନ୍ତି। ସେହିପରି ଗୋଡ଼ ମଧ୍ୟ ପୂର୍ବ ପରି କାର୍ଯ୍ୟ କରିବ ବୋଲି ପ୍ଲାଷ୍ଟିକ ସର୍ଜରୀ ବିଭାଗ ମୁଖ୍ୟ କହିଛନ୍ତି।

Rare Surgery Cuttack Scb Medical
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ